Hindi News >>Home >>Odisha State

Odisha News: ବୈତରଣୀ ନଦୀରୁ ପ୍ରାଚୀନ ମୂର୍ତ୍ତି ଉଦ୍ଧାର

Odisha News: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ମଣିନାଥପୁର ନିକଟ ବୈତରଣୀ ନଦୀ ରୁ ଉଦ୍ଧାର କରାଯାଇଛି ୧୮ଟି ପ୍ରାଚୀନ ବିରଳ ଶୈବ ଓ ବୌଦ୍ଧ ଦେବାଦେବୀଙ୍କ ମୂର୍ତ୍ତି ଖୋଦିତ ପ୍ରାଚୀନ ଅର୍ଘ୍ୟ ସ୍ତୁପ ଓ ମନ୍ଦିର। 

Advertisement
Odisha News: ବୈତରଣୀ ନଦୀରୁ ପ୍ରାଚୀନ ମୂର୍ତ୍ତି ଉଦ୍ଧାର
Abhaya mohanty|Updated: Dec 21, 2024, 01:02 PM IST
Share
Odisha News: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ମଣିନାଥପୁର ନିକଟ ବୈତରଣୀ ନଦୀ ରୁ ଉଦ୍ଧାର କରାଯାଇଛି ୧୮ଟି ପ୍ରାଚୀନ ବିରଳ ଶୈବ ଓ ବୌଦ୍ଧ ଦେବାଦେବୀଙ୍କ ମୂର୍ତ୍ତି ଖୋଦିତ ପ୍ରାଚୀନ ଅର୍ଘ୍ୟ ସ୍ତୁପ ଓ ମନ୍ଦିର। ସୂଚନା ଆଧାରରେ ନଦୀ ପଠାକୁ ମଣିନାଥପୁର ଗ୍ରାମର ଯୁବକ ବିବେକାନନ୍ଦ ସକାଳୁ ସକାଳୁ ବୁଲିବାକୁ ଯାଇଥିବା ବେଳେ ହଠାତ୍ ଏକ ମୂର୍ତ୍ତି ଦେଖି ସ୍ଥାନୀୟ ଇନଟାକ ସଦସ୍ୟ ତଥା ଯୁବ ଗବେଷକ ବିଶ୍ବମ୍ବର ରାଉତଙ୍କୁ ସୂଚନା ଦେଇଥିଲେ ।
 
 
ଶ୍ରୀ ରାଉତ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ ପୂର୍ବକ ଆଖପାଖ ଅଞ୍ଚଳରେ ଅନେଶ୍ୱଣ କରି ୧୮ ଟି ଅର୍ଘ୍ୟ ସ୍ତୁପ କ୍ଷୁଦ୍ର ମନ୍ଦିର ଠାବ କରିଥିଲେ।ଯେଉଁଥିରେ ୧୨ଟି ଶୈବ ସଂସ୍କୃତି ମୂର୍ତ୍ତି ଶିବ, ପାର୍ବତୀ,ଗଣେଶ ଖୋଦିତ ଅର୍ଘ୍ୟ ମନ୍ଦିର ଥିବା ବେଳେ ୬ଟି ବୌଦ୍ଧ ଦେବାଦେବୀ ବୁଦ୍ଧ, ତାରା, ପଦ୍ମପାଣି ଥିବା ବୌଦ୍ଧ ଅର୍ଘ୍ୟ ସ୍ତୁପ ଥିବା ଜାଣି ଓଡ଼ିଶାର ବିଶିଷ୍ଟ ପ୍ରତ୍ନତତ୍ତ୍ଵବିତ୍ ଡକ୍ଟର ସୁନୀଲ ପଟ୍ଟନାୟକଙ୍କ ସହିତ ଯୋଗାଯୋଗ କରିଥିଲେ।ତେବେ ଡକ୍ଟର ପଟ୍ଟନାୟକ ମୂର୍ତ୍ତି ଖୋଦିତ ଅର୍ଘ୍ୟ ମନ୍ଦିର ଓ ଅର୍ଘ୍ୟ ସ୍ତୁପ ଗୁଡ଼ିକ ଖଣ୍ଡୋଲାଇଟ ପ୍ରସ୍ତରରେ ନିର୍ମିତ ୬ଷ୍ଠ, ୭ମ, ୮ମ ଶତାବ୍ଦୀରେ ମୂର୍ତ୍ତି ବୋଲି ଚିହ୍ନଟ କରିବା ସହ ଏଥିରେ ରହିଥିବା ଶିବ,ପାର୍ବତୀ,ଗଣେଶ,ବୁଦ୍ଧ,ପଦ୍ମପାଣି,ତାରା, ନୃତ୍ୟାଙ୍ଗନା,ଭୈରବ, ଆଦି ମୂର୍ତ୍ତି ଗୁଡିକ ଶୈବ,ବୌଦ୍ଧ ଧର୍ମର ଅମୂଲ୍ୟ ସ୍ମାରକୀ ବୋଲି ଅଭିହିତ କରିଥିଲେ।କିଛି ଅର୍ଘ୍ୟ ସ୍ତୁପ ମନ୍ଦିରର ଉଚ୍ଚତା ସାଡେ ୪ ଫୁଟ ହୋଇଥିବା ବେଳେ ଆଉ କିଛି ଅଢେ଼ଇ ଫୁଟ ଉଚ୍ଚତା ବୋଲି ଜଣା ପଡ଼ିଛି। ତେବେ ଶ୍ରୀ ରାଉତଙ୍କ ଉଦ୍ୟମରେ ମୂର୍ତ୍ତି ଗୁଡ଼ିକ ସ୍ଥାନୀୟ ବାସିନ୍ଦା ନାରାୟଣ, ସମୀର,ଉମେଶ, ଚିଣ୍ଟୁଙ୍କ ସହଯୋଗରେ ସ୍ଥାନୀୟ ବୌଦ୍ଧବିହାର ଟ୍ରଷ୍ଟି କମଳାକାନ୍ତ ନାୟକଙ୍କ ଉପସ୍ଥିତିରେ ବୌଦ୍ଧବିହାର ସଂଗ୍ରହାଳୟକୁ ପ୍ରଦାନ କରାଯାଇଥିଲା।
 
 
 
Read More
{}{}