Hindi News >>Home >>Odisha State

Traffic Rule: ରାଜଧାନୀରେ ସାବାଡ଼ ହେବେ ଆମାନିଆ, ରେଡ୍ ସିଗନାଲ୍ ଡେଇଁଲେ ଗାଡ଼ି ସହ ସିଜ୍‌ ହେବ ଡ୍ରାଇଭିଂ ଲାଇସେନ୍ସ

Traffic Rule:  ଏଣିକି ରାଜଧାନୀରେ ଟ୍ରାଫିକ ପୋଷ୍ଟର (Traffic Post) ରେଡ୍ ସିଗ୍ନାଲ (Red Signal) ଡେଇଁବା ପଡ଼ିବ ମହଙ୍ଗା । ୩ ମାସ ଯାଏଁ ଡ୍ରାଇଭିଂ ଲାଇସେନ୍ସ (Driving license) ବାତିଲ୍ ହେବା ସହ ଗାଡ଼ିକୁ ସିଧାସଳଖ କୋର୍ଟଚାଲାଣ (Court Forward) କରାଯିବ ବୋଲି ଭୁବନେଶ୍ୱର ଟ୍ରାଫିକ୍ ଡିସିପି (Bhubaneswar Traffic DCP) ଏହି ସୂଚନା ଦେଇଛନ୍ତି ।

Advertisement
Traffic Rule: ରାଜଧାନୀରେ ସାବାଡ଼ ହେବେ ଆମାନିଆ, ରେଡ୍ ସିଗନାଲ୍ ଡେଇଁଲେ ଗାଡ଼ି ସହ ସିଜ୍‌ ହେବ ଡ୍ରାଇଭିଂ ଲାଇସେନ୍ସ
Zee Odisha Desk|Updated: Mar 19, 2024, 11:58 AM IST
Share

Traffic Rule: ଆଉ ଖସିପାରିବେନି ଆମନିଆ ଚାଳକ । ଏଣିକି ଟ୍ରାଫିକ ନିୟମ (Traffic Rule) ଭାଙ୍ଗିଲେ ମୋଟା ଅଙ୍କର ଜୋରିମାନା ସହ ଯିବାକୁ ପଡ଼ିବ ଜେଲ । ଖବର ଅନୁଯାୟୀ, ଏଣିକି ରାଜଧାନୀରେ ଟ୍ରାଫିକ ପୋଷ୍ଟର (Traffic Post) ରେଡ୍ ସିଗ୍ନାଲ (Red Signal) ଡେଇଁବା ପଡ଼ିବ ମହଙ୍ଗା । ୩ ମାସ ଯାଏଁ ଡ୍ରାଇଭିଂ ଲାଇସେନ୍ସ (Driving license) ବାତିଲ୍ ହେବା ସହ ଗାଡ଼ିକୁ ସିଧାସଳଖ କୋର୍ଟଚାଲାଣ (Court Forward) କରାଯିବ ବୋଲି ଭୁବନେଶ୍ୱର ଟ୍ରାଫିକ୍ ଡିସିପି (Bhubaneswar Traffic DCP) ଏହି ସୂଚନା ଦେଇଛନ୍ତି ।

ଟ୍ରାଫିକ ସଚେତନତାକୁ ଜୋରଦାର କରିବା ନେଇ କମିଶନରେଟ ପୋଲିସ (Commissionerate Police) ପକ୍ଷରୁ ଏପରି ଅଭିଯାନ ଆରମ୍ଭ କରାଯାଇଛି । ପ୍ରଥମେ ରାଜଧାନୀର ପ୍ରବେଶ ପଥ ତଥା ଜନଗହଳିପୂର୍ଣ୍ଣ ଟ୍ରାଫିକ ଛକରେ ପ୍ରଥମେ ଏହି ନିୟମକୁ କଡ଼ାକଡ଼ି କରାଯାଇଛି। ପରେ ଏହାକୁ ସମଗ୍ର ଭୁବନେଶ୍ବରରେ ଏହି ନିୟମ ଲାଗୁ କରାଯିବ । ଏନେଇ ଭୁବନେଶ୍ୱର ଟ୍ରାଫିକ ଡିସିପି ପି.କେ.ରାଉତ କହିଛନ୍ତି, ଯିଏ ରେଡ ଲାଇଟ୍‌ ଡେଇଁବ, ତା’ ଗାଡ଼ି ସହ ଡିଏଲ୍‌ ସିଜ୍‌ ହେବ । କୋର୍ଟ ଯାଇ ସେମାନେ ତାହାକୁ ମୁକୁଳାଇବେ। ଡିଏଲ୍‌ ସିଜ୍‌ ହେବା ପରେ ତାହାକୁ ସସ୍‌ପେଣ୍ଡ କରିବାକୁ ଆରଟିଓକୁ ପଠାଇବୁ।

ଏହା ବି ପଢନ୍ତୁ- Odisha News: ଗ୍ରୀଷ୍ମ ପ୍ରବାହ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କଲେ SRC

ଏନେଇ କମିଶନରେଟ ପୋଲିସ ପକ୍ଷରୁ ଏଜି ଛକ, ନାଲକୋ ଛକ, ଖଣ୍ଡଗିରି, କଳ୍ପନା ଛଳ, ରସୁଲଗଡ଼, ଆଚାର୍ଯ୍ୟବିହାର, ବାଣୀବିହାର, ଶିଶୁ ଭବନ ଛକ, ଜୟଦେବ ବିହାର, ନାଲକୋ ଛକ, ଡମଣା, କିଟ ଛକ, ପୋଖରୀପୁଟ ଓ କଳିଙ୍ଗ ନଗର ଆଦି ଛକରେ ଜୋରଦାର ଚେକିଂ ଆରମ୍ଭ ହୋଇଛି ।

Read More
{}{}