Home >>Odisha State

୧.୦୩ କୋଟି ଟଙ୍କା ଠକେଇ ମାମଲାରେ ବେଙ୍ଗାଲୁରୁର ଜଣେ ବ୍ୟକ୍ତିଙ୍କୁ ଗିରଫ କଲା କ୍ରାଇମ୍ ବ୍ରାଞ୍ଚ

Odisha crime branch: ଓଡ଼ିଶା କ୍ରାଇମବ୍ରାଞ୍ଚ ଟିମ୍ ବେଙ୍ଗାଲୁରୁର ଜଣେ ବ୍ୟକ୍ତିଙ୍କୁ ଗିରଫ୍ କରିଛି। ଏହି ବ୍ୟକ୍ତି ଜଣକ ଫେକ୍ IPO ସ୍କିମ୍ ମାଧ୍ୟମରେ ଅଧିକ ରିଟର୍ଣ୍ଣ ପ୍ରଦାନ କରିବାର ବାହାନାରେ ରାଜ୍ୟର ଜଣେ ବାସିନ୍ଦାଙ୍କୁ ୧.୦୩ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।  

Advertisement
୧.୦୩ କୋଟି ଟଙ୍କା ଠକେଇ ମାମଲାରେ ବେଙ୍ଗାଲୁରୁର ଜଣେ ବ୍ୟକ୍ତିଙ୍କୁ ଗିରଫ କଲା କ୍ରାଇମ୍ ବ୍ରାଞ୍ଚ
୧.୦୩ କୋଟି ଟଙ୍କା ଠକେଇ ମାମଲାରେ ବେଙ୍ଗାଲୁରୁର ଜଣେ ବ୍ୟକ୍ତିଙ୍କୁ ଗିରଫ କଲା କ୍ରାଇମ୍ ବ୍ରାଞ୍ଚ
Jagdish Barik|Updated: Jun 24, 2025, 08:47 PM IST
Share

Odisha crime branch: ଓଡ଼ିଶା କ୍ରାଇମବ୍ରାଞ୍ଚ ଟିମ୍ ବେଙ୍ଗାଲୁରୁର ଜଣେ ବ୍ୟକ୍ତିଙ୍କୁ ଗିରଫ୍ କରିଛି। ଏହି ବ୍ୟକ୍ତି ଜଣକ ଫେକ୍ IPO ସ୍କିମ୍ ମାଧ୍ୟମରେ ଅଧିକ ରିଟର୍ଣ୍ଣ ପ୍ରଦାନ କରିବାର ବାହାନାରେ ରାଜ୍ୟର ଜଣେ ବାସିନ୍ଦାଙ୍କୁ ୧.୦୩ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

ରାଜ୍ୟରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଅଭିଯୋଗ କରାଯାଇଥିଲା ଯେ ସେ ଅଧିକ ରିଟର୍ଣ୍ଣ ଏବଂ IPO ଏବଂ OTC ଟ୍ରେଡିଂରେ ନିବେଶ କରିବାକୁ ଯାଇ ଅଜ୍ଞାତ ସାଇବର ଠକମାନଙ୍କ ଦ୍ୱାରା ଠକେଇର ଶିକାର ହୋଇଛନ୍ତି। ସେମାନେ ତାଙ୍କୁ IPO ଏବଂ OTC ଟ୍ରେଡିଂ କରିବାକୁ ପ୍ରବର୍ତ୍ତାଇଥିଲେ। ଯାହା ଫଳରେ ସେ ୧,୦୩,୫୦,୦୦୦/- ଟଙ୍କା ଟ୍ରାନ୍ସଫର କରିଥିଲେ। ପ୍ରାରମ୍ଭିକ କ୍ଷତି ସତ୍ତ୍ୱେ ସେ ଅଧିକ ନିବେଶ କରିବାକୁ ରାଜି ହୋଇଥିଲେ କିନ୍ତୁ ଉଠାଇବାକୁ ଚେଷ୍ଟା କରିବା ସମୟରେ ତାଙ୍କୁ ଅତିରିକ୍ତ ଟଙ୍କା ଦେବାକୁ ଦାବି କରାଯାଇଥିଲା ଏବଂ ତାଙ୍କ ଟଙ୍କା ରିଲିଜ୍ କରିବାକୁ ମନା କରି ଦେଇଥିଲେ। ସେ ଜାଣିପାରିଲେ ଯେ ଏହା ଏକ ଠକେଇ ଥିଲା ଏବଂ ଏକ FIR ଦାୟର କରିଥିଲେ। ମାମଲା ବର୍ତ୍ତମାନ ତଦନ୍ତାଧୀନ ଅଛି।

କ୍ରାଇମବ୍ରାଞ୍ଚ ଟିମ୍ ବେଙ୍ଗାଲୁରୁରେ ଟ୍ରାଞ୍ଜେକ୍ସନ ଡିଟେଲ୍ସ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ପ୍ରମାଣ ଉପରେ କାମ କରିବା ପରେ ଏହି ଅପରାଧର ଜଣେ ଅଭିଯୁକ୍ତଙ୍କୁ ସଫଳତାର ସହ ଚିହ୍ନଟ କରି ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ଗଣେଶ କେ ସେଟ୍ଟି (୪୮) ବୋଲି ଚିହ୍ନଟ ହୋଇଛି।

ପ୍ରଥମେ ତାଙ୍କୁ ଗିରଫ କରାଯାଇ ବେଙ୍ଗାଲୁରୁ କୋର୍ଟରେ ହାଜର କରାଯାଇଥିଲା ଏବଂ ଟ୍ରାଞ୍ଜିଟ୍ ରିମାଣ୍ଡ ପାଇବା ପରେ ତାଙ୍କୁ କଟକ ଅଣାଯାଇଥିଲା। ବର୍ତ୍ତମାନ JMFC-III (କଗ୍ ଟେକିଂ) କୋର୍ଟକୁ U/S 419/ 420/ 465/ 467/ 468/ 471/ 120(B)/ 34 IPC r/w ଧାରା 66-C/66-D IT Act-2000 କୁ ପଠାଯାଇଛି।

Read More
{}{}