Hindi News >>Home >>Odisha State

Odisha News: ଚଳିତ ମାସରୁ 'ପଦ୍ମ' ବିଜେତାଙ୍କୁ ମିଳିବ ୩୦ ହଜାର ଟଙ୍କା

ସୂଚନାଯୋଗ୍ୟ ପୂର୍ବ ସରକାର ପଦ୍ମ ବିଜେତାଙ୍କ ମାସକୁ ୨୫ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ଦେବା ପାଇଁ ଗତ ମାର୍ଚ୍ଚ ୧୩ ତାରିଖରେ ଘୋଷଣା କରି ଏପ୍ରିଲ ମାସଠାରୁ ଦେବାକୁ ପ୍ରତିଶୃତି ଦେଇଥିଲେ। ମାତ୍ର ନିର୍ବାଚନ ଆଚରଣ ବିଧି ପାଇଁ ପ୍ରଦାନ କରାଯାଇପାରିନଥିଲା। 

Advertisement
Odisha News: ଚଳିତ ମାସରୁ 'ପଦ୍ମ' ବିଜେତାଙ୍କୁ ମିଳିବ ୩୦ ହଜାର ଟଙ୍କା
Prabhudatta Moharana|Updated: Jan 17, 2025, 07:19 AM IST
Share

Odisha News: ଭୁବନେଶ୍ୱର: ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ମାସକୁ ୩୦ ହଜାର ଟଙ୍କା ମିଳିବ। ଚଳିତ ମାସ ଠାରୁ ଏହି ଅର୍ଥ ରାଶି ପ୍ରଦାନ କରାଯିବ। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତି ଜିଲ୍ଲାରେ ଜୀବିତ ପଦ୍ମ ପୁରସ୍କାର ବିଜେତାଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀମାନେ ତଥ୍ୟରେ ଜିଲ୍ଲାପାଳଙ୍କ ପ୍ରମାଣପତ୍ର, ବ୍ୟଙ୍କ ଖାତାର ବିଷଦ ବିବରଣୀ ଓ ଆଇଏଫଏସସି କୋଡ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶାଳୟକୁ ପଠାଇବେ। ଯାହାଦ୍ୱାରା ସମସ୍ତ ବିଜେତା ବ୍ୟାଙ୍କ ଖାତାରେ ସହାୟତା ରାଶି ପାଇପାରିବେ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜିବ କୁମାର ମିଶ୍ର ଚିଠିରେ ଉଲ୍ଲେଖ କରିଛନ୍ତି। 

ଏଠାରେ କହି ରଖୁ କି ଉଲ୍ଲେଖନୀୟ ଅବଦାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେମାନଙ୍କୁ ମାସକୁ ୩୦ ହଜାର ଟଙ୍କା ସମ୍ମାନସୂଚକ ସହାୟତା ରାଶି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଥିଲେ। ଗତ ନଭେମ୍ବର ୯ ତାରିଖରେ ସରକାରଙ୍କ ପକ୍ଷରୁ ଏନେଇ ଘୋଷଣା ହୋଇଥିଲା। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ପାଖାପାଖି ୫୫ ଜଣ ପଦ୍ମ ସମ୍ମାନପ୍ରାପ୍ତ ବ୍ୟକ୍ତି ଲାଭବାନ ହେବେ। ଏଥିପାଇଁ ବର୍ଷକୁ ୨ କୋଟି ଟଙ୍କା ଖର୍ଚ୍ଚ ହେବ। 

Read More
{}{}