Hindi News >>Home >>Odisha State

ଚିକିଟି ମଦ ମୃତ୍ୟୁ ମାମଲା, ଆଜି ଆଉ ଜଣଙ୍କର ମୃତ୍ୟୁ, ଗୃହରେ ମନ୍ତ୍ରୀଙ୍କ ଇସ୍ତଫା ଦାବି

Assembly: ପୂର୍ବରୁ ଗତ ୨୦ ତାରିଖରେ ଚିକିଟି ଜେନାପୁର ଗ୍ରାମର ଜୁର ବେହେରା ଓ ୨୧ରେ ଲୋକନାଥ ବେହେରାଙ୍କ ମୃତ୍ୟୁ ଘଟିଥିଲା।

Advertisement
ଚିକିଟି ମଦ ମୃତ୍ୟୁ ମାମଲା, ଆଜି ଆଉ ଜଣଙ୍କର ମୃତ୍ୟୁ, ଗୃହରେ ମନ୍ତ୍ରୀଙ୍କ ଇସ୍ତଫା ଦାବି
Zee Odisha Desk|Updated: Aug 31, 2024, 12:49 PM IST
Share

ଭୁବନେଶ୍ଵର: ଚିକିଟି ବିଷାକ୍ତ ମଦ ଘଟଣାରେ ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ମଦମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ମୃତକ ଲକ୍ଷ୍ମଣ ବେହେରା ଏମ୍‌‌କେସିଜି ଆଇସିୟୁରେ ଚିକିତ୍ସାଧୀନ ଥିଲେ। ତେବେ ଏହି ମଦ ମୃତ୍ୟୁକୁ ନେଇ ଆଜି ବିଧାନସଭାର ଶୂନ୍ୟକାଳରେ ଉଠିଲା ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ। ସରକାର ଗୃହରେ ଏସମ୍ପର୍କରେ ବିବୃତ୍ତି ରଖିବାକୁ ଦାବି କରିଛନ୍ତି ବିରୋଧୀ। 

ଶୂନ୍ୟକାଳରେ ବିରୋଧୀ ବିଜେଡିର ସଦସ୍ୟମାନେ ହୋହାଲ୍ଲା କରିବା ସହ ଅବାକରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ନିଶାମୁକ୍ତ ଓଡ଼ିଶା ଗଠନ କହି ସରକାରକୁ ଆସିଥିଲା ବିଜେପି। ହେଲେ ଏବେ କଣ ହେଉଛି, ନୈତିକତା ଦୃଷ୍ଟିରୁ ଅବକାରୀ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ସେହିପରି ନାରୀ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା। ଅଢେ଼ଇ ମାସରେ ୬ଜଣଙ୍କୁ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ରାଜ୍ୟରେ ନାରୀ ସୁରକ୍ଷାକୁ ସରକାର ଗୁରୁତ୍ୱ ଦିଅନ୍ତୁ ବୋଲି କଂଗ୍ରେସ କହିଛି।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ୫ଜଣ ଏମକେସିଜି ମେଡିକାଲ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ପୂର୍ବରୁ ଗତ ୨୦ ତାରିଖରେ ଚିକିଟି ଜେନାପୁର ଗ୍ରାମର ଜୁର ବେହେରା ଓ ୨୧ରେ ଲୋକନାଥ ବେହେରାଙ୍କ ମୃତ୍ୟୁ ଘଟିଥିଲା। ଚିକିଟି ଏନଏସି ଅନ୍ତର୍ଗତ ମାଉନ୍ଦପୁରରେ ଗତ ୧୯ ତାରିଖରେ ବିଷାକ୍ତ ମଦ ପିଛି କିଛି ଲୋକ ଗୁରୁତର ଥିବା ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ ଗଞ୍ଜାମ ଜିଲାର ଚିକିଟିରେ ବିଷାକ୍ତ ମଦ ଖାଇ ପୂର୍ବରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ଗଞ୍ଜାମ ଜିଲ୍ଲାରେ ବିଷାକ୍ତ ମଦକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ବିଜେଡି ଏବଂ ବିଜେପି ପରସ୍ପରକୁ ଦୋଷାରୋପ କରୁଛନ୍ତି। 

Read More
{}{}