Hindi News >>Home >>Odisha State

IT Raid Update: ଏଯାଏଁ ଜବତ ହେଲାଣି ନଗଦ ୨୫୨ କୋଟି, ହୋଇନାହିଁ ସୁନାଗହଣା ହିସାବ

IT Raid Update: ଏ ପର୍ଯ୍ୟନ୍ତ ସୂଚନାନୁଯାୟୀ, ୨୫୨ କୋଟିରୁ ଅଧିକ ଟଙ୍କା ଠାବ କରାଯାଇଛି। ଜବତ ଟଙ୍କା ମଧ୍ୟରେ ୧୦୦ ଟଙ୍କିଆ, ୨୦୦ ଓ ୫୦୦ ଟଙ୍କିଆ ନୋଟ୍ ରହିଛି। 

Advertisement
IT Raid Update: ଏଯାଏଁ ଜବତ ହେଲାଣି ନଗଦ ୨୫୨ କୋଟି, ହୋଇନାହିଁ ସୁନାଗହଣା ହିସାବ
Rasmita Sahoo|Updated: Dec 08, 2023, 09:00 AM IST
Share

IT Raid Update: ଖୋଲୁଛି କଳା ସାମ୍ରାଜ୍ୟର କଳା କାରନାମା । ଟଙ୍କା ଗଣତି ସରିନଥିବାରୁ ଏଯାଏ ସୁନାଗହଣାର ପୂରା ହିସାବ ହୋଇପାରୁନି। ବୁଧବାର ଠାରୁ ଟଙ୍କା ଗଣିଗଣି ହାଲିଆ ହେଲେଣି ଅଧିକାରୀ । ପ୍ରଥମ ଥର ପାଇଁ ରାଜ୍ୟରେ ଏଭଳି ଏକ ସ୍ଥିତି ସାମ୍ନା କରିଛି ଆୟକର ବିଭାଗ । ଆୟକର ଟିକସ ଫାଙ୍କି ଅଭିଯୋଗରେ ଝାଡଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧିରଜ ସାହୁଙ୍କ ମଦ ପ୍ରସ୍ତୁତି ସଂସ୍ଥାର ବିଭିନ୍ନ ଶାଖା ଓ ସହଯୋଗୀ ସଂସ୍ଥାରେ ଚଢଉ ପରେ ଚକିତ କରିବା ଭଳି ତଥ୍ୟ ପଦାକୁ ଆସିଛି।  ସେହିପରି ଦୁଇଦିନ ମଧ୍ୟରେ ୨୫୨ କୋଟି ଟଙ୍କା ନଗତ ଜବତ ହୋଇଥିବା ବେଳେ ସୁନାଗହଣା ହିସାବ ଆରମ୍ଭ ହେଲେ ଏହା ୩୦୦ କୋଟି ପାର୍ ହେବ ବୋଲି କୁହାଯାଉଛି । 

ସେପଟେ ଏହି ରେଡ୍ ପରେ ରାଜନୈତିକ ଲିଙ୍କ ନେଇ ଖୋଳତାଡ ଆରମ୍ଭ ହୋଇଛି। ବୁଧବାର ଦିନ ୩ ରାଜ୍ୟର ବିଭିନ୍ନ ସ୍ଥାନରୁ ୨୦୦ କୋଟି ନଗଦ ଟଙ୍କା ଜବତ ହୋଇଥିଲା। ସେହିପରି ଗୁରୁବାର ରେଡ୍ ବେଳେ ୫୨ କୋଟି ଟଙ୍କା ଜବତ ହୋଇଥିବା ସୂଚନା ରହିଛି। ଅର୍ଥାତ୍ ଏ ପର୍ଯ୍ୟନ୍ତ ସୂଚନାନୁଯାୟୀ, ୨୫୨ କୋଟିରୁ ଅଧିକ ଟଙ୍କା ଠାବ କରାଯାଇଛି। ଜବତ ଟଙ୍କା ମଧ୍ୟରେ ୧୦୦ ଟଙ୍କିଆ, ୨୦୦ ଓ ୫୦୦ ଟଙ୍କିଆ ନୋଟ୍ ରହିଛି। ସେପଟେ ପୋଲିସ କଡା ସୁରକ୍ଷା ଭିତରେ ଜବତ ଟଙ୍କାକୁ ଟ୍ରକରେ ନେଇ ବଲାଙ୍ଗୀର ଏସବିଆଇ ସରକାରୀ ଖାତାରେ (SBI Government) ଜମା କରିଛି। 

ଏବେ ମଧ୍ୟ ବିଡାବିଡା ଟଙ୍କାର ଗଣତି ଚାଲିଛି । ପୂରା ଟଙ୍କାର ପରିମାଣ ୩୦୦ କୋଟି ଟପିବ ବୋଲି ଆକଳନ କରାଯାଉଛି। ସେପଟେ ଖାଲି ଯେ, ଟଙ୍କା ତାହା ନୁହେଁ ରେଡ୍ (IT Raid) ହୋଇଥିବା ବିଭିନ୍ନ ସ୍ଥାନରୁ ସୁନାଗହଣା, ସୁନା ବିସ୍କୁଟ ମଧ୍ୟ ଜବତ ହୋଇଛି। ହେଲେ ଯେହେତୁ ଟଙ୍କାର ଗଣତି ସରିନାହିଁ, ତେଣୁ ସୁନାଗହଣାର ହିସାବ ଆରମ୍ଭ ହୋଇପାରିନାହିଁ। ଏବେ ପ୍ରଶ୍ନ ଉଠୁଛି ଯେ, ଏତେ ଆସିଲା କେଉଁଠୁ...କେଉଁ କାମରେ ଲାଗିଥାନ୍ତା...ଏହା କେବଳ ବ୍ୟବସାୟରୁ ଆୟ ଅର୍ଥ ନା ଏଠାରେ  କେହି କଳାଟଙ୍କା ଠୁଳ କରିଥିଲେ। ତେବେ ସାଂସଦଙ୍କର ଓଡ଼ିଶାରେ କିଛି ରାଜନୈତିକ ନେତାଙ୍କ ସହ ସମ୍ପର୍କ ଅଛି କି? 

ସେମାନଙ୍କ ପରିଚୟ ପାଇବା ପାଇଁ ଆୟକର ବିଭାଗ ରାଜନୈତିକ ଲିଙ୍କ୍(Political Link)  ଖୋଳତାଡ ଆରମ୍ଭ କରିଛି। ଏହି ରେଡ୍ ପରେ କିଛି ନେତାଙ୍କ ଛାତିରେ ଛନକା ପଶିଛି। ହେଲେ ଏମିତି ବି ଚର୍ଚ୍ଚା ହେଉଛି ଝାଡ଼ଖଣ୍ଡରୁ ଆସି ଓଡ଼ିଶାରେ ନିଜ ମଦ ସାମ୍ରାଜ୍ୟ ବିସ୍ତାର କରିଥିଲେ। କଳା ସାମ୍ରାଜ୍ୟର ଗୁମକର ଗୋଟିଏ ପର ଗୋଟିଏ ପଦାକୁ ଆସୁଛି । ଆୟକର ବିଭାଗର ୩୬ଟି ଟିମ୍ ଓଡ଼ିଶା ସମେତ ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ୩୬ଟି ସ୍ଥାନରେ 
ଏକକାଳିନ ଚଢଉ କରିଥିଲେ। 

Also Read: Top 10 News Headlines: ସକାଳର 10 ବଡ଼ ଖବର

Also Read:  Crime News: ନୟାଗଡରେ ୧୪ ବର୍ଷୀୟ ନାବାଳିକା ସହ ଲଭ୍, ସେକ୍ସ, ଧୋକା

Read More
{}{}