Home >>Odisha State

Subhadra Yojana: ରାଜ୍ୟ ସରକାର ପଠାଇଲେ 'ସୁଭଦ୍ରା ଯୋଜନା'ର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା

Subhadra Yojana 5th phase money: ସୁଭଦ୍ରା ଯୋଜନା ଅନ୍ତର୍ଗତ ପ୍ରଥମ କିସ୍ତିର ପଞ୍ଚମ ତଥା ଶେଷ ପର୍ଯ୍ୟାୟରେ ଓଡ଼ିଶା ସରକାର ୨.୩୦ ଲକ୍ଷରୁ ଅଧିକ ମହିଳା ହିତାଧିକାରୀଙ୍କୁ ୫,୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି।

Advertisement
OdishaGovt releases Subhadra Yojana 5th phase money
OdishaGovt releases Subhadra Yojana 5th phase money
Jagdish Barik|Updated: Mar 06, 2025, 03:36 PM IST
Share

Subhadra Yojana: ଆଜି ସୁଭଦ୍ରା ଯୋଜନା ଅଧୀନରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ପୂର୍ବ ନିର୍ଦ୍ଧାରିତ ହୋଇଥିବା ସମୟ ଅନୁଯାୟୀ ଓଡ଼ିଶା ସରକାର  ଜାରି କରିଛନ୍ତି। ଯୋଜନା ଅଧୀନରେ ପ୍ରଥମ କିସ୍ତିର ପଞ୍ଚମ କିମ୍ବା ଶେଷ ପର୍ଯ୍ୟାୟରେ ମୋଟ ୨.୩୦ ଲକ୍ଷ ମହିଳା ହିତାଧିକାରୀଙ୍କୁ ୫,୦୦୦ ଟଙ୍କା ବଣ୍ଟନ କରାଯାଇଛି।

ଗୁରୁବାର ଦିନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ କହିଛନ୍ତି ଏହି ପର୍ଯ୍ୟାୟରେ ରାଜ୍ୟର ପ୍ରମୁଖ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ମହିଳା ହିତାଧିକାରୀମାନଙ୍କୁ ସହାୟତା କରିବା ପାଇଁ ସରକାର ୧୧୫ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି।

ଏହି ସମେତ ସୁଭଦ୍ରା ଯୋଜନା ଅଧୀନରେ ଦ୍ୱିତୀୟ କିସ୍ତି ଟଙ୍କାର ପାଣ୍ଠି ମାର୍ଚ୍ଚ ୮ ତାରିଖରେ ଜାରି କରାଯିବ। ଯାହା ପ୍ରାୟ ୧ କୋଟି ମହିଳା ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବ। ଏହା ସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଜନାର ସଫଳତାରେ ଭୂମିକା ପାଇଁ ଅଙ୍ଗନୱାଡି କର୍ମୀ ଏବଂ ସହାୟିକାମାନଙ୍କୁ ନଗଦ ପୁରସ୍କାର ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ ଅଙ୍ଗନୱାଡି କର୍ମୀମାନଙ୍କୁ ୧୫୦୦ ଟଙ୍କା ମିଳିବ, ଯେତେବେଳେ ସହାୟକମାନଙ୍କୁ ୫୦୦ ଟଙ୍କା ପୁରସ୍କାର ସ୍ୱରୂପ ଦିଆଯିବ।

କହିରଖୁଛୁ ଯେ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ସହିତ ରିଲିଜ୍ ହେବାକୁ ଯାଉଛି। ଉପ ମୁଖ୍ୟମନ୍ତ୍ରୀ ଆସନ୍ତା କାଲି ଅର୍ଥାତ ମାର୍ଚ୍ଚ ୭ ତାରିଖ ସନ୍ଧ୍ୟାରେ ସୁଭଦ୍ରା ସହାୟତା ପାଇ ଥିବା ହିତାଧିକାରୀମାନେ ମା'ସୁଭଦ୍ରାଙ୍କ ଆଶୀର୍ବାଦ ପାଇଁ ଗୋଟିଏ ଗୋଟିଏ ଦୀପ ଜାଳିବା ପାଇଁ ଅନୁରୋଧ କରିଛନ୍ତି।

 

Read More
{}{}