Hindi News >>Home >>Odisha State

Odisha Election 2024: ପୁଣି ସମାନ ପ୍ରଶ୍ନକୁ ଦୋହରାଇଲେ ମୁଖ୍ୟମନ୍ତ୍ରୀ, ନିଜ ପ୍ରାର୍ଥୀଙ୍କ ନାଁ ବି ନେଲେନି

Odisha Election 2024: ଆଜି ଭବାନୀପାଟଣାରେ  ନିର୍ବାଚନ ସଭାକୁ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳର ସଭାପତି ଭାବେ ସେ ବିରୋଧୀ ଦଳକୁ ସମାନ ଦୁଇଟି ଶବ୍ଦରେ ସମାଲୋଚନା କରିଛନ୍ତି। କୋରାପୁଟ ଗସ୍ତ ସମୟରେ  ଯାହା କହିଥିଲେ ତାହାର ପୁନରାବୃତ୍ତି କରିଛନ୍ତି। 

Advertisement
Odisha Election 2024: ପୁଣି ସମାନ ପ୍ରଶ୍ନକୁ ଦୋହରାଇଲେ ମୁଖ୍ୟମନ୍ତ୍ରୀ, ନିଜ ପ୍ରାର୍ଥୀଙ୍କ ନାଁ ବି ନେଲେନି
Zee Odisha Desk|Updated: May 06, 2024, 12:41 PM IST
Share

Odisha Election 2024: ଆଜି ଭବାନୀପାଟଣାରେ  ନିର୍ବାଚନ ସଭାକୁ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳର ସଭାପତି ଭାବେ ସେ ବିରୋଧୀ ଦଳକୁ ସମାନ ଦୁଇଟି ଶବ୍ଦରେ ସମାଲୋଚନା କରିଛନ୍ତି। କୋରାପୁଟ ଗସ୍ତ ସମୟରେ  ଯାହା କହିଥିଲେ ତାହାର ପୁନରାବୃତ୍ତି କରିଛନ୍ତି। ସେ କହିଛନ୍ତି ‘ ବିରୋଧୀ ଦଳ ମିଛ କଥା କହୁଛନ୍ତି। କୁମ୍ଭୀର କାନ୍ଦଣା କରୁଛନ୍ତି’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସଂକ୍ଷିପ୍ତ ଭାଷଣରେ ଭବାନୀ ପାଟଣା ବିଧାୟକ ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କହିଛନ୍ତି କିନ୍ତୁ ତାଙ୍କ ନାଁ କହିପାରି ନାହାନ୍ତି। 
ଭାଷଣ ଆରମ୍ଭରୁ ମୁଖ୍ୟମନ୍ତ୍ରୀ କହିଛନ୍ତି,  ଭାଇ ଓ ଭଉଣୀମାନେ ମୋର ନମସ୍କାର ଓ ଜୁହାର। ଆପଣମାନେ ଏତେ ଖରାରେ ଆସିଛନ୍ତି ଓ ଦୂରରୁ ଆସିଛନ୍ତି ସେଥିଲାଗି ଧନ୍ୟବାଦ। ଆପଣ ମୋତେ କୁହନ୍ତୁ ବିଏସକେ ଓ୍ୱାଇ ଯୋଜନା ଭଲ କି? ମିଶନଶକ୍ତି ଯୋଜନା ଭଲ କି? ମମତା ଯୋଜନା ଭଲ କି? ୫-ଟି ସ୍କୁଲ୍‍ ଭଲ କି? ପିଲାଙ୍କୁ ସ୍କଲାରଶିପ୍‍ ଭଲ କି? ଚାଷୀର କାଳିଆ ଯୋଜନା ଭଲ କି? ମଧୁବାବୁ ପେନ୍‍ସନ୍‍ ଯୋଜନା ଭଲ କି? ଏବଂ ପୁରୀ କାମ ଭଲ କି? ଆପଣମାନେ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରନ୍ତୁ। ଶଙ୍କ ଚିହ୍ନକୁ ଭୋଟ ଦିଅନ୍ତୁ। ’

ଏହାପରେ ନବୀନ ପଟ୍ଟନାୟକ ଜିନ୍ଦାବାଦ ସ୍ଲୋଗାନରେ ସଭାସ୍ଥଳ କମ୍ପିଥିଲା। ପରେ  ଶ୍ରୀ ପଟ୍ଟନାୟକ କହିଥିଲେ, ‘ବିରୋଧୀ ଦଳ ମିଛ କଥା କହୁଛନ୍ତି। ବିରୋଧୀ ଦଳର ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆପଣ ବିଜୁ ଜନତା ଦଳ ଶଙ୍ଖ ଚିହ୍ନକୁ ଆଶୀର୍ବାଦ କରନ୍ତୁ। ବିଧାୟକ ପ୍ରାର୍ଥୀଙ୍କୁ ଓ ସାଂସଦ ପ୍ରାର୍ଥୀଙ୍କୁ ବହୁତ ଧନ୍ୟବାଦ। 
ଏହାପରେ ଭାଷଣ ସରିଥିଲା। ଶ୍ରୀ ପାଣ୍ଡିଆନ୍‍ ବିଭିନ୍ନ ଯୋଜନା ସମ୍ପର୍କରେ କହିଥିଲେ। ଓଡ଼ିଶାକୁ ଏକ ନମ୍ବର କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଯନାୟକ ହି କରିପାରିବେ। ଛତିଶଗଡ଼, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, କର୍ଣ୍ଣାଟକରେ ଲୋକେ ଡବଲ ଇଞ୍ଜିନ୍‍ ପାଇଁ ତେଲ ପକାଇଥିଲେ। ତେଲ ସରିଗଲା ଇଞ୍ଜିନ୍‍ ବନ୍ଦ ହୋଇଗଲା। ସେଠାରେ ଅର୍ଥନୀତି ପଛକୁ ନେଇଗଲେ।  ନବୀନ ଇଞ୍ଜିନ୍‍କୁ ଆଶୀର୍ବାଦ କରିବେ  ବୋଲି କହିଥିଲେ ପାଣ୍ତିଆନ୍‍। ଜିଲ୍ଲାର ୫ ବିଧାୟକ ଆସନରେ ବିଜେଡିର ପ୍ରାର୍ଥୀ ବିଜୟୀ ହେବେ ବୋଲି ସେ କହିଥିଲେ।

Read More
{}{}