Hindi News >>Home >>Odisha State

Odisha News: ଗ୍ରାହକ ସାଜି ୭ ହାତୀ ଦାନ୍ତ ତଷ୍କରଙ୍କୁ ମାଡ଼ି ବସିଲା ବନ ବିଭାଗ

Odisha News: ହାତୀ ଦାନ୍ତ କାରବାରରେ ସାତ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଗିରଫ ବ୍ୟକ୍ତି ମାନଙ୍କ ଠାରୁ ପାଞ୍ଚଟି ହାତୀ ଦାନ୍ତ ମଧ୍ୟ ଜବତ କରାଯାଇଛି। ଏହିପରି ଏକ ବଡ଼ ଧରଣର ଚଢ଼ାଉ କରି ବନ ବିଭାଗକୁ ସଫଳତା ମିଳିଛି। ବାରିପଦା ବନ ବିଭାଗ ସହ ଶିମିଳିପାଳ ର ସ୍ପେସାଲ ଟିମ୍ , STF,JTF ମିଳିତ ଭାବେ ଚଢ଼ାଉ କରି ଏହି ପରି ଏକ ବଡ଼ ଧରଣର ରାକେଟ କୁ ଗିରଫ କରିଛି ବନ ବିଭାଗ।

Advertisement
Odisha News: ଗ୍ରାହକ ସାଜି ୭ ହାତୀ ଦାନ୍ତ ତଷ୍କରଙ୍କୁ ମାଡ଼ି ବସିଲା ବନ ବିଭାଗ
Abhaya mohanty|Updated: Aug 02, 2024, 01:43 PM IST
Share

Odisha News: ହାତୀ ଦାନ୍ତ କାରବାରରେ ସାତ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଗିରଫ ବ୍ୟକ୍ତି ମାନଙ୍କ ଠାରୁ ପାଞ୍ଚଟି ହାତୀ ଦାନ୍ତ ମଧ୍ୟ ଜବତ କରାଯାଇଛି। ଏହିପରି ଏକ ବଡ଼ ଧରଣର ଚଢ଼ାଉ କରି ବନ ବିଭାଗକୁ ସଫଳତା ମିଳିଛି। ବାରିପଦା ବନ ବିଭାଗ ସହ ଶିମିଳିପାଳ ର ସ୍ପେସାଲ ଟିମ୍ , STF,JTF ମିଳିତ ଭାବେ ଚଢ଼ାଉ କରି ଏହି ପରି ଏକ ବଡ଼ ଧରଣର ରାକେଟ କୁ ଗିରଫ କରିଛି ବନ ବିଭାଗ।

ମୟୁରଭଞ୍ଜ ଜିଲ୍ଲାର ବାରିପଦା ବନଖଣ୍ଡ ଅଧିନ କପ୍ତିପଦା ରେଞ୍ଜର ବିଦ୍ୟାଧରପୁର ଗାଁ ରେ ଏହି ଚଢ଼ାଉ କରାଯାଇଥିଲା। ବନ ବିଭାଗ ର ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଗତକାଲି ଠାରୁ ଏହି ଜଏଣ୍ଟ ଅପରେସନ ଆରମ୍ଭ କରାଯାଇ ଆଜି ସଫଳତା ମିଳିଥିଲା । ବନ ବିଭାଗ ର ଜଣେ କର୍ମଚାରୀ ହାତୀ ଦାନ୍ତ ର ଗ୍ରାହକ ହୋଇ ଯାଇ ଏହି ଚଢ଼ାଉ କରିଥିଲେ।ହାତୀ ଦାନ୍ତ କୁ ବିକ୍ରି କରିବାକୁ ଏହି ବ୍ୟକ୍ତି ମାନେ ଆସି ଥିବା ବେଳେ ବନ ବିଭାଗ କର୍ମଚାରୀ ମାନେ ପୂର୍ବ ଯୋଜନା ମୁତାବକ ମାଡ଼ି ବସିଥିଲେ । ଗିରଫ ବ୍ୟକ୍ତି ମାନେ ହେଲେ ବାଲେଶ୍ଵର ଏବଂ ମୟୂରଭଞ୍ଜ ଜିଲ୍ଲାର ନାଉରୀ ସାଏ ,ସାଇମଲ ସିଂ,ଅଜୟ ବାରିକ, ନିତ୍ୟାନନ୍ଦ ଗାଗରାଇ, ସୁନୀଲ ହୋ, ନିରଞ୍ଜନ ବେହେରା,ବିରଭଦ୍ର ସିଂ। ସେମାନଙ୍କ ଠାରୁ ପାଞ୍ଚ ଖଣ୍ଡ ହାତୀ ଦାନ୍ତ ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣା ପଡିଛି

Read More
{}{}