Hindi News >>Home >>Odisha State

Odisha Election 2024: ଭିନ୍ନ ଢଙ୍ଗରେ ସଚେତନତା, ମାଛ ବିକ୍ରି କରି ଲୋକଙ୍କୁ...

Odisha Election 2024: ଭୋଟର ମାନଙ୍କୁ ସଚେତନ କରାଉଛନ୍ତି ବାପା ଓ ପୁଅ। ଜାତିରେ କୈବର୍ତ୍ତ, ପେଶା ହେଉଛି ମାଛ ବ୍ୟବସାୟ। ନିଶା କିନ୍ତୁ ସମାଜକୁ ସଚେତନ ବାର୍ତ୍ତା ଦେବା। ଭିନ୍ନ ଉପାୟରେ ଭୋଟର ମାନଙ୍କୁ ସଚେତନତା କରୁଛନ୍ତି ବାପା ଓ ପୁଅ। ନିଜର ପାରମ୍ପରିକ, କୌଳିକ ବୃତ୍ତି ସମୟରେ ନାଚି, ଗୀତଗାଇ ଭୋଟର ମାନଙ୍କୁ ସଚେତନତା କରିବାରେ ଏହି ଦୁଇ ବାପା ଆଉ ପୁଅ ଆଜି ପାଲଟିଛନ୍ତି ଅନ୍ୟ ମାନଙ୍କ ପାଇଁ ଉଦାହରଣ।

Advertisement
Odisha Election 2024: ଭିନ୍ନ ଢଙ୍ଗରେ ସଚେତନତା, ମାଛ ବିକ୍ରି କରି ଲୋକଙ୍କୁ...
Narayan Behera|Updated: May 13, 2024, 12:53 PM IST
Share

Odisha Election 2024: ଭୋଟର ମାନଙ୍କୁ ସଚେତନ କରାଉଛନ୍ତି ବାପା ଓ ପୁଅ। ଜାତିରେ କୈବର୍ତ୍ତ, ପେଶା ହେଉଛି ମାଛ ବ୍ୟବସାୟ। ନିଶା କିନ୍ତୁ ସମାଜକୁ ସଚେତନ ବାର୍ତ୍ତା ଦେବା। ଭିନ୍ନ ଉପାୟରେ ଭୋଟର ମାନଙ୍କୁ ସଚେତନତା କରୁଛନ୍ତି ବାପା ଓ ପୁଅ। ନିଜର ପାରମ୍ପରିକ, କୌଳିକ ବୃତ୍ତି ସମୟରେ ନାଚି, ଗୀତଗାଇ ଭୋଟର ମାନଙ୍କୁ ସଚେତନତା କରିବାରେ ଏହି ଦୁଇ ବାପା ଆଉ ପୁଅ ଆଜି ପାଲଟିଛନ୍ତି ଅନ୍ୟ ମାନଙ୍କ ପାଇଁ ଉଦାହରଣ। ଚାଲିଛି ଆସିଛି ନିର୍ବାଚନ ଋତୁ। ଯାହାକୁ ନେଇ ଆଜି ସମଗ୍ର ଭାରତବର୍ଷରେ ଗଣତନ୍ତ୍ରର ଏହି ମହାନ ପରମ୍ପରା କୁ ନେଇ ବିଭିନ୍ନ ଦଳର ନେତା ସେମାନଙ୍କ ସପକ୍ଷରେ ମତଦାନ କରିବାକୁ ଚଳାଇଛନ୍ତି ଭିନ୍ନ ଭିନ୍ନ ଧରଣର ପ୍ରୟାସ।

ALSO READ: Entertainment News: ପୁଣି ଲୁହରେ ଭିଜିଲା କଳା ଜଗତ, ଚାଲିଗଲେ ଏହି ଭେଟେରାନ୍ ଅଭିନେତା

ତେଣୁ ଚଳିତ ନିର୍ବାଚନରେ କିପରି ସାଧାରଣ ଭୋଟର ମାନେ ମଦ, ମାଂସ ଓ ଟଙ୍କା ପ୍ରତି ଆକୃଷ୍ଟ ନ ହୋଇ ଏକ ଭଲ ଜନପ୍ରତିନିଧି ବାଛିବାକୁ ବାପା ପୁଅ ଚଳାଇଛନ୍ତି ପ୍ରଚାର। ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ପିପ୍ପଳ ଗ୍ରାମର କୂଳମଣି ତରାଇ ଓ ତାଙ୍କର ପୁଅ ହିରଣ୍ୟ ତରାଇ ଆଜି ପାଲଟିଛନ୍ତି ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ। ମାଛ ଧରି ବ୍ୟବସାୟ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ଏହି ବାପା ଓ ପୁଅଙ୍କ ର ନିଶା ହେଉଛି ନିଜର କୌଳିକ ପାରମ୍ପରିକ ଘୋଡାନାଚ। ଓଡିଶାର ବିଭିନ୍ନ ସ୍ଥାନରେ ଘୋଡାନାଚ ପରିବେଷଣ କରି ଅନେକ ସ୍ଥାନରେ ପୁରସ୍କୃତ ହୋଇଛନ୍ତି କୂଳମଣି ଓ ହିରଣ୍ୟ। 

ତେବେ ବିଗତ କରୋନା ମହାମାରୀ ସମୟରେ ଚାଲିଆଡେ ହାହାକାର ପଡ଼ିଥିବା ସମୟରେ ଏହି ବାପାପୁଅ ନିଜର ପାରମ୍ପରିକ ବେଶ ପୋଷାକ ରେ ଘୋଡାନାଚ ମାଧ୍ୟମରେ ଗାଁକୁ ଗାଁ ବୁଲି ଲୋକମାନଙ୍କୁ ସଚେତନତା କରି ଚର୍ଚ୍ଚାରେ ରହିଥିବା କୁଳମଣି ଓ ହିରଣ୍ୟ ଚଳିତ ନିର୍ବାଚନକୁ ଅବାଧ ଓ ସ୍ୱଚ୍ଛ କରିବା ପାଇଁ ମାଛ ବିକ୍ରି କରିବା ସହିତ ଭୋଟର ମାନଙ୍କୁ ସଚେତନ କରାଉଛନ୍ତି । ବାପା ପୁଅ ଙ୍କ ଏହି କାର୍ଯ୍ୟକୁ ଅଞ୍ଚଳବାସୀ ସ୍ୱାଗତ କରିବା ସହିତ ଢେର ପ୍ରଶଂସା କରିଛନ୍ତି। କିପରି ଟଙ୍କା ଓ ମଦ ମାଂସ ପ୍ରତି ଆକୃଷ୍ଟ ନ ହୋଇ ଆସନ୍ତା ପାଞ୍ଚବର୍ଷ ପାଇଁ ଆମର ସୁଖ, ଦୁଃଖ ରେ ସାଥି ହୋଇପାରୁଥିବା ଜଣେ ଭଲ ଜନପ୍ରତିନିଧିଙ୍କୁ ନିର୍ବାଚିତ କରି ଆମ ଅଞ୍ଚଳ ସହିତ ରାଜ୍ୟ ଓ ଦେଶର ସମୃଦ୍ଧିରେ ଆମେ ସହାୟକ ହୋଇପାରିଵା ଏ ନେଇ କୂଳମଣି ଓ ହିରଣ୍ୟ ନିଜର ବ୍ୟବସାୟ ସହିତ ଗୀତ ଗାଇ ସାଧାରଣ ଭୋଟର ମାନଙ୍କୁ କରୁଛନ୍ତି ସଚେତନ।

 

Read More
{}{}