Hindi News >>Home >>Odisha State

CM Mohan Majhi: ୨୩ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ୧୦୦୦ ଲୋକଙ୍କୁ ଅନୁମତି

Mohan Majhi Public Grievance Hearing: ଆସନ୍ତା ୨୩ ତାରିଖରେ ଖୋଦ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ଅଭିଯୋଗ ଶଣୁଣିବେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ଏଥର କେବଳ ୧୦୦୦ ଲୋକଙ୍କ ଅଭିଯୋଗକୁ ଶୁଣାଣି ପାଇଁ ଗ୍ରହଣ କରାଯିବ। ସେଥିଲାକି ଆଜିଠାରୁ ପଞ୍ଜିକରଣ ଆରମ୍ଭ ହୋଇଛି।   

Advertisement
Mohan Majhi Public Grievance Hearing
Mohan Majhi Public Grievance Hearing
Jagdish Barik|Updated: Sep 19, 2024, 06:43 PM IST
Share

ଭୁବନେଶ୍ୱର: ଦୀର୍ଘ ୬ ସପ୍ତାହ ପରେ ଖୋଲିବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଆସନ୍ତା ୨୩ ତାରିଖରେ ଖୋଦ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ଅଭିଯୋଗ ଶଣୁଣିବେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ଏଥର କେବଳ ୧୦୦୦ ଲୋକଙ୍କ ଅଭିଯୋଗକୁ ଶୁଣାଣି ପାଇଁ ଗ୍ରହଣ କରାଯିବ। ସେଥିଲାକି ଆଜିଠାରୁ ପଞ୍ଜିକରଣ ଆରମ୍ଭ ହୋଇଛି। 

ସାଧାରଣ ଲୋକଙ୍କ ସହ ସିଧାସଳଖ କଥା ହୋଇ ସେମାନଙ୍କ ଅଭିଯୋଗକୁ ସମାଧାନ ନିମନ୍ତେ ସେହି ସ୍ଥାନରେ ନିର୍ଦ୍ଦେଶ ଦେବା ଉଦ୍ଦେଶ୍ୟରେ ଏହି ଅଭିଯୋଗ ଶୁଣାଣି ପ୍ରତି ସରକାରର ଏକ ଅଙ୍ଗ ଭାବେ ପରିଚିତ ହୋଇଥାଏ। ୨୦୧୬ ମସିହା ଅଗଷ୍ଟ ମାସରୁ କିନ୍ତୁ ଏହି ପରମ୍ପରେ ବନ୍ଦ ରହିଥିଲା। ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ ଶାସନ ପରିବର୍ତ୍ତନ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ପୁଣିଥରେ ଲୋକଙ୍କ ଅଭିଯୋଗକୁ ଶୁଣିବା ଲାଗି ଏ ପରମ୍ପରା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହିକ୍ରମରେ ପ୍ରଥମ ଥର ପାଇଁ ଜୁଲାଇ ୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଥିଲା। ସେତେବେଳେ ଏହି ଅଭିଯୋଗ ଶୁଣାଣି ରାଜ୍ୟ ତଥା ଜାତୀୟସ୍ତରରେ ବେଶ୍‍ ଚର୍ଚ୍ଚାର ବିଷୟ ହୋଇଥିଲା। ଦୂର ଦୂରାନ୍ତରୁ ଲୋକେ ନିଜର ଅଭଯୋଗ, ସମସମ୍ୟାକୁ ମୁଖ୍ୟମନ୍ତ୍ରୀଙ୍କ କାନକୁ ଆଣିଥିଲେ। ଏତେ ଗହଳି ଦେଖି ପ୍ରଶାସନର ମୁଣ୍ଡବିନ୍ଧା ହୋଇଥିଲା। ଏଣିକି ଜିଲ୍ଲାସ୍ତରରେ ପ୍ରତି ସୋମବାର ଦିନ ସମାନ୍ତରାଳ ଅଭିଯୋଗ ଶୁଣାଣି କରାଯାଇ ସମସ୍ୟା ମୁଖ୍ୟମନ୍ତ୍ରୀଙ୍କ କାନକୁ ଯେମିତି କମ୍‍ ଆସିବ ସେ ନେଇ ବ୍ୟବସ୍ଥା କରାଯାଇଥିଲା। 

ପ୍ରତି ସୋମବାର ଅଭିଯୋଗ ଶୁଣାଣି ପାଇଁ ବ୍ୟବସ୍ଥା କରାଯାଇଥିବା ଘୋଷଣା କରାଯାଇଥିଲେ ମଧ୍ୟ ଅଗଷ୍ଟ ମାସର ଦ୍ୱିତୀୟ ସୋମବାର ଅଭିଯୋଗ ଶୁଣାଣି ବନ୍ଦ ରହିଲା। ଏହାପାରେ ତୃତୀୟ ସୋମବାର ଦିନ ଅଭିଯୋଗ ଶୁଣାଯାଇଥିଲେ ମଧ୍ୟ ତା ’ ପରଠୁ ୨ଟି ସୋମବାର ବିଭିନ୍ନ କାରଣରୁ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା। ଅଗଷ୍ଟ ମାସର ୪ଟି ସୋମବାରରୁ ଗୋଟିଏ ସୋମବାର ଶୁଣାଣି ହୋଇଥିବା ବେଳେ ସେପ୍ଟେମ୍ବ ମାସ ପାଇଁ ଏହା ପ୍ରଥମ ଅଭିଯୋଗ ଶୁଣାଣି। ଅର୍ଥାତ୍‍ ଜୁଲାଇ ୧ରୁ ଏବେ ଯାଏ ୧୨ଟି ସୋମବାର ଭିତରୁ ମାତ୍ର ତିନୋଟି ସୋମବାର ଅଭିଯୋଗ ଶୁଣାଣି ହୋଇଛି। 

ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନିର୍ଦ୍ଦିଷ୍ତଟ ଜନଶୁଣାଣି ପୋର୍ଟାଲ୍‍ରେ ପଞ୍ଜିକରଣ ଆରମ୍ଭ ହୋଇଛି। ୨୩ ତାରିଖ ଦିନ ସର୍ବାଧିକ ୧୦୦୦ ଜଣ ପଞ୍ଜିକୃତ ଦରଖାସ୍ତକାରୀଙ୍କଠାରୁ ଆବେଦନ ଗ୍ରହଣ କରାଯିବ। ଏହି ଆବେଦନକାରୀମାନେ ହିଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରିବେ। ଅନ୍ୟ ସମସ୍ତଙ୍କ ପାଇଁ କ’ଣ ବ୍ୟବସ୍ଥା କରାଯିବ ତାହା କୁହାଯାଇ ନାହିଁ। ୟୁନିଟ୍‍-୫ରେ ଥିବା ସରକାରୀ ଗୃହ ଭିଆଇଆଇଏବ୍‍ଆର-୪ରେ ଏହି ଅଭିଯୋଗ ଶୁଣାଣି ହେବ ବୋଲି ଜଣାପଡିଛି।

Also read: Dehradun DM: ମଦ କିଣିବାକୁ ମଦ ଦୋକାନରେ ପହଞ୍ଚିଲେ କଲେକ୍ଟର, ଲୋକେ କାହିଁକି କରୁଛନ୍ତି ଏତେ ପ୍ରଶଂସା? ଦେଖନ୍ତୁ ଭିଡିଓ

Also Read: Viral News: ମଧ୍ୟରାତ୍ରିରେ ସ୍ୱିଗିରେ ଏପରି କିଛି ଅର୍ଡର କରିଥିଲେ ମହିଳା, ଆଶ୍ଚର୍ଯ୍ୟ ହୋଇଗଲା ଡେଲିଭରି ବୟ

 

Read More
{}{}