Hindi News >>Home >>Odisha State

Prashant Jagdev: ଜେଲରୁ ସିଧା SCB ଗଲେ ବାହୁବଳୀ ନେତା ପ୍ରଶାନ୍ତ ଜଗଦେବ, ଜାଣନ୍ତୁ ଏହା ପଛର କାରଣ

Prashant Jagdev: ବାହୁବଳୀ ନେତା ତଥା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ନେଇ ଆସିଛି ଏକ ବଡ଼ ଖବର। ସେ ଅସୁସ୍ଥ ଥିବା ନେଇ ସୂଚନା ମିଳିଛି ।  ଏନେଇ ଆଜି ତାଙ୍କୁ କଟକ ବଡ଼଼ ମେଡିକାଲରେ ଭର୍ତ୍ତି କରାଯାଇଛି।  

Advertisement
Prashant Jagdev: ଜେଲରୁ ସିଧା SCB ଗଲେ ବାହୁବଳୀ ନେତା ପ୍ରଶାନ୍ତ ଜଗଦେବ, ଜାଣନ୍ତୁ ଏହା ପଛର କାରଣ
Narmada Behera|Updated: May 29, 2024, 09:58 AM IST
Share

Prashant Jagdev: ବାହୁବଳୀ ନେତା ତଥା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ନେଇ ଆସିଛି ଏକ ବଡ଼ ଖବର। ସେ ଅସୁସ୍ଥ ଥିବା ନେଇ ସୂଚନା ମିଳିଛି ।  ଏନେଇ ଆଜି ତାଙ୍କୁ କଟକ ବଡ଼଼ ମେଡିକାଲରେ ଭର୍ତ୍ତି କରାଯାଇଛି।  ଜେଲରେ ଥିବା ବେଳେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଛି । ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜେଲରୁ ଏସସିବି ଆଣି ଭର୍ତ୍ତି କରିଛନ୍ତି ଜେଲ୍ କର୍ମଚାରୀ। ବର୍ତ୍ତମାନ ମେଡିସିନ୍ ୱାର୍ଡ ଆଇସିୟୁରେ ତାଙ୍କର ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। ପ୍ରଶାନ୍ତଙ୍କର ରକ୍ତଚାପ ବଢିଯାଇଥିବା ବେଳେ ସୁଗାର ଲେବଲ ଅଧିକ ରହିଛି । ଛାତିରେ ଯନ୍ତ୍ରଣା ହେଉଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି। 

ALSO READ: Odisha News: ଏହି ଦିନ ହେବ B.Ed ଓ M.Ed ପ୍ରବେଶିକା ପରୀକ୍ଷା

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜେଲରେ ଅସୁସ୍ଥ ହୋଇପଡିଥିଲେ ପ୍ରଶାନ୍ତ ଜଗଦ୍ଦେବ୍ । ଏନେଇ ତାଙ୍କ ଓକିଲ ଅସୁସ୍ଥ ଥିବା ନେଇ କୋର୍ଟରେ ଅପିଲ୍ କରିଥିଲେ। ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉ ବୋଲି ଅପିଲ୍ କରିଥିଲେ। କୋର୍ଟ ଏହି ଆବେଦନକୁ ଗ୍ରହଣ କରି ଚିକିତ୍ସା ପାଇଁ ଅନୁମତି ଦେବା ପରେ ପ୍ରଶାନ୍ତଙ୍କୁ ଆଜି ଭୋଟ୍ ୪ଟା ସମୟରେ କଟକ ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ନିକଟରେ, ବୁଥ୍ ଭିତରେ ପଶି ଭଙ୍ଗାରୁଜା କରିବା ଅଭିଯୋଗରେ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରିଥିଲା ପୋଲିସ । ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ତାଙ୍କୁ ଗିରଫ କରାଯାଇଥିଲା। ଜଗଦେବଙ୍କୁ ଗିରଫ କରି ତାଙ୍କ ନାଁରେ ୪୫୨,୪୪୮,୨୯୪,୩୫୪,୩୨୩,୩୩୨ ଓ ୪୨୭ ଦଫା ଲଗାଥିଲା ପୋଲିସ । ଗିରଫ ପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ ଖୋର୍ଦ୍ଧା ଜେଲକୁ ପଠାଯାଇଥିଲା।

Read More
{}{}