Home >>Odisha State

Voter List: ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ରାଜ୍ୟରେ ଯୋଡିହେଲେ ୧୨.୯୮ ଲକ୍ଷ ନୂତନ ଭୋଟର

Voter List: ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଗତ ବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟରେ ୩,୨୬,୫୫,୨୧୩ ଭୋଟର ଥିଲେ। ଏଥିରେ ୧୨,୯୭,୯୫୪ ନୂଆ ନାମ ଯୋଡିଥିବାବେଳେ ୭,୧୬,୮୦୭ ନାମ ଡିଲିଟ୍ ହୋଇଛି ଓ ୪,୨୨,୩୩୮ ଭୋଟର କାର୍ଡ ସଂଶୋଧିତ ହୋଇଛି ।

Advertisement
Odisha Final Voter List
Odisha Final Voter List
Jagdish Barik|Updated: Jan 05, 2024, 08:59 PM IST
Share

Odisha Final Voter List: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି ଏବଂ ରାଜ୍ୟରେ ୧୨.୯୮ ଲକ୍ଷ ନୂତନ ଭୋଟର ଯୋଡି ଭୋଟରଙ୍କ ସଂଖ୍ୟା ମୋଟ ୩.୩୨ କୋଟିରେ ପହଞ୍ଚିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ନିକୁଞ୍ଜ ବିହାରୀ ଧଳ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଗତ ବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟରେ ୩,୨୬,୫୫,୨୧୩ ଭୋଟର ଥିଲେ। ଏଥିରେ ୧୨,୯୭,୯୫୪ ନୂଆ ନାମ ଯୋଡିଥିବାବେଳେ ୭,୧୬,୮୦୭ ନାମ ଡିଲିଟ୍ ହୋଇଛି ଓ ୪,୨୨,୩୩୮ ଭୋଟର କାର୍ଡ ସଂଶୋଧିତ ହୋଇଛି ।

ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ, ୨୦୨୩ ମସିହା ୨୭ ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ୧.୬୦ କୋଟିରୁ ୧.୬୩ କୋଟିକୁ ବୃଦ୍ଧି ପାଇଥିବାବେଳେ, ଲିଙ୍ଗ ଅନୁପାତ ୯୭୨ କୁ ତୁଳନାରେ ବୃଦ୍ଧି ପାଇ ୨୦୨୩ ମସିହାରେ ୯୬୧ ରେ ପହଞ୍ଚିଛି। ଏହା ସମେତ ପୁରୁଷ ଭୋଟରଙ୍କ ସଂଖ୍ୟା ୧.୬୮ କୋଟି ଓ ଟ୍ରାନ୍ସଜେଣ୍ଡର ଭୋଟରଙ୍କ ସଂଖ୍ୟା ୩,୩୮୦ ରେ ପହଞ୍ଚିଛି।

ଗୁରୁବାର ଦିନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ସମସ୍ତ ଜାତୀୟ, ରାଜ୍ୟସ୍ତରୀୟ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ନେଇ ଏକ ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଉକ୍ତ ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ବାରା ଜାରି କରାଯାଇଥୁବା ନିର୍ବାଚନ ସଂପର୍କିତ ଅତି ଗୁରୁତ୍ଵପୂର୍ଣ ନିର୍ଦ୍ଦେଶାବଳୀ ସଂପର୍କରେ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଅବଗତ କରାଇଛନ୍ତି।

Read More
{}{}