Hindi News >>Home >>Odisha State

Asha Worker: ଖୁସି ଖବର, ଆଶାକର୍ମୀଙ୍କ ଦରମା ବଢାଇଲେ ରାଜ୍ୟ ସରକାର

Asha Worker Salary Hike:  ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ(V. K Pandian) ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଆଶାକର୍ମୀ ମୋନେ ପାରିଶ୍ରମିକ ବୃଦ୍ଧି ସମ୍ପର୍କରେ ଅନୁରୋଧ  କରିଥିଲେ। ଏହି ନୂତନ ଘୋଷଣା ଅନୁଯାୟୀ, ଆଶା କର୍ମୀ ମାନଙ୍କ ମାସିକ ପାରିଶ୍ରମିକ ୪,୫୦୦ ଟଙ୍କାରୁ ୭,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । 

Advertisement
Asha Worker: ଖୁସି ଖବର, ଆଶାକର୍ମୀଙ୍କ ଦରମା ବଢାଇଲେ ରାଜ୍ୟ ସରକାର
Payal Priyadarshini|Updated: Mar 07, 2024, 12:19 PM IST
Share

Asha Worker Salary Hike: ଆଶାକର୍ମୀଙ୍କ ପାରିଶ୍ରମିକ ବଢାଇଲେ (Asha Worker Salary Hike) ରାଜ୍ୟ ସରକାର (State Government) । ରାଜ୍ୟର ସମସ୍ତ ଆଶୀକର୍ମୀଙ୍କ ମାସିକ ଦରମା ୪,୫୦୦ରୁ ୭ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୪୮.୫୭ କୋଟି ଟଙ୍କା ଖର୍ଚ୍ଚ କରିବେ । ତେବେ ଖାଲି ଏତିକି ନୁହେଁ, ଆଶାକର୍ମୀମାନଙ୍କର ସେବା ନିବୃତ୍ତି ପ୍ରୋତ୍ସାହନ ରାଶି ୫୦ ହଜାରରୁ ୧ ଲକ୍ଷକୁ ବୃଦ୍ଧି କରାଯାଇଥିବା ଘୋଷଣା କରାଯାଇଛି। ଏଥିରେ ୪୯,୫୨୨ ଆଶାକର୍ମୀ ଉପକୃତ ହେବେ। ବର୍ଷକୁ ୨୦୮ କୋଟି ଖର୍ଚ୍ଚ ହେବ।

ଖବର ଅନୁଯାୟୀ, 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ (V. K Pandian) ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଆଶା କର୍ମୀ ତଥା ସେମାନଙ୍କ ସଙ୍ଗଠନ ଗୁଡିକ ତାଙ୍କୁ ଭେଟି ଏହି ପାରିଶ୍ରମିକ ବୃଦ୍ଧି ସମ୍ପର୍କରେ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ। ନୂତନ ଘୋଷଣା ଅନୁଯାୟୀ, ଆଶାକର୍ମୀ ମାନଙ୍କ ମାସିକ ପାରିଶ୍ରମିକ ୪,୫୦୦ ଟଙ୍କାରୁ ୭,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ସେବା ନିବୃତ୍ତି ସମୟରେ ପୂର୍ବରୁ ୫୦ ହଜାର ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ସେମାନେ ୧ ଲକ୍ଷ ଟଙ୍କା ପାଇବେ । ସେମାନଙ୍କ ପାରିଶ୍ରମିକ ବାବଦରେ ପୂର୍ବରୁ ରାଜ୍ୟ ସରକାର ବାର୍ଷିକ ୫୯.୪୩ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏବେ ବାର୍ଷିକ ୨୦୮ କୋଟି ଟଙ୍କା ଖର୍ଚ୍ଚ କରିବେ। ସେହିଭଳି ସେବା ନିବୃତ୍ତି ସହାୟତା ବାବଦରେ ୫୫ ଲକ୍ଷ ଟଙ୍କା ରାଜ୍ୟ ସରକାର ବ୍ୟୟ ବହନ କରିବେ ।

Also Read- Train Service: ଏହି ଦିନ ଗଡ଼ିବ ପାରାଦ୍ବୀପ- କେନ୍ଦଝରଗଡ଼ ଯାତ୍ରାବାହୀ ଟ୍ରେନ୍, ଦେଖି ନିଅନ୍ତୁ ରୁଟ୍

Also Read- Weather Upadate: ଟାଣ ଖରାରେ କଲବଲ ରାଜ୍ୟବାସୀ, ଏହି ଦିନଠାରୁ ବଦଳିବ ପାଗ

ସୂଚନାଯୋଗ୍ୟ, ଆଶା କର୍ମୀମାନେ ରାଜ୍ୟରେ ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କ ସହାୟତା ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ସେମାନେ ସଫଳ ଭାବେ ସଚେତନ କରିପାରୁଛନ୍ତି। ଏହା ସହିତ ଟୀକାକରଣ ଓ Institutional Delivery କ୍ଷେତ୍ରରେ ମଧ୍ୟ ଆଶା କର୍ମୀମାନେ ଗୁରୁ ଦାୟିତ୍ୱ ବହନ କରିଆସୁଛନ୍ତି। ନିଯୁକ୍ତି ସହ ୨୬ ହଜାର ଦରମା ଓ ୧୦ ହଜାର ପେନସନ୍‌ ମୃତ୍ୟୁକାଳୀନ ବୀମାରାଶି ଦାବିରେ ଆଶାକର୍ମୀମାନେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଧାରଣାରେ ବସିଥିଲେ।

 

 

 

 

 

 

 

 

 

 

 

Read More
{}{}