Home >>Odisha State

Odisha News: ଗୃହ ଆରମ୍ଭରୁ ହଟ୍ଟଗୋଳ, ୪ଟା ଯାଏଁ ମୁଲତବୀ

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଆଜି ଗୃହରେ ପ୍ରବଳ ହଟ୍ଟଗୋଳ ଦେଖାଦେଇଛି। ଫଳରେ ବାଚସ୍ପତି ସୁରମା ପାଢୀ ପ୍ରଶ୍ନୋତ୍ତର କାଳର ୧୦ ମିନିଟ ପରେ ଗୃହକୁ ଏକ ଘଣ୍ଟା ପାଇଁ ମୁଲତବୀ ରଖିଛନ୍ତି।  ଆଜି ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। 

Advertisement
Odisha News: ଗୃହ ଆରମ୍ଭରୁ ହଟ୍ଟଗୋଳ, ୪ଟା ଯାଏଁ ମୁଲତବୀ
Prabhudatta Moharana|Updated: Aug 20, 2024, 12:20 PM IST
Share

Odisha News: ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଆଜି ଗୃହରେ ପ୍ରବଳ ହଟ୍ଟଗୋଳ ଦେଖାଦେଇଛି। ଫଳରେ ବାଚସ୍ପତି ସୁରମା ପାଢୀ ପ୍ରଶ୍ନୋତ୍ତର କାଳର ୧୦ ମିନିଟ ପରେ ଗୃହକୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। 

ଆଜି ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ସକାଳୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଦିନ ସାଢେ ୧୦ଟାରେ ବାଚସ୍ପତି ଗୃହରେ ପ୍ରଶ୍ନୋତର କାଳ ଆହ୍ୱାନ କରିଥିଲେ। କିନ୍ତୁ ବିରୋଧୀ ଦଳର ନେତାମାନେ ପ୍ରଥମେ ଛାତ୍ର ସଂସଦ ନିର୍ବାଚନକୁ ନେଇ ସରକାରଙ୍କ ଆଭିମୁଖ୍ୟକୁ କେନ୍ଦ୍ର କରି ଗୃହରେ ହଟ୍ଟଗୋଳ କରିଥିଲେ। ଗତକାଲି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଛାତ୍ର ସଂସଦ ନିର୍ବାଚନ ଏବର୍ଷ ସମ୍ଭବ ନୁହେଁ ବୋଲି ଏକ ବିବୃତ୍ତି ଦେଇଥିଲେ। ଏହି ବିବୃତ୍ତି ଅନୁସାରେ ଛାତ୍ର ସଂସଦ ନିର୍ବାଚନ ପ୍ରତିବର୍ଷ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହୋଇଥାଏ। ଯେହେତୁ ଏ ବର୍ଷ ସମୟ ସରିଯାଇଛି। ଏଣୁ ଆସନ୍ତା ବର୍ଷ ପାଇଁ ସରକାର ପ୍ରସ୍ତୁତ ହେଉଥିବା ସେ କହିଥିଲେ। ବାଙ୍କିର ଏକ କଲେଜରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଶ୍ରୀ ହରିଚନ୍ଦନ ଗଣମାଧ୍ୟମକୁ ଏପରି ବିବୃତ୍ତି ପ୍ରଦାନ କରିଥିଲେ। 

ବିଶୃଙ୍ଖଳା କାରଣରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨୦୧୮ ମସିହାରୁ କ୍ରମାଗତ ଭାବରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇ ଆସୁଛି। ଏହାକୁ କେନ୍ଦ୍ର କରି ତତ୍କାଳୀନ ସରକାରଙ୍କ ବିରୋଧରେ ବିଜେପି ଅନେକ ଥର ସମାଲୋଚନା ମୂଳକମନ୍ତବ୍ୟ ଦେଇ ଆସିଛି। ଏବେ ସରକାର ଆସିବା ପରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଆଶା କରାଯାଇଥିଲା। ଏନେଇ ମଧ୍ୟ ବିଭାଗ ପକ୍ଷରୁ ସମୀକ୍ଷା କରାଯାଇଥିଲା। ହେଲେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଜି ଯାଏଁ କୌଣସି ବିବୃତ୍ତି ଦିଆଯାଇନାହିଁ। 

ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରେ ବିରୋଧି ଦଳର ନେତାମାନେ ବିଜେପି ସରକାରଙ୍କୁ ଏନେଇ ଘେରିବା ସହ ଛାତ୍ର ସଂସଦ ନିର୍ବାଚନ କରାଇବାକୁ ଦାବି କରିଥିଲେ। ଅପରପକ୍ଷେ ସରକାର ଏ ବିଷୟରେ ଦେଇଥିବା ମନ୍ତବ୍ୟକୁ ମଧ୍ୟ ଗ୍ରହଣ କରିନଥିଲେ। ସେପଟେ କଂଗ୍ରେସ ବିଧାୟକମାନେ ମଧ୍ୟ ଗୃହରେ ହୋ ହଲ୍ଲା କରିଥିଲେ। ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣା ଓ କଲେଜ ନିର୍ବାଚନକୁ ନେଇ କଂଗ୍ରେସ ବିଧାୟକମାନେ ହୋ ହଲ୍ଲା କରିଥିଲେ। ତେଣୁ ଗୃହରେ ହଟ୍ଟଗୋଳ ହୋଇଥିଲା। ଗୃହକୁ ସ୍ୱଭାବିକ କରିବାକୁ ଯାଇ ବାଚସ୍ପତି ଗୃହ କାର୍ଯ୍ୟକୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। 

Read More
{}{}