Hindi News >>Home >>Odisha State

Similipal: ଶିମିଳିପାଳ ଜଙ୍ଗଲର ନିଆଁ ଜଗିବ AI କ୍ୟାମେରା

Similipal: ଖବର ଦେଉଛି ଏଆଇ କ୍ୟାମେରା। ବର୍ତ୍ତମାନ ଶିମିଳିପାଳ ଜଙ୍ଗଲରେ ପରୀକ୍ଷାମୂଳକ ଭାବେ ୬ଟି ଏଆଇ କ୍ୟାମେରା ବ୍ୟବହୃତ ହେଉଛି। ଆଗକୁ ସାତକୋଶିଆ ସମେତ ନିଆଁ ଲାଗୁଥିବା ଜଙ୍ଗଲରେ ଏଆଇ କ୍ୟାମେରା ଲାଗିବ ବୋଲି ସୂଚନା ମିଳିଛି।

Advertisement
Similipal: ଶିମିଳିପାଳ ଜଙ୍ଗଲର ନିଆଁ ଜଗିବ AI କ୍ୟାମେରା
Payal Priyadarshini|Updated: Apr 25, 2024, 04:21 PM IST
Share

Similipal: ଏଆଇ (Artificial intelligence) ନଜରରେ ଶିମିଳିପାଳ ଜଙ୍ଗଲ (Similipal )। ନିଆଁ ଲାଗିବା ମାତ୍ରେ ବନ ବିଭାଗକୁ (Forest Department) ଖବର ଦେଉଛି ଏଆଇ କ୍ୟାମେରା। ବର୍ତ୍ତମାନ ଶିମିଳିପାଳ ଜଙ୍ଗଲରେ ପରୀକ୍ଷାମୂଳକ ଭାବେ ୬ଟି ଏଆଇ କ୍ୟାମେରା ବ୍ୟବହୃତ ହେଉଛି। ଆଗକୁ ସାତକୋଶିଆ ସମେତ ନିଆଁ ଲାଗୁଥିବା ଜଙ୍ଗଲରେ ଏଆଇ କ୍ୟାମେରା ଲାଗିବ ବୋଲି ସୂଚନା ମିଳିଛି।

ଖବର ଅନୁଯାୟୀ, ଶିମିଳିପାଳ ଜଙ୍ଗଲ ନିଆଁ ଉପରେ ନଜର ରଖିଛି ଏଆଇ (AI Camera) । ଧୂଆଁ ବାହାରିବା ମାତ୍ରେ କର୍ତ୍ତୃପକ୍ଷଙ୍କ ନିକଟକୁ ପହଁଞ୍ଚି ଯାଉଛି ଖବର । ଗତ ଦୁଇ ଦିନ ଧରି ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଛି। ତେବେ ଜଙ୍ଗଲରେ ସମସ୍ତ ବନ୍ୟପ୍ରାଣୀ ସୁରକ୍ଷିତ ଥିବା କର୍ତ୍ତୃପକ୍ଷ କହିଛନ୍ତି। ସମଗ୍ର ଶିମିଳିପାଳ ଅଭୟାରଣ୍ୟକୁ ପ୍ରାଥମିକତା ଭିତ୍ତିରେ ୫ଟି ଟାୱାର ଭିତ୍ତିକ ଏଆଇ ସ୍ଥାପନ କରାଯାଇଛି । ୩୬୦ ଡିଗ୍ରୀ ଗତି କରିବାରେ ସକ୍ଷମ ହାଇ- ରିଜୋଲ୍ୟୁସନ୍ କ୍ୟାମେରା ସହିତ ସଜ୍ଜିତ ଏହି ଟାୱାର ଗୁଡ଼ିକ ୧୫ କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟକଳାପକୁ ଚିହ୍ନଟ କରୁଛି । ଯାହା ଫଳରେ ଜଙ୍ଗଲ ନିଆଁ ଓ ବନ୍ୟପ୍ରାଣୀଙ୍କ ବେଆଇନ ଶିକାର ଚିହ୍ନଟ କରିବାରେ ସହଜ ହୋଇପାରୁଛି। ଏଇ ଟାୱାର ସ୍ଥାପନ ପ୍ରକଳ୍ପର ମୂଲ୍ୟ ହେଉଛି ୨.୫କୋଟି ଟଙ୍କା।

ଏହା ବି ପଢନ୍ତୁ- Odisha News: ନୌବାଣିଜ୍ୟର ମୂକ ସାକ୍ଷୀ ଭଣ୍ଡାରିପୋଖରୀ ଶଙ୍ଖପୋଲ

ଏହା ବି ପଢନ୍ତୁ- Saina Nehwal : ଶ୍ରୀମନ୍ଦିର ଯାଇ ଜଗା ଦର୍ଶନ କଲେ ସାଇନା ନେହ୍ୱାଲ

 

 

 

 

 

 

 

Read More
{}{}