Hindi News >>Home >>Odisha State

Driver Strike: ଧାରଣାରେ ଓଡ଼ିଶା ଡ୍ରାଇଭର ମହାସଂଘ, ଯାତାୟତ ପ୍ରଭାବିତ

Driver Strike: ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆଜି ଠାରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ କରାଯାଇଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ର ନୂତନ ପରିବହନ ନୀତିକୁ ବିରୋଧ କରି ଡ୍ରାଇଭର ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଡ୍ରାଇଭରମାନେ ଦୁର୍ଘଟଣା କଲେ ସାତ ଲକ୍ଷ ଟଙ୍କା ଜୋରିମାନା ଏବଂ ଦଶ ବର୍ଷ ଜେଲ ଦଣ୍ଡ ପାଇଁ ଆଇନ୍ ର ବ୍ୟବସ୍ଥା ରହିଛି। 

Advertisement
Driver Strike: ଧାରଣାରେ ଓଡ଼ିଶା ଡ୍ରାଇଭର ମହାସଂଘ, ଯାତାୟତ ପ୍ରଭାବିତ
Trilochan Das|Updated: Jan 06, 2024, 03:08 PM IST
Share

Driver Strike: ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆଜି ଠାରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ କରାଯାଇଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ର ନୂତନ ପରିବହନ ନୀତିକୁ ବିରୋଧ କରି ଡ୍ରାଇଭର ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଡ୍ରାଇଭରମାନେ ଦୁର୍ଘଟଣା କଲେ ସାତ ଲକ୍ଷ ଟଙ୍କା ଜୋରିମାନା ଏବଂ ଦଶ ବର୍ଷ ଜେଲ ଦଣ୍ଡ ପାଇଁ ଆଇନ୍ ର ବ୍ୟବସ୍ଥା ରହିଛି। ମାତ୍ର ଡ୍ରାଇଭର ମହାସଂଘ ପକ୍ଷରୁ କୁହାଯାଇଛି ଯେ ଡ୍ରାଇଭର ପକ୍ଷରୁ ଜୋରିମାନା ଦେବା ସମ୍ଭବ ପର ନୁହେଁ। ଯେପର୍ଯ୍ୟନ୍ତ କେନ୍ଦ୍ର ଏବଂ ରାଜ୍ୟ ସରକାର ଡ୍ରାଇଭର ମାନଙ୍କ ର ଦାବି କୁ ମାନି ନନେବେ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରହିବ।

ଆବଶ୍ୟକ ପଡିଲେ ଡ୍ରାଇଭରଙ୍କ ପରିବାରର ସଦସ୍ୟାମାନେ ଏହି ଆନ୍ଦୋଳନରେ ସାମିଲ ହେବେ ବୋଲି ଚେତାବନୀ ଦେଇଛି ସଙ୍ଘ। କଟକରେ(Cuttack) ଡ୍ରାଇଭରଙ୍କ ର ଷ୍ଟିୟରିଂ ଆନ୍ଦୋଳନ ବେଶ୍ ପ୍ରଭାବ ପକାଇଛି। ଯାହା ଫଳରେ ଟ୍ରକ୍, ବସ ଚଳା ଚଳ ଠପ ହୋଇଯାଇଛି। ବସ ଚଳା ଚଳ ବନ୍ଦ ଯୋଗୁଁ ଯାତ୍ରୀମାନେ ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ଯାତ୍ରୀମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରି ବସ ପାଉନାହାନ୍ତି। ବସ ଷ୍ଟାଣ୍ଡ ଗୁଡ଼ିକ ଖାଁ ଖାଁ ହୋଇ ପଡ଼ିଛି। ଡ୍ରାଇଭରମାନଙ୍କ(Odisha Drivers) ଆନ୍ଦୋଳନର ପ୍ରଭାବ ପରିବହନ କ୍ଷେତ୍ରରେ ଦେଖିବାକୁ ମିଳିଛି।

 ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକରେ ଗୋଟିଏ ଦିନ ପାଇଁ ପେଟ୍ରୋଲ ଡିଜେଲ ମହଜୁତ ରହିଛି। ଆନ୍ଦୋଳନ ଅବ୍ୟାହତ ରହିଲେ ଡିଜେଲ ବା ପେଟ୍ରୋଲ ମିଳିବା ସମସ୍ୟା ସୃଷ୍ଟି କରିବ । ଆଜି ସକାଳୁ କ୍ଷୀର ଗାଡ଼ି ଗୁଡ଼ିକ ଯାତାୟାତ କରୁନାହିଁ । ଡ୍ରାଇଭର ମାନେ ବିଭିନ୍ନ ସ୍ଥାନରେ ଧାରଣାରେ ବସିଛନ୍ତି।ସେପଟେ ହିଟ୍ ଆଣ୍ଡ ରନ୍ ଆଇନକୁ ଉଛେଦ ଓ ମୃତ୍ୟୁ କାଳୀନ କ୍ଷତିପୂରଣ ଦେବାର ବିଳମ୍ବକୁ ବିରୋଧ କରି ଖୋର୍ଦ୍ଧା ଜିଲ୍ଲା ଡ୍ରାଇଭର ସଂଘ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ଛକ ନିକଟରେ ଧାରଣା ଦେଇଛି ସଙ୍ଘ। ଏ ନେଇ ପରିବହନ କମିଶନର ଡ୍ରାଇଭରଙ୍କ ଆନ୍ଦୋଳନ ସ୍ଥଗିତ ରହିଥିବା କହିଥିବା ବେଳେ କିନ୍ତୁ ସଂଘ କହିଛି ଯେ ଆନ୍ଦୋଳନ ଜାରି ରହିଛି।

Also Read: Sambalpur Lok Mahotsav: ଦ୍ୱିତୀୟ ଦିନରେ ସମ୍ବଲପୁର ଲୋକ ମହୋତ୍ସବ

Read More
{}{}