Home >>Odisha State

ଓଡ଼ିଶା ବଜେଟ୍‌ ୨୦୨୪: ମୁଖ୍ୟମନ୍ତ୍ରୀ ଉପସ୍ଥାପନା କଲେ ରାଜ୍ୟ ବଜେଟ୍, ଚାଷୀଙ୍କ ପାଇଁ ଆରମ୍ଭ ହେବ CM କିଷାନ୍‌ ଯୋଜନା

Odisha Budget Highlights: ଓଡ଼ିଶାରେ ଆରମ୍ଭ ହେବ CM କିଷାନ୍‌ ଯୋଜନା। ବଜେଟରେ ଏଥିପାଇଁ ୧୯୩୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହା ସମେତ ବଜେଟରେ ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ଯୋଜନା ଘୋଷଣା କରାଯାଇଛି।  

Advertisement
Odisha Budget Highlights
Odisha Budget Highlights
Jagdish Barik|Updated: Jul 25, 2024, 06:23 PM IST
Share

Odisha Budget 2024-25: ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନା କରିଛନ୍ତି। ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି। ଯାହା ୨୦୨୩-୨୪ ବଜେଟ ପରିମାଣ ତୁଳନାରେ ୧୫% ଅଧିକ ଅଟେ। ବଜେଟ୍ ଉପସ୍ଥାପନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, "ଆମ ପ୍ରଧାନମନ୍ତ୍ରୀ ୪ଟି ବର୍ଗକୁ ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି। ଗରିବ, ମହିଳା, ଯୁବବର୍ଗ ଓ ଚାଷୀଙ୍କୁ ପ୍ରାଧାନ୍ୟ ଦେଇଛନ୍ତି। ସାମଗ୍ରିକ ବିକାଶ ପ୍ରତି ଆମର ସଂକଳ୍ପ ଯୋଗୁଁ ଓଡ଼ିଶାବାସୀ ଆସ୍ଥା ପ୍ରକଟ କରିଛନ୍ତି। ଏହା ସହିତ ସେ ଓଡ଼ିଆ ଅସ୍ମିତା ହିଁ ଆମର ପରିଚୟ ବୋଲି କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ମହାପ୍ରଭୁ ଜଗନ୍ନାଥଙ୍କ ବିନା ଓଡ଼ିଆ ଜାତିର ପରିକଳ୍ପନା କରାଯାଇ ନ ପାରେ। ବଜେଟରେ ଶ୍ରୀମନ୍ଦିର ପାଇଁ ୫ଶହ କୋଟି ଟଙ୍କାର କର୍ପସ ପାଣ୍ଠି ଘୋଷଣା କରାଯାଇଛି।

କୃଷି ବଜେଟର ପରିମାଣ ବଢ଼ିଛି। ପୂର୍ବ ବର୍ଷ ତୁଳନାରେ ଏହି ବଜେଟ ଆକାର ବଢ଼ାଯାଇଛି। ଗତବର୍ଷ କୃଷି ବଜେଟ ଥିଲା ୨୪,୮୨୯ କୋଟି ଥିଲା । ଚଳିତ ବର୍ଷ କୃଷି ବଜେଟ ପରିମାଣ ୩୩, ୯୧୯ କୋଟି ରଖାଯାଇଛି। ଧାନ କୁଇଣ୍ଟାଲ ପିଛା ୩୧ଶହ ଟଙ୍କାରେ କିଣାଯିବ । ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ଏହା ସମେତ ଧାର୍ଯ୍ୟ ଏସଏସପି ଠାରୁ ୮ଶହ ଟଙ୍କା ଅଧିକ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଓଡ଼ିଶାରେ ଆରମ୍ଭ ହେବ CM କିଷାନ୍‌ ଯୋଜନା। ବଜେଟରେ ଏଥିପାଇଁ ୧୯୩୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହା ସମେତ ବଜେଟରେ ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ଯୋଜନା ଘୋଷଣା କରାଯାଇଛି। ସମୃଦ୍ଧ କୃଷକ ଯୋଜନା ପାଇଁ ୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ସୁଭଦ୍ରା ଯୋଜନା ପାଇଁ ବଜେଟରେ ଟଙ୍କା ଆବଣ୍ଟନ କରାଯାଇଛି। ସରକାର ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। କହିରଖୁଛୁ ଯେ ନିର୍ବାଚନ ଇସ୍ତାହାରରେ ବିଜେପି ସୁଭଦ୍ରା ଯୋଜନା ବିଷୟରେ ଘୋଷଣା କରିଥିଲା।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜାଗାରେ ନୂଆ ଯୋଜନା ଆରମ୍ଭ ହେବ। ଏହାର ନାମ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସରକାର ରଖିଛନ୍ତି। ରାଜ୍ୟର ନିଜସ୍ବ ସ୍ବାସ୍ଥ୍ୟ ବୀମା ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ। ଏହି ଯୋଜନାରେ ସରକାରୀ ଓ ବେସରକାରୀ ହସ୍ପିଟାଲରେ କ୍ୟାସ୍‌ଲେସ୍‌ ସେବା ଆରମ୍ଭ ହେବ। ଏହା ସମେତ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ।

ଏହା ସମେତ ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ ପାଇଁ ବଜେଟରେ ୨୪୬୨ କୋଟି ବ୍ୟୟବରାଦ ହୋଇଛି। କଟକ ଏସ୍‌ସିବି ମେଡିକାଲ କଲେଜ ପୁନଃବିକାଶ କାର୍ଯ୍ୟ ପାଇଁ ୧ ହଜାର କୋଟି  ବ୍ୟୟବରାଦ କରାଯାଇଛି।

ମୋ ସ୍କୁଲ ନାଁ ବଦଳାଇ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ କରାଯାଇଛି। ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ପାଇଁ ବଜେଟରେ ୩୩୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ରାଜ୍ୟରେ ସ୍କୁଲରେ ଡ୍ରପ୍‌ ଆଉଟ୍ ରୋକିବାକୁ ‘ମାଧୋ ସିଂହ ହାତ ଖର୍ଚ୍ଚ’ ନାମକ ନୂଆ ଯୋଜନା ଆରମ୍ଭ କରାଯାଇଛି।  ଏହି ଯୋଜନା ଅନ୍ତର୍ଗତ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ST ପିଲାଙ୍କୁ ଟଙ୍କା ମିଳିବ। ଏହି ଯୋଜନାରେ ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ଲେଖାଁଏ ମିଳିବାର ବ୍ୟବସ୍ଥା କରାଯାଇଛି।

ଭୁବନେଶ୍ବରରେ ନୂଆ ଷ୍ଟାଡିୟମ ନିର୍ମାଣ ପାଇଁ ବଜେଟରେ ଘୋଷଣା କରାଯାଇଛି। ଏଥିପାଇଁ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଓ ନୂଆ ଷ୍ଟାଡିୟମ ପାଇଁ ୯୫୨ କୋଟି ବ୍ୟୟବରାଦ କରାଯାଇଛି।

 

 

Read More
{}{}