Home >>Odisha State

ଗୃହ ବିଭାଗର ବିଜ୍ଞପ୍ତି: ଜରୁରୀ କାଳୀନ ପରିସ୍ଥିତିରେ ବନ୍ଦୀ ସଂଗ୍ରାମୀଙ୍କୁ ୨୦ ହଜାର ଟଙ୍କାର ପେନସନ

ପେନସନ ସହିତ ସମସ୍ତ ସଂଗ୍ରାମୀ ମାନଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ । ୧ ଜାନୁଆରୀ ୨୦୨୫ ସୁଦ୍ଧା ଜୀବିତ ଥିବା ସବୁ ସଂଗ୍ରାମୀ ଏହି ପେନସନ ଓ ଚିକିତ୍ସା ସୁବିଧା ପାଇବେ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି।

Advertisement
ଗୃହ ବିଭାଗର ବିଜ୍ଞପ୍ତି: ଜରୁରୀ କାଳୀନ ପରିସ୍ଥିତିରେ ବନ୍ଦୀ ସଂଗ୍ରାମୀଙ୍କୁ ୨୦ ହଜାର ଟଙ୍କାର ପେନସନ
Soubhagya Ranjan Mishra|Updated: Jan 13, 2025, 03:14 PM IST
Share

ଭୁବନେଶ୍ୱର:  ଓଡ଼ିଶା ସରକାରଙ୍କ ପକ୍ଷରୁ ଦେଶର ଜରୁରୀ କାଳୀନ ପରିସ୍ଥିତିରେ ମିସା, ଡିଆଇଆର ଏବଂ ଡିଆଇଏସଆଇଆର ଆଇନରେ  ବିଭିନ୍ନ ଜେଲରେ ବନ୍ଦୀଥିବା ସଂଗ୍ରାମୀ ମାନଙ୍କୁ  ମାସକୁ 20 ହଜାର ଟଙ୍କାର ପେନସନ ମିଳିବ । ଏନେଇ ଗୃହ ବିଭଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଏ ବିଷୟରେ ଘୋଷଣା କରିଥିଲେ।

ପେନସନ ସହିତ ସମସ୍ତ ସଂଗ୍ରାମୀ ମାନଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ । ୧ ଜାନୁଆରୀ ୨୦୨୫ ସୁଦ୍ଧା ଜୀବିତ ଥିବା ସବୁ ସଂଗ୍ରାମୀ ଏହି ପେନସନ ଓ ଚିକିତ୍ସା ସୁବିଧା ପାଇବେ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି।

ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଶାସନ କାଳରେ ୨୫ ଜୁନ୍ ୧୯୭୫ ମସିହାରୁ ୨୧ ମାର୍ଚ୍ଚ ୧୯୭୭ ମସିହା ପର୍ଯ୍ୟନ୍ତ ଦେଶର ଜରୁରୀ କାଳୀନ ପରିସ୍ଥିତି ଲାଗୁ ହୋଇଥିଲା। ଏହାକୁ ଦେଶର ଅନେକ ରାଜନେତା, ବୁଦ୍ଧିଜୀବୀ ବିରୋଧ କରିଥିଲେ। ବାକ୍‍ ସ୍ୱାଧୀନତା ଏହାଦ୍ୱାରା କ୍ଷୁର୍ଣ୍ଣ ହେଉଛି ବୋଲି ଅଭିଯୋଗ କରିଥିଲା। ଯେଉଁମାନେ ବିରୋଧ କରୁଥିଲେ ସେମାନଙ୍କ ନୃତାମାନଙ୍କୁ ତତ୍‍କାଳୀନ ସରକାର ଗିରଫ କରି ଜେଲ ପଠାଇଥିଲେ। ଏହିଠାରୁ ହିଁ ଦେଶରେ ଅଣ କଂଗ୍ରେସ ରାଜନୀତି ଅଧିକ ସୁଦୃଢ଼ ହୋଇ ଆସୁଛି।
 
ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ଦିନଠାରୁ ଏହି ଜରୁରୀ ପରିସ୍ଥିତିକୁ କଳା ଦିବସ ଭାବେ ପାଳନ କରୁଛନ୍ତି। ରାଜ୍ୟରେ ବିଜେପି ସରକାର ଗଠନ ପରେ ଏହି ସମୟରେ ବନ୍ଦୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି। ସେମାନଙ୍କୁ ପେନ୍‍ସନ୍‍ ସହ ଚିକିତ୍ସା ଖର୍ଚ୍ଚ ବହନ ପାଇଁ ଘୋଷଣା କରିଥିଲେ। ଯାହାକୁ ଏହି ବିଜ୍ଞପ୍ତି ପ୍ରକାଶନ ପରେ ବିଧିବଦ୍ଧ ଭାବେ ଲାଗୁ କରାଯାଇଛି। ଏହାପରେ ସଂଗ୍ରାମୀଙ୍କ ପଞ୍ଜୀକରଣ ହେବ।

Also Read- ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ-ଜୟ ଆରୋଗ୍ୟ ଲାଗୁ ପାଇଁ ବୁଝାମଣାପତ୍ର

Also Read- Video: କବାଟ ଖୋଲିବା ପରେ ଏମିତି ନଜର ଆସିଲେ ସ୍କୁଲ୍ ଛାତ୍ରୀ, ଭିଡିଓ ଭାଇରାଲ୍

Read More
{}{}