Home >>Odisha State

Odisha Election 2024: ଜଗା ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, କହିଲେ...

Odisha Election 2024: ଓଡି଼ଶାରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ। ପୁରୀରେ ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସାନିଧ୍ୟ ଗ୍ରହଣ କଲେ  ନୀତିନ ଗଡକାରୀ। ନିର୍ଦ୍ଧାରିତ ସମୟ ଠାରୁ କିଛି ସମୟ ବିଳମ୍ବରେ ହେଲିପ୍ୟାଡରେ ପହଞ୍ଚିବା ପରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଭବ୍ଯ ସ୍ୱାଗତ କରାଯାଇଥିଲା। 

Advertisement
 Odisha Election 2024: ଜଗା ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, କହିଲେ...
Zee Odisha Desk|Updated: May 09, 2024, 05:49 PM IST
Share

Odisha Election 2024: ଓଡି଼ଶାରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ। ପୁରୀରେ ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସାନିଧ୍ୟ ଗ୍ରହଣ କଲେ  ନୀତିନ ଗଡକାରୀ। ନିର୍ଦ୍ଧାରିତ ସମୟ ଠାରୁ କିଛି ସମୟ ବିଳମ୍ବରେ ହେଲିପ୍ୟାଡରେ ପହଞ୍ଚିବା ପରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଭବ୍ଯ ସ୍ୱାଗତ କରାଯାଇଥିଲା। ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର, ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ସମେତ ଦଳୀୟ କର୍ମୀ ମାନେ ସ୍ୱାଗତ କରିଥିଲେ। କଡାସୁରକ୍ଷା ମଧ୍ୟରେ ସ୍ୱତନ୍ତ୍ର ସିକ୍ୟୁରିଟିରେ ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ। 

ଦର୍ଶନ ପରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ ହେଲା। ଦେଶର ସମୃଦ୍ଧି ,ସମ୍ପନ୍ନତା ଓ ସମଗ୍ର ବିଶ୍ଵରେ ଦେଶ ଶକ୍ତିଶାଳୀ ରାଷ୍ଟ୍ର ହେଉ ବୋଲି ପ୍ରାର୍ଥନା କଲି। ଦେଶର ଗରିବ ,କୃଷକ ଓ ଶ୍ରମିକଙ୍କ ସହ ସବୁ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ। ସେପଟେ ଦର୍ଶନ ସାରି ଫେରିବା ସମୟରେ ତାଳବଣିଆରେ ସମ୍ବିତ ପାତ୍ରଙ୍କ ବାସଭବନ ପରିଦର୍ଶନ କରି କୃଷ୍ଣପ୍ରସାଦରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇଛନ୍ତି। ବ୍ରହ୍ମଗିରି ନିର୍ବାଚନ ମଣ୍ଡଳିର ଲୋକମାନେ ବର୍ଷ ବର୍ଷ ଧରି ଯେଭଳି ଚିଲିକାରେ ବିପଦ ପୂର୍ଣ୍ଣ ଜଳଯାତ୍ରା କରୁଛନ୍ତି । ତାହାକୁ ଦୂର କରିବା ପାଇଁ ଚିଲିକାରେ ସାତପଡାରୁ ଜହ୍ନିକୁଦା ପର୍ଯ୍ଯନ୍ତ ପ୍ରାୟ ୨.୫କିଲୋମିଟର ବ୍ରୀଜ ନିର୍ମାଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

 

Read More
{}{}