Hindi News >>Home >>Odisha State

Odisha Election 2024: ରାଜନୀତିର ପଶା ପାଲିରେ ଦାଦା ଫେଲ ପୁତୁରା ପାସ

Odisha Election 2024: ଦାଦା ଫେଲ ପୁତୁରା ପାସ। ରାଜନୀତିର ପଶା ପାଲିରେ ଦାଦା ଫେଲ ହୋଇ ଯାଇଥିବାବେଳେ ପୁତୁରା କିନ୍ତୁ ସଫଳତା ହାସଲ କରିଛନ୍ତି। ଆମେ କହୁଛୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଟିକେଟ ଦୌଡର କଥା। ଏମିତି ଘଟଣା ଘଟିଛି ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ।

Advertisement
Odisha Election 2024: ରାଜନୀତିର ପଶା ପାଲିରେ ଦାଦା ଫେଲ ପୁତୁରା ପାସ
Zee Odisha Desk|Updated: Apr 06, 2024, 07:28 AM IST
Share

Odisha Election 2024: ପାଙ୍ଗି ପରିବାରର ଭୀଷ୍ମ କୁହାଯାଉଥିବା ଜୟରାମ ପାଙ୍ଗି ପ୍ରଥମ ଥର ପାଇଁ ଦଳୀୟ ଟିକେଟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏପରିକି ଚଳିତ ନିର୍ବାଚନ ମଇଦାନରେ ତାଙ୍କୁ ଆଉ ଦେଖିବାକୁ ମିଳି ନ ପାରେ। ଯାହାକି ତାଙ୍କ ରାଜନୈତିକ କ୍ୟାରିଅର ମଧ୍ୟରେ ଏପରି ପ୍ରଥମ ଥର ଘଟିବାକୁ ଯାଉଛି। ବିଜେଡି ରୁ ନିଲମ୍ବିତ ପରେ ବିଜେପି ରେ ଯୋଗ ଦେଇଥିଲେ। ପରେ ବିଜେପି ଛାଡି ବି ଆର୍ ଏସ ରେ ଯୋଗ ଦେଇଥିଲେ। ଆଉ କିଛି ମାସ ପୂର୍ବରୁ କଂଗ୍ରେସରେ ଯୋଗ ଦେଇ ପଟାଙ୍ଗି କିମ୍ବା ଲକ୍ଷ୍ମୀପୁର ପାଇଁ ବିଧାନସଭା ନିର୍ବାଚନ ଲଢିବା ନେଇ ଆଶା ରଖିଥିଲେ। କିନ୍ତୁ ବାରମ୍ବାର ଦଳ ବଦଳେଉଥିବା ନେତାଙ୍କ ପ୍ରତି ଆସ୍ଥା ପ୍ରକଟ କରି ନ ପାରି କଂଗ୍ରେସ ଏହି ଦୁଇଟି ସ୍ଥାନରେ ପ୍ରାର୍ଥୀ ଘୋଷଣା କରି ସାରିଛି।

ନିର୍ବାଚନୀ ନିଶା ଏବେ ବି ଲାଗି ରହିଥିବାରୁ ନିଜ ସମର୍ଥକ ମାନଙ୍କ ସହ ଯୋଗାଯୋଗ ରେ ରହିଛନ୍ତି ଜୟରାମ ପାଙ୍ଗି। ଆସନ୍ତା ୧୬ ତାରିଖରେ ସମର୍ଥକ ମାନଙ୍କ ଗହଣରେ ନିର୍ଣ୍ଣୟ କରିବେ ଭବିଷ୍ୟତ ପନ୍ଥା। ନିର୍ବାଚନ ମଇଦାନ କୁ ଓହ୍ଲାଇବେ ନା ନାହିଁ। ତେବେ ସମର୍ଥକ ମାନେ ସ୍ଵାଧୀନ ଭାବେ ଲଢିବା ପାଇଁ କହୁଥିବା ନେଇ ଜୟରାମ ପାଙ୍ଗି ସୂଚନା ଦେଇଛନ୍ତି। ତେବେ ଏଠି ନେଇ ସେ ବିଚାର କରିବେ ଏବଂ ଆସନ୍ତା ୧୬ ତାରିଖରେ କୁନ୍ଦୁଲି ହାଟପଦା ଠାରେ ନିଜର ସମର୍ଥକ ମାନଙ୍କ ସହ ବୈଠକ କରି ନିଷ୍ପତି ନେବେ ବୋଲି କହିଛନ୍ତି। ତେବେ କଂଗ୍ରେସ ରେ ଯୋଗ ଦେବା ସମୟରେ ଗତ ଡିସେମ୍ବର ୨୦୨୩ ରେ ଜି ମିଡ଼ିଆ କୁ ଦେଇଥିବା ଏକ ସ୍ବତନ୍ତ୍ର ସାକ୍ଷାତକାର ରେ ସେ ବିଧାୟକ କିମ୍ବା ସାଂସଦ ପାଇଁ ଆଶାୟୀ ନ ଥିବା କହିଥିଲେ। କୌଣସି ସ୍ୱାର୍ଥ ନେଇ ଦଳ କୁ ଯାଇ ନ ଥିବା କହିବା ସହିତ ଏପରିକି ଦଳ ଯାହା ଚାହିଁବ ତାହା ହେବ ବୋଲି କହିଥିଲେ।

ଅନ୍ୟ ପକ୍ଷରେ ଜୟରାମ ପାଙ୍ଗି ଙ୍କ ପୁତୁରା ପ୍ରଫୁଲ୍ଲ ପାଙ୍ଗି କିନ୍ତୁ ଟିକେଟ ପାଇବା କ୍ଷେତ୍ର ରେ ସଫଳତା ହାସଲ କରିଛନ୍ତି। ଦାଦା ଦଳ ବଦଳାଇଥିବା ସତ୍ବେ ପୁତୁରା କିନ୍ତୁ ବିଜେଡି ଦଳ ଛାଡି ନ ଥିଲେ। ବିଜେଡି ସୁପ୍ରିମୋ ତାଙ୍କୁ ଯେଉଁ ଦାୟିତ୍ବ ଦେଲେ ସେହି ଦାୟିତ୍ବ ତୁଲାଇଥିଲେ। ୨୦୧୪ ନିର୍ବାଚନରେ ପ୍ରଫୁଲ୍ଲ ପାଙ୍ଗି ବିଧାୟକ ରୂପେ ବିଜେଡି ଦଳ ତରଫରୁ ନିର୍ବାଚିତ ହୋଇଥିବାବେଳେ ୨୦୧୯ ରେ ଦଳ ତାଙ୍କୁ ଟିକେଟ ଦେଇ ନ ଥିଲା। ତଥାପି ସେ ଦଳ ପାଇଁ କାର୍ଯ୍ୟ ଜାରି ରଖିଥିଲେ। ଯାହାର ଫଳ ସ୍ୱରୂପ ୨୦୨୪ ନିର୍ବାଚନ ପାଇଁ ଦଳ ପୁଣି ଥରେ ପ୍ରଫୁଲ୍ଲ ପାଙ୍ଗି ଙ୍କ ଉପରେ ଭରସା କରିଛି।

Read More
{}{}