Hindi News >>Home >>Odisha State

ଆଜିଠୁ ସରଗରମ ହେବ ବିଧାନସଭା; ଶୂନ୍ୟକାଳରେ ଉଠିପାରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ

Odisha Assembly State Budget Session 2024: ଆଜି ବିଧାନସଭା ବଜେଟ୍ ଅଧିବେଶର ଦ୍ବିତୀୟ ଦିନ (Odisha Assembly State Budget Session 2024 2nd day)।  ଗତକାଲି ରାଜ୍ୟପାଳଙ୍କ ଭାଷଣରୁ  ଗୃହକାର୍ଯ୍ୟ ଆରମ୍ଭ ହୋଇଛି। ଏନେଇ ଆଜି ଗୃହ ଅଧିକ ସରଗରମ୍ ରହିବ ବୋଲି ସମ୍ଭାବନା ରହିଛି।  ରାଜ୍ୟସରକାରଙ୍କୁ ଘେରିବାକୁ ବିରୋଧି ପ୍ରସ୍ତୁତ କରିଛନ୍ତି ରଣନୀତି। 

Advertisement
ଆଜିଠୁ ସରଗରମ ହେବ ବିଧାନସଭା; ଶୂନ୍ୟକାଳରେ ଉଠିପାରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ
Zee Odisha Desk|Updated: Feb 06, 2024, 09:28 AM IST
Share

Odisha Assembly State Budget Session 2024: ଆଜି ବିଧାନସଭା ବଜେଟ୍ ଅଧିବେଶର ଦ୍ବିତୀୟ ଦିନ (Odisha Assembly State Budget Session 2024 2nd day)।  ଗତକାଲି ରାଜ୍ୟପାଳଙ୍କ ଭାଷଣରୁ  ଗୃହକାର୍ଯ୍ୟ ଆରମ୍ଭ ହୋଇଛି। ଏନେଇ ଆଜି ଗୃହ ଅଧିକ ସରଗରମ୍ ରହିବ ବୋଲି ସମ୍ଭାବନା ରହିଛି।  ରାଜ୍ୟସରକାରଙ୍କୁ ଘେରିବାକୁ ବିରୋଧି ପ୍ରସ୍ତୁତ କରିଛନ୍ତି ରଣନୀତି। ନିଯୁକ୍ତି ଦୁର୍ନୀତି, ମଣ୍ତି ସମସ୍ୟା, ଜଳସେଚନ, ଦାଦନ ସମସ୍ୟା ଓ ପକ୍କା ଘର ଭଳି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି। ଅନ୍ୟପଟେ, ଆଂଚଳିକ ବୌଷମ୍ୟ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସହ ପରିକ୍ରମା ପ୍ରକଳ୍ପରେ ୪୨ କୋଟିର ହିସାବ ମାଗିବ କଂଗ୍ରେସ୍। ନବୀନଙ୍କ ପଞ୍ଚମ ପାଳିର ଏହା ଶେଷ ବିଧାନସଭା ବଜେଟ୍ ଅଧିବେଶନ। ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ଅଧିବେଶନ ହୋଇଥିବାରୁ ଗୃହ ବେଶ୍ ସରଗରମ୍ ରହିବ ବୋଲି ଆନୁମାନ କରାଯାଉଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଚଳିତ ମାସ ୮ ତାରିଖରେ କାମଚଳା ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ  ଆରୁଖ । ଏବଂ ୯ ତାରିଖରେ ବ୍ୟୟ ମଂଜୁରୀ ବିଲ୍ ପାରିତ ହେବ।

 

Read More
{}{}