Home >>Odisha State

Odisha News: ଆକାଶରୁ ଖସିଲା ମୃତ୍ୟୁ,ବଜ୍ରପାତରେ ଗଲା ୧୦ ଜୀବନ

Odisha News: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା। ବର୍ଷା ବିଜୁଳି ଘଡ଼ଘଡି ସହ  ବଜ୍ରାଘାତରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

Advertisement
Odisha News: ଆକାଶରୁ ଖସିଲା ମୃତ୍ୟୁ,ବଜ୍ରପାତରେ ଗଲା ୧୦ ଜୀବନ
Narmada Behera|Updated: Jul 24, 2025, 12:46 PM IST
Share

Odisha News: ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା। ବର୍ଷା ବିଜୁଳି ଘଡ଼ଘଡି ସହ  ବଜ୍ରାଘାତରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗଞ୍ଜାମ ଜିଲ୍ଲା ଖାରିଗୁଡ଼ା ଗାଁର ଉଦୟ ଗୌଡ଼ଙ୍କ ପୁଅ ବସନ୍ତ ଗୌଡ଼ (୩୮)ଙ୍କର ମୃତ୍ୟୁ ଘଟିଛି। ବସନ୍ତ ଅପରାହ୍ଣରେ ଗାଈପଲଙ୍କୁ ଚରାଇବାକୁ ନେଇଥିବା ବେଳେ ବଜ୍ରପାତରେ ପ୍ରାଣ ହରାଇଥିଲେ। ସେହିପରି ଜମିରେ ଧାନ ରୋଇବାବେଳେ ଜଗନ୍ନାଥପ୍ରସାଦ ବ୍ଲକ୍‌ ଅଲାଡ଼ି ଗ୍ରାମର ସନ୍ତୋଷିନୀ ବିଶ୍ବାଳ (୫୦)ଙ୍କର ମୃତ୍ୟୁ ହୋଇଛି। ବେଲଗୁଣ୍ଠା ଥାନା ଗୋଲା ସାହିର ଜି.କାହ୍ନା ପାତ୍ର ଗୁହାଳରେ ବସିଥିବା ବେଳେ ବଜ୍ରପାତ ହେବାରୁ ତଳେ ପଡ଼ି ଯାଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ୍‌ ଅନ୍ତର୍ଗତ ହଳଦିଆପଦା ଗାଁରେ ବଜ୍ରାଘାତ ଯୋଗୁଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତି କରାଯାଇଛି।ସେହିପରି,କଟକର ଚୌଦ୍ବାର ଥାନା ଅନ୍ତର୍ଗତ ବ୍ରହ୍ମପୁର ପଞ୍ଚାୟତର କାଞ୍ଜିଆ ଗାଁରେ ଜଣେ ମହିଳା ବଜ୍ରାଘାତରେ ମୃତ୍ୟୁବରଣ କରିଛନ୍ତି। ସୂଚନା ଅନୁଯାୟୀ, ସେ ବିଲରେ କାମ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।ସେହିପରି, ପୁରୀରେ ଡେଲାଙ୍ଗ ଥାନା ଅନ୍ତର୍ଗତ କଅଁଳପଡ଼ା ଗାଁରେ ଜଣେ ଯୁବକ ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ମୃତ୍ୟୁବରଣ କରିଛନ୍ତି। 

ନୟାଗଡ଼ ଜିଲ୍ଲା ଶିଖରପୁରରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ଶିଖରପୁରର ସୁଦର୍ଶନ ପଲେଇ (୬୫), ମଧ୍ୟାହ୍ନ ମୋହନ ପରିଡ଼ା (୬୫) ଓ ଶଙ୍କର୍ଷଣ ପରିଡ଼ା (୫୦) ଜମିରେ କାମ କରୁଥିବାବେଳେ ବଜ୍ରାଘାତରେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି। ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସୁଦର୍ଶନଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଓଡ଼ଗାଁ ଥାନା ଡହଙ୍ଗୀ ଗ୍ରାମର ଚାଷୀ ଅପର୍ତ୍ତି ନାୟକ (୭୧)ଜମିରେ କାମ କରୁଥିବା ସମୟରେ ବଜ୍ରାଘାତରେ ଟଳିପଡ଼ିଥିଲେ।

କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନନ୍ତପୁର ଗାଁରେ ମଧ୍ୟ ବଜ୍ରପାତରେ କିଛି ଶ୍ରମିକଙ୍କ ମୃତ୍ୟୁ ଘଟିଛି।  ଶ୍ରମିକମାନେ ଢେଙ୍କାନାଳ ସଦର ଥାନା ମହୁଲପଡ଼ା ଅଞ୍ଚଳରେ ଥିବା ଏକ ପଥର ଖାଦାନରୁ କାମ ସାରି ଘରକୁ ଫେରୁଥିଲେ। ଅପରାହ୍‌ଣରେ ବର୍ଷା ହେବାରୁ ସେମାନେ ପାଖରେ ଥିବା ଏକ ଗଛମୂଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହେବାରୁ କମଳକାନ୍ତ ଓ ନରେଶଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନୁଗୁଳ ଜିଲ୍ଲାର ୨ ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି। 

Read More
{}{}