Home >>Odisha State

Subhadra Yojana: କେବେ ଆସିବ 'ସୁଭଦ୍ରା' ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା? ଉପ ମୁଖ୍ୟମନ୍ତ୍ରୀ ଦେଲେ ସୂଚନା

Subhadra Yojana 4th phase money: ବର୍ତ୍ତମାନ ପ୍ରର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ କେୱାଇସି ଅପ୍‌ଡେଟ୍‌ କରି ନାହାନ୍ତି। ଜାନୁଆରୀ ଶେଷରେ ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ କେୱାଇସି ଅପଡେଟ୍‌ କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଯୋଜନାରେ ବାଦ୍ ନପଡନ୍ତି, ସେଦିଗରେ ସରକାର କାର୍ଯ୍ୟ କରୁଛନ୍ତି ।   

Advertisement
Subhadra Yojana 4th phase money update
Subhadra Yojana 4th phase money update
Jagdish Barik|Updated: Jan 17, 2025, 02:24 PM IST
Share

ଭୁବନେଶ୍ଵର: ଚଳିତ ମାସ ଶେଷ ସୁଦ୍ଧା ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା ମିଳିବ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଏନେଇ ସୂଚନା ଦେଇଛନ୍ତି । ଯେଉଁ ହିତାଧିକାରୀ ଯୋଜନାରୁ ବାହାରିଯାଇଥିଲେ ବା ଅପ୍ଟ ଆଉଟ ହୋଇଯାଇଥିଲେ, ସେମାନଙ୍କ ମଧ୍ୟରୁ  ୧୭ ହଜାର  ହିତାଧିକାରୀ ଏବେ ପୁଣିଥରେ ସାମିଲ ବା ଅପ୍ଟ ଇନ ହୋଇଛନ୍ତି । ମୋଟ ୩୧ହଜାର ମହିଳା ଅପ୍ଟ ଆଉଟ ହୋଇଥିବାବେଳେ ୧୭ ହଜାର ମହିଳା ଅପ୍ଟ ଇନ କରିଛନ୍ତି। ବାକି ୧୪ ହଜାର ମହିଳା ଅପ୍ଟ ଇନ କରିନାହାନ୍ତି।  ସେମାନେ ଆୟକର ବର୍ଗର ହୋଇ ଥାଇ ପାରନ୍ତି କିମ୍ବା ତାଙ୍କ ପରିବାରରୁ କିଏ ସରକାରୀ ଚାକିରୀ କରିଥାଇପାରନ୍ତି ବୋଲି  ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ଏଯାବତ୍ ୨ ଲକ୍ଷରୁ ଅଧିକ କେୱାଇସି ଅପ୍‌ଡେଟ୍‌ କରି ନାହାନ୍ତି। ଜାନୁଆରୀ ଶେଷରେ ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ କେୱାଇସି ଅପଡେଟ୍‌ କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଯୋଜନାରେ ବାଦ୍ ନପଡନ୍ତି, ସେଦିଗରେ ସରକାର କାର୍ଯ୍ୟ କରୁଛନ୍ତି । ଚତୁର୍ଥ ପର୍ୟ୍ୟାୟ ଟଙ୍କା ମିଳିବା ପରେ ମଧ୍ୟ କେୱାଇସି ଅପଡେଟ କଲେ କିମ୍ବା ଅପ୍ଟ ଇନ କଲେ ହିତାଧିକାରୀ ଯୋଜନାରେ ସାମିଲ ହୋଇ ପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Read More
{}{}