Odisha News: ପାଣି ବଦଳରେ ପିଅନ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇ ଦେଲେ । ଏଭଳି ଅଭିଯୋଗ ଆଣିଛନ୍ତି ଖୋଦ୍ ପାଣି ଭାବି ପରିଶ୍ରା ପିଇଦେଇଥିବା ଯନ୍ତ୍ରୀ । ଏଭଳି ଘଟଣା ଗଜପତି ଜିଲ୍ଲା ଆର୍. ଉଦୟଗିରି ସ୍ଥିତ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗୀୟ ଉପକଣ୍ଡ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି । ଚଳିତ ମାସ ୨୨ ତାରିଖରେ ବ୍ରହ୍ମପୁର ର ସଚିନ ଗୌଡ଼ ଆର.ଉଦୟଗିରିରେ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । ୨୩ ତାରିଖ ରାତିରେ ଖାଇବା ପରେ ସେ ତାଙ୍କ କାର୍ଯ୍ୟାଳୟରେ କିଛି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ରେ ବ୍ୟସ୍ତ ରହିଥିବା ବେଳେ କାର୍ଯ୍ୟରତ ଥିବା ପିଅନ ଶିବ ନାରାୟଣ ନାୟକଙ୍କୁ ପିଇବା ପାଇଁ ପାଣି ମାଗିଥିଲେ । ହେଲେ ପିଅନ ଜଣଙ୍କ ଷ୍ଟେନଲେସ ଷ୍ଟିଲ ବୋତଲରେ ପାଣି ଆଣି ଦେଇଥିଲେ। ହେଲେ ଯନ୍ତ୍ରୀ ପ୍ରଥମେ ପିଇବା ପରେ ଅଲଗା ସ୍ବାଦ ଲାଗିଥିଲା ଯାହା ଫଳରେ ସେଠାରେ ଥିବା ଦୁଇଜଣ ଙ୍କୁ ପିଇବା ପାଇଁ କହିଥିଲେ । ଯାହାଫଳରେ ତାହା ପରିଶ୍ରା ବୋଲି ସନ୍ଦେହ କରିଥିଲେ ।
ALSO READ: Budhaditya Yog 2025: ବୁଦ୍ଧାଦିତ୍ୟ ଯୋଗ ଚମକାଇବ ଏହିସବୁ ରାଶିଙ୍କ ଭାଗ୍ୟ, ବର୍ଷ ସାରା ହେବ ଧନବର୍ଷା!
ସନ୍ଦେହ ଦୂର କରିବା ପାଇଁ ସେହି ବୋତଲ ପାଣିକୁ କାର୍ଯ୍ୟାଳୟ ରେ ଥିବା ପରୀକ୍ଷାଗାରରେ ପରୀକ୍ଷା କରିବା ପାଇଁ ଦେଇଥିଲେ । ପରୀକ୍ଷାରେ ପାଣିରେ ୨.୦ ପରିମାଣରେ ଆମୋନିଆ ଥିବାରୁ ସେଥିରେ ପରିସ୍ରା ମିଶ୍ରିତ ହୋଇଥିବା ନେଇ ଜଣା ପଡିଥିଲା । ଅଧିକ ପରୀକ୍ଷା ପାଇଁ ପାରଳାଖେମୁଣ୍ଡି ସ୍ଥିତ ବିଜ୍ଞାନାଗାର କୁ ପଠାଯାଇଛି । ଯନ୍ତ୍ରୀ ଜଣଙ୍କ ସେହି ବୋତଲରେ ପରିଶ୍ରା ମିଶ୍ରିତ ପାଣି ପିଇ ଶାରୀରିକ ଭାବେ ଗୁରୁତର ଭାବେ ଅସୁସ୍ଥ ହୋଇ ବ୍ରହ୍ମପୁର ଏମକେସିଜି ଚିକିତ୍ସିତ ହୋଇ ଫେରିଛନ୍ତି ।
ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରିବା ସହ ଆର ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିବା ସହ ଜିଲ୍ଲା ଜଳ ଯୋଗାଣ ବିଭାଗୀୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଠାରେ ଅଭିଯୋଗ କରିଛନ୍ତି । ଏଥିସହ ଓଡିଶା ପାନୀୟ ଜଳ ନିର୍ଦ୍ଦେଶକଙ୍କ ସମେତ ଜାତୀୟ ମାନବାଧିକର କମିଶନଙ୍କ ନିକଟରେ ଅଭିଯୋଗ କରିଥିବା କହିଛନ୍ତି କନିଷ୍ଠ ଯନ୍ତ୍ରୀ ସଚିନ । ଅଭିଯୋଗ ଆଧାରରେ, ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଅପରପକ୍ଷରେ ପିଅନ ଶିବ ନାରାୟଣ ନାୟକଙ୍କୁ ଏ ସମ୍ପର୍କରେ ପଚାରିବାରେ ତାଙ୍କ ପ୍ରତି ଥିବା ଆରୋପ ଭିତିହିନ ବୋଲି କହିଛନ୍ତି। ତାଙ୍କ ଅଧିକାରୀ ରାତିରେ ଖାଇବା କୁ ଆଣିବା ସହ ପାଣି ବୋତଲ ଆଣିବାକୁ କହିଥିଲେ । ଏବଂ ଖାଇବା ଦେବା ସହ ଦୁଇଟି ପାଣି ବୋତଲ ନେଇ ଦେଇଥିଲେ । ଏବଂ ସେଠାରୁ ଚାଲିଆସିଥିଲେ । ହେଲେ ବୋତଲ ରେ ପାଣି ବଦଳରେ ପରିଶ୍ରା କିଏ ମିଶେଇଲା ତାହା ସେ ଜାଣିନଥିବା କହିଛନ୍ତି।
ପିଅନଙ୍କ ଏହି ସମ୍ବେଦନଶୀଳ କାର୍ଯ୍ୟ ପଛରେ କ’ଣ ଉଦ୍ଦେଶ୍ୟ ରହିଛି ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ କହିଛି ଯେ ଏହା ଏକ ଜାଣିଶୁଣି କରାଯାଇଥିବା କାର୍ଯ୍ୟ ଥିଲା କି ନାହିଁ ତାହା ଅଧିକ ତଦନ୍ତ ପରେ ଜଣାପଡିବ ବୋଲି କୁହାଯାଇଛି ।