Home >>Odisha State

ସ୍ବାସ୍ଥ୍ୟ ବିଭାଗର ଚିଠି; ଆଣ୍ଟିବାୟୋଟିକ୍‌ ମେଡିସିନ୍ ଲେଖୁଥିଲେ ପ୍ରେସକ୍ରିପସନ୍‌ରେ କାରଣ ଦର୍ଶାଇବା ଜରୁରୀ

Odisha govt to doctors: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ସାଲିନି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ସରକାରୀ ତଥା ବେସରକାରୀ ମେଡିକାଲ କଲେଜ ଅଧୀକ୍ଷକ ତଥା ମୁଖ୍ୟ ଜିଲ୍ଲା ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମ୍ ଏବଂ ପିଏଚଓ) ଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି।  

Advertisement
Odisha govt to doctors
Odisha govt to doctors
Zee Odisha Desk|Updated: Jan 24, 2024, 08:53 PM IST
Share

ଭୁବନେଶ୍ୱର: ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଆଣ୍ଟିବାୟୋଟିକ ମେଡିସିନକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଓ ସମସ୍ତ ମେଡିକାଲ କଲେଜର ଅଧୀକ୍ଷକଙ୍କୁ ଏକ ଚିଠି ଲେଖିଛି। ଯେଉଁଥିରେ କୁହାଯାଇଛି ଯେ ଆଣ୍ଟିବାୟୋଟିକ୍‌ ଲେଖୁଥିଲେ ଏହାର କାରଣ, ଯୌକ୍ତିକତା ଦର୍ଶାଇବା ଜରୁରୀ। ଏହା ସମତେ କେନ୍ଦ୍ର ଦେଇଥିବା ନିର୍ଦ୍ଦେଶକୁ ଅନୁପାଳନ କରିବାକୁ କହିଛନ୍ତି ସ୍ବାସ୍ଥ୍ୟ ସଚିବ ସାଲିନି ପଣ୍ଡିତ କହିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ସାଲିନି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ସରକାରୀ ତଥା ବେସରକାରୀ ମେଡିକାଲ କଲେଜ ଅଧୀକ୍ଷକ ତଥା ମୁଖ୍ୟ ଜିଲ୍ଲା ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମ୍ ଏବଂ ପିଏଚଓ) ଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି।

ପୂର୍ବରୁ ଆଣ୍ଟିବାୟୋଟିକ୍‍ ମେଡିସିନ ବିକ୍ରେତାଙ୍କୁ ବିନା ଡାକ୍ତରୀ ପରାମର୍ଶରେ ଆଣ୍ଟି ବାୟୋଟିକ୍‍ ନ ବିକ୍ରି କରିବାକୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧ ବୃଦ୍ଧି ପାଇବା ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଣ୍ଟିବାୟୋଟିକ୍ ଲେଖିବାବେଳେ ଏହାର ପ୍ରକୃତ କାରଣ ଲେଖିବାକୁ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ଫାର୍ମାସିଷ୍ଟମାନଙ୍କୁ ଆଇନ ଅନୁଯାୟୀ ନିର୍ଦ୍ଦିଷ୍ଟ ବୈଧ ପ୍ରେସକ୍ରିପସନ୍ ବିନା ଏହି ଔଷଧ ବିତରଣ ନକରିବାକୁ କୁହାଯାଇଛି।

ଡାକ୍ତରୀ ଟିମକୁ ଚଳିତ ମାସ ଆରମ୍ଭରେ ପଠାଯାଇଥିବା ଏକ ଚିଠିରେ ସ୍ୱାସ୍ଥ୍ୟ ସେବା ସଂଘର ମହାନିର୍ଦ୍ଦେଶକ ଡ ଅତୁଲ ଗୋଏଲ କହିଛନ୍ତି ଯେ, ରୋଗୀଙ୍କୁ ଆଣ୍ଟିମାଇକ୍ରୋବାୟାଲ୍ ଲେଖିବା ସମୟରେ ଡାକ୍ତରମାନେ ସେମାନଙ୍କ ପ୍ରେସକ୍ରିପସନ୍ ଉପରେ ସଠିକ୍ ସୂଚନା ଉଲ୍ଲେଖ କରିବା ଜରୁରୀ । ମେଡିକାଲ କଲେଜଗୁଡ଼ିକର ସମସ୍ତ ଡାକ୍ତରଙ୍କ ପାଇଁ ଆଣ୍ଟିମାଇକ୍ରୋବାୟାଲ୍ ଲେଖିବାବେଳେ ସଠିକ୍ ସୂଚକ, କାରଣ କିମ୍ବା ଯଥାର୍ଥତା ବିଷୟରେ ଲେଖିବା ଅତ୍ୟନ୍ତ ଜରୁରୀ। ପରବର୍ତ୍ତୀ ପିଢୀର ଡାକ୍ତରଙ୍କ ପାଇଁ ଆଣ୍ଟିବାୟୋଟିକ୍ ବ୍ୟବହାରର ଏକ ଉଦାହରଣ ସୃଷ୍ଟି କରିବାକୁ ମେଡିକାଲ୍ କଲେଜ ଗୁଡ଼ିକୁ ଅନୁରୋଧ କରାଯାଇଛି।

ଫାର୍ମାସିଷ୍ଟଙ୍କ ସଙ୍ଗଠନକୁ ପଠାଯାଇଥିବା ଏହି ଚିଠିରେ ଡ୍ରଗ୍ସ ଏବଂ କସମେଟିକ୍ସ ଆକ୍ଟର ନିୟମାବଳୀ ଦୋହରାଯାଇଛି, ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ, ଆଣ୍ଟିମାଇକ୍ରୋବାୟଲ ଗୁଡିକ କେବଳ ପଞ୍ଜୀକୃତ ଡାକ୍ତରୀ ଚିକିତ୍ସକଙ୍କ ପ୍ରେସକ୍ରିପସନରେ ବିକ୍ରି କରାଯିବା ଆବଶ୍ୟକ।

Read More
{}{}