Home >>Odisha State

Odisha News: ଉଧାର ଟଙ୍କା ମାଗିବାରୁ ବୋମାମାଡ଼

Odisha News: ଉଧାର ଟଙ୍କା ମାଗିବା ନେଇ କୋର୍ଟରେ ମାମଲା ରୁଜୁ କରିଥିବାରୁ ବରିଷ୍ଠ ଆଇନଜୀବୀଙ୍କ ଉପରକୁ ହୋଇଥିଲା ବୋମାମାଡ। ବୁଧବାର ପୁରୀ ଗୋପାଳପୁର ଛକରେ ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ସାହୁଙ୍କ ଉପରକୁ ବୋମାମାଡ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

Advertisement
Odisha News: ଉଧାର ଟଙ୍କା ମାଗିବାରୁ ବୋମାମାଡ଼
Sanjaya Kumar Mohapatra|Updated: Apr 04, 2024, 06:34 PM IST
Share

Odisha News: ଉଧାର ଟଙ୍କା ମାଗିବା ନେଇ କୋର୍ଟରେ ମାମଲା ରୁଜୁ କରିଥିବାରୁ ବରିଷ୍ଠ ଆଇନଜୀବୀଙ୍କ ଉପରକୁ ହୋଇଥିଲା ବୋମାମାଡ। ବୁଧବାର ପୁରୀ ଗୋପାଳପୁର ଛକରେ ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ସାହୁଙ୍କ ଉପରକୁ ବୋମାମାଡ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ବୋମାମାଡ ଘଟଣାରେ ପେଣ୍ଠକଟା ମେରାଇନ୍ ଥାନା ପୋଲିସ ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଗିରଫ ଅଭିଯୁକ୍ତ ଦୁଇ ଭାଇ ହେଉଛନ୍ତି ଗୋପାଳପୁର ଅଞ୍ଚଳର ଅର୍ଜୁନ ମହାରଣା ଓ ବାସୁଦେବ ମହାରଣା।

ଏସପିଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତ ବାସୁଦେବ ମହାରଣା କିଛି ବର୍ଷ ତଳେ ସୁବାଷଙ୍କ ଠାରୁ ୧ ଲକ୍ଷ ଟଙ୍କା ଧାର ନେଇଥିବା ବେଳେ ଏହା ବଦଳରେ ପ୍ରାୟ ଏକ ଲକ୍ଷ ଟଙ୍କାର ଏକ ଚେକ୍ ସୁବାଷଙ୍କୁ ଦେଇଥିଲା। ସେହି ଚେକ୍ ଟି ବାଉନ୍ସ ହୋଇଯିବାରୁ ସୁବାଷ କୋର୍ଟଙ୍କ ଆଶ୍ରୟ ନେଇ ଚେକ୍ ବାଉନ୍ସ ମାମଲା ରୁଜୁ କରିଥିଲେ। ଏହାକୁ କେନ୍ଦ୍ରକରି ଉଭୟ ପରିବାର ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ତେବେ ଗତକାଲି ସୁବାଷ ସାଇକେଲ ଯୋଗେ କୋର୍ଟ ଯାଉଥିବା ସମୟରେ ଅଭିଯୁକ୍ତ ଦୁଇଭାଇ ଅର୍ଜୁନ ଓ ବାସୁଦେବ ଗୋପାଳପୁର ଛକରେ ତାଙ୍କ ଉପରକୁ ବୋମାମାଡ କରିଥିଲେ।

ବୋମାମାଡରେ ସୁବାଷଙ୍କ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ତେବେ ଚେକ୍ ବାଉନସ ହେବା ଯୋଗୁଁ ବୋମାମାଡ ଘଟଣାରେ ଦୁଇ ଗିରଫ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୁରୀ ଏସପି।

Read More
{}{}