Home >>Odisha State

5T Chairman VK Pandian: ୫ଟି ଅଧ୍ୟକ୍ଷଙ୍କ ଗସ୍ତର ୨୪ ଘଣ୍ଟା ମଧ୍ୟରେ ହୋଇଗଲା ସମସ୍ୟାର ସମାଧାନ

5T Initiative of Odisha Govt: କେନ୍ଦ୍ରାପଡା ଜିଲ୍ଲାର କେରେଡ଼ାଗଡଡ ଗ୍ରାମର ପ୍ରାଥମିକ ବିଦ୍ୟାଳୟର ଉନ୍ନତି ଏବଂ ଗ୍ରାମ ପଞ୍ଚାୟତ ପୋଖରୀର ସଂରକ୍ଷଣ ତଥା ଉନ୍ନତିକରଣ ପାଇଁ ୨୦ ଲକ୍ଷ  ଟଙ୍କା  ମଞ୍ଜୁର  କରିଛନ୍ତି  ମୁଖ୍ୟମନ୍ତ୍ରୀ।  .

Advertisement
5T Chairman VK Pandian: ୫ଟି ଅଧ୍ୟକ୍ଷଙ୍କ ଗସ୍ତର ୨୪ ଘଣ୍ଟା ମଧ୍ୟରେ ହୋଇଗଲା ସମସ୍ୟାର ସମାଧାନ
Zee Odisha Desk|Updated: Dec 20, 2023, 06:19 PM IST
Share

Odisha CM Naveen Patnaik: କେନ୍ଦ୍ରାପଡା ଜିଲ୍ଲା କେରେଡ଼ାଗଡ଼ ଗ୍ରାମର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ କେରେଡ଼ାଗଡ଼ ପ୍ରାଥମିକ ବିଦ୍ୟାଳୟର ଉନ୍ନତି ଏବଂ କେରେଡ଼ାଗଡ଼ ଗ୍ରାମ ପଞ୍ଚାୟତ ପୋଖରୀର ସଂରକ୍ଷଣ ତଥା ଉନ୍ନତିକରଣ କରାଯିବ। 

ଗତ ୨ ଦିନ ତଳେ ଅର୍ଥାତ ୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କେନ୍ଦ୍ରାପଡ଼ା ରାଜନଗର ଗସ୍ତ କରିବା ସମୟରେ କେରେଡ଼ାଗଡ଼ବାସୀଙ୍କ ମୌଳିକ ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲେ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ନିବେଦନ କରାଯାଇଥିଲା। 

ମୁଖ୍ୟମନ୍ତ୍ରୀ ଏହି ସମସ୍ୟା ସମ୍ପର୍କରେ ଜାଣିବା ପରେ ଡିସେମ୍ବର ୨୦ ତାରିଖ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ଏହି ଦୁଇଟି ପ୍ରକଳ୍ପ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଏପରି ମୋଟ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।  ଏହି ପ୍ରକଳ୍ପ ଦୁଇଟିର କାର୍ଯ୍ୟ ଯଥା ଶୀଘ୍ର ସମ୍ପନ୍ନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ଜନ ଅଭିଯୋଗର ସମାଧାନ କେରେଡ଼ାଗଡ଼ବାସୀଙ୍କ ପାଇଁ ଏକ ବିରଳ ଅନୁଭୁତି। ରାଜ୍ୟ ସରକାରଙ୍କର ଏହି ତ୍ୱରିତ ପଦକ୍ଷେପ ପାଇଁ କେରେଡ଼ାଗଡ଼ବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭି.କେ ପାଣ୍ଡିଆନ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି।

 

Read More
{}{}