Hindi News >>Home >>Odisha State

ବଦଳିବ ରାଜ୍ୟ ପୋଲିସର 'ଟ୍ରାନ୍ସପୋର୍ଟ ଚେହେରା', ବୋଲେରୋ ବଦଳରେ ମିଳିବ ଏହି ଦୃତଗାମୀ SUV

Odisha News: ଅପରାଧିମାନେ ପୋଲିସକୁ ଚକମା ଦେବାକୁ ଦ୍ରୃତଗାମୀ କାର୍ ଓ ବାଇକ୍ ବ୍ୟବହାର କରୁଛନ୍ତି।  ଭଙ୍ଗା ଦଦରା ବୋଲେରୋରେ  ପୋଲିସ୍ ଅପରାଧିଙ୍କୁ ପିଛା କରି ପୋଲିସ୍ ଫେଲ୍ ମାରୁଛି। 

Advertisement
ବଦଳିବ ରାଜ୍ୟ ପୋଲିସର 'ଟ୍ରାନ୍ସପୋର୍ଟ ଚେହେରା', ବୋଲେରୋ ବଦଳରେ ମିଳିବ ଏହି ଦୃତଗାମୀ SUV
Narmada Behera|Updated: Dec 28, 2024, 01:47 PM IST
Share
Odisha News: ଅପରାଧିମାନେ ପୋଲିସକୁ ଚକମା ଦେବାକୁ ଦ୍ରୃତଗାମୀ କାର୍ ଓ ବାଇକ୍ ବ୍ୟବହାର କରୁଛନ୍ତି।  ଭଙ୍ଗା ଦଦରା ବୋଲେରୋରେ  ପୋଲିସ୍ ଅପରାଧିଙ୍କୁ ପିଛା କରି ପୋଲିସ୍ ଫେଲ୍ ମାରୁଛି।  ଚୋରକୁ ଗୋଡାଇବା ସମୟରେ ମିଟର କଣ୍ଟା ୮୦ ଡେଇଁଲେ ଘୁଁ ଘୁଁ ହୋଇ ବନ୍ଦ ହୋଇଯାଉଛି।  ଆଉ କିଛି ଗାଡିକୁ ପଛରୁ ଠେଲିଲେ ଷ୍ଟାର୍ଟ୍ ହେଉଛି। ରାଜ୍ୟର ସବୁ ଥାନାରେ ଏମିତି ଗାଡିଥିବା ଦେଖିବାକୁ ମିଳୁଛି। ଏହାକୁ ନଜରରେ ରଖି ସରକାର ନୂଆ ଗାଡି ବର୍ଷରେ ୬୨୯ ଟି ଥାନାକୁ ସ୍କର୍ପିଓ ଗାଡି ଯୋଗାଇ ଦେବାକୁ ଯୋଜନା କରିଛନ୍ତି। ରାଜ୍ୟରେ ଥିବା ସବୁ ଥାନା ଗୁଡିକରେ  ବୋଲେରୋ ଗାଡି ବ୍ୟବହାର ହେଉଛି।
 
 
ଛୋଟମୋଟ କାମ ବୋଲେରୋରେ ହୋଇଯାଉଛି।  ହେଲେ କୌଣସି ଅପରାଧିଙ୍କୁ ପିଛା କରିବା ପାଇଁ କଥା ଆସିଲେ  ଗାଡି ଦୈଡାଇବାକୁ ଡ୍ରାଇଭରମାନେ ଡରୁଛନ୍ତି। ସେଥିପାଇଁ ସରକାର ସବୁ ଥାନାକୁ ସ୍କର୍ପିଓ ଯୋଗାଇ ଦେବାକୁ  ବ୍ୟବସ୍ଥା କରିଛନ୍ତି। ଭଡା ସୂତ୍ରରେ ସବୁ ୬୨୯ ଟି ସ୍କର୍ପିଓ  ଗାଡି ଥାନାକୁ ମିଳିବ। ସେଥିପାଇଁ ଟେଣ୍ତର ହେବ। ପ୍ରତି ଗାଡି ପିଛା ସରକାର ୫୫ ହଜାର ଟଙ୍କା ଭଡା ଦେବେ। ଗାଡି ପିଛା ୨ ଜଣ ଡ୍ରାଇଭର ରହିବେ। ଗାଡି ମାସିକ ସର୍ବାଧିକ ୨ ହଜାର କିମି ଗଡିବ। ଗାଡି ମାଲିକଙ୍କ ପାଖକୁ ଯେଉଁ ୫୫ ହଜାର ଟଙ୍କା ଭଡା ଆସିବ। ସେଥିରୁ ୨ ଡ୍ରାଇଭର ଦରମା ନେବେ। ୩ ବର୍ଷରୁ କମ୍ ହୋଇଥିବା ଗାଡିକୁ ଥାନାରେ ବ୍ୟବହାର ପାଇଁ ଅନୁମତି ମିଳିବ। ଯେଉଁ ସ୍କର୍ପିଓ ମିଳିବ। ତାହା କେବଳ ଥାନା ଅଧିକାରୀମାନେ ବ୍ୟବହାର କରିବେ।   
 
 
 
Read More
{}{}