Hindi News >>Home >>Odisha State

Odisha News:ରଥଯାତ୍ରା ଓ ବାଲି ଯାତ୍ରା ‘ଜାତୀୟ ଅମୃତ ସାଂସ୍କୃତିକ ଐତିହ୍ୟ’ତାଲିକାରେ ତାଲିକାଭୁକ୍ତ

Odisha News: ଖୁସି ଓ ଗର୍ବର ବିଷୟ। ଅମୂଲ୍ୟ ସାସ୍କୃତିକ ଐତିତ୍ୟର ଜାତାୟ ତାଲିକାରେ ଓଡି଼ଶାର ବିଶ୍ବପ୍ରସିଦ୍ଧ ପୁରୀରର ରଥାଯାତ୍ରା ଓ କଟକ ବାଲିଯାତ୍ରା । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧିନ ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ତାଲିକା ପ୍ରକାଶ ପାଇଛି। 
 

Advertisement
Odisha News:ରଥଯାତ୍ରା ଓ ବାଲି ଯାତ୍ରା ‘ଜାତୀୟ ଅମୃତ ସାଂସ୍କୃତିକ ଐତିହ୍ୟ’ତାଲିକାରେ ତାଲିକାଭୁକ୍ତ
Narmada Behera|Updated: Apr 01, 2025, 09:27 AM IST
Share

Odisha News: ଖୁସି ଓ ଗର୍ବର ବିଷୟ। ଅମୂଲ୍ୟ ସାସ୍କୃତିକ ଐତିତ୍ୟର ଜାତାୟ ତାଲିକାରେ ଓଡି଼ଶାର ବିଶ୍ବପ୍ରସିଦ୍ଧ ପୁରୀରର ରଥାଯାତ୍ରା ଓ କଟକ ବାଲିଯାତ୍ରା । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧିନ ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ତାଲିକା ପ୍ରକାଶ ପାଇଛି। 

ଏନେଇ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ, ମହାପ୍ରଭୁଙ୍କ ରଥଯାତ୍ରା ଏବଂ ବାଲିଯାତ୍ରାକୁ ୟୁନେସ୍କୋ ଦ୍ବାରା ବୈଶିକ ସାଂସ୍କୃତିକ ଐତିହକୁ ମାନ୍ୟତା ପ୍ରଦାନ ନେଇ  ଆରମ୍ଭ ହୋଇଥିବା ପ୍ରତିକ୍ରିୟାର ପ୍ରଥମ ସୋପାନରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ତ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ଜାତୀୟ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ୍  ଖବର ଜାଣି ମୁଁ ଆନନ୍ଦିତ। ଏହି ଅବସରରେ ମହାପ୍ରଭୁଙ୍କ ସେବକ ଗଣ , ଅଗଣିତ ଜଗନ୍ନାଥ ପ୍ରେମୀ ଓ ଶ୍ରୀମନ୍ଦିର ପ୍ରଶାସନକୁ ଅଭିନନ୍ଦନ ଜଣାଇଛନ୍ତି। 

ରଥଯାତ୍ରା ଏବଂ ବାଲି ଯାତ୍ରା ଜାତୀୟ ଅମୃତ ସାଂସ୍କୃତିକ ଐତିହ୍ୟ ତାଲିକାରେ ତାଲିକାଭୁକ୍ତ ହେବା ନେଇ ରାଜ୍ୟବାସୀମାନେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି।  ଏ ନେଇ ଆଜି (ସୋମବାର) ସମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ. ଅରବିନ୍ଦ ପାଢୀ । ଆବେଦନ ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଠିକଣା ସମୟରେ ନାମାଙ୍କନ ପତ୍ର (Nomination Dossier) ଦାଖଲ ହୋଇଥିଲା । ଗଜପତି ମହାରାଜାଙ୍କ ମାର୍ଗଦର୍ଶନ ତଥା ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ ଅନୁସାରେ, ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକଙ୍କ ନେତୃତ୍ବରେ କମ୍ ଅବଧି ମଧ୍ଯରେ ସମସ୍ତ ପ୍ରସ୍ତୁତି ହୋଇଥିବା ବେଳେ ମହାପ୍ରଭୁଙ୍କ ସେବକମାନେ ମଧ୍ଯ ଏଥିଲାଗି ଅକୁଣ୍ଠ ସହଯୋଗ ପ୍ରଦାନ କରିଥିଲେ।ଏନେଇ ସମସ୍ତ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତ, ସେବକଙ୍କ ସହ ସହଯୋଗର ହାତ ବଢ଼ାଇଥିବା ବ୍ଯକ୍ତି ତଥା ଅନୁଷ୍ଠାନଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ । 

Read More
{}{}