Hindi News >>Home >>Odisha State

Ghatagaon Tarini Temple: ଆଷାଢୀ ପର୍ବ ପାଇଁ ବନ୍ଦ ରହିଥାଏ ଘଟଗାଁ ମା' ତାରିଣୀଙ୍କ ମନ୍ଦିର, ଜାଣନ୍ତୁ ଏହା ପଛର ମାହାତ୍ମ୍ୟ

Ghatagaon Tarini Temple: ମାଆ ତାରିଣୀଙ୍କ ବିଭିନ୍ନ ପର୍ବ ମଧ୍ୟରୁ ଏହି ଆଷାଢୀ ପର୍ବ ନିଆରା। କେନ୍ଦୁଝର ଅଧିଷ୍ଟାତ୍ରୀ ଦେବୀ ମା ତାରିଣୀଙ୍କ ଆଷାଢୀ ପର୍ବ ପାଇଁ ଯୋଡି ମହୁରି ଓ ନାଗରା ଶବ୍ଦରେ ପ୍ରକମ୍ପିତ ହେଉଛି ପୂରା ବେଢା । 

Advertisement
Ghatagaon Tarini Temple: ଆଷାଢୀ ପର୍ବ ପାଇଁ ବନ୍ଦ ରହିଥାଏ ଘଟଗାଁ ମା' ତାରିଣୀଙ୍କ ମନ୍ଦିର, ଜାଣନ୍ତୁ ଏହା ପଛର ମାହାତ୍ମ୍ୟ
Abhaya mohanty|Updated: Jul 12, 2024, 01:04 PM IST
Share

Ghatagaon Tarini Temple: ମାଆ ତାରିଣୀଙ୍କ ବିଭିନ୍ନ ପର୍ବ ମଧ୍ୟରୁ ଏହି ଆଷାଢୀ ପର୍ବ ନିଆରା।  କେନ୍ଦୁଝର ଅଧିଷ୍ଟାତ୍ରୀ ଦେବୀ ମା ତାରିଣୀଙ୍କ ଆଷାଢୀ ପର୍ବ ପାଇଁ ଯୋଡି ମହୁରି ଓ ନାଗରା ଶବ୍ଦରେ ପ୍ରକମ୍ପିତ ହେଉଛି ପୂରା ବେଢା । ଆଷାଢ ମାସ ଶେଷ ଗୁରୁବାରରେ ମା ଜଗତ କଲ୍ୟାଣ ପାଇଁ ଦିନ ସାରା ନିଜେ ଉପବାସ ପାଳନ କରିଥାନ୍ତି । ଫଳରେ ଏହି ଆଷାଢୀ ପର୍ବରେ ମନ୍ଦିର ସଂପୂର୍ଣ୍ଣ ବନ୍ଦ ରହିଥାଏ । ଅପରାହ୍ନରେ ସୂର୍ଯ୍ୟାସ୍ତ ପରେ ମାଙ୍କ ନୀତି ପୂଜା ଆରମ୍ଭ ହେବା ସହ ମାଆଙ୍କ ସୁନା ବେଶରେ ସଜ୍ଜିତ ହୋଇଥାନ୍ତି । ରାତି ୧୦ ଟା ପରେ ମାଙ୍କ ମନ୍ଦିରର କେବଳ ମୁଖ୍ୟ ପୂଜକ ରହି ମଧ୍ୟ ରାତ୍ରୀରେ ନିଶି ପୂଜା କରିଥାନ୍ତି ।

ALSO READ: Career Horoscope Today: ଆଜି ଚମକିବ ମେଷ-କନ୍ୟା ସହ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିପାରେ ବ୍ୟବସାୟରେ ଲାଭ ସହ ଖୁସି ଖବର

କେନ୍ଦୁଝର ଜିଲ୍ଲାରେ ମାଆଙ୍କ ଆଷାଢୀ ପର୍ବରେ ଚାଷୀ ମାନଙ୍କ ପାଇଁ ମଧ୍ୟ ବେଶ୍ ଗୁରୁତ୍ବ ବହନ କରେ।  ବର୍ଷା ଦିନର ପ୍ରାରମ୍ଭରେ ଏହି ପର୍ବ ପାଳନ ହେଉଥିବା ବେଳେ ଏହି ଦିନ ଘଟଗାଁ ଅଂଚଳର ୨୨ ଖଣ୍ଡ ମଉଜାର ଚାଷୀ ମାନେ ନିଜ ଅଂଚଳରେ ଭଲ ଚାଷ ପାଇଁ ମାଙ୍କ ନିକଟରେ ପୂଜା କରିଥାନ୍ତି। ବିଶ୍ବାସ ରହିଛି ଏହି ଦିନରେ ମାଆଙ୍କ ନିକଟରେ ବୋଦା ସମର୍ପଣ କଲେ ଭଲ ଫସଲ ହୋଇଥାଏ । ତେବେ ଅପରାହ୍ନରେ ମାଙ୍କୁ ସୁନା ବେଶରେ ଦର୍ଶନ କରିବା ପାଇଁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ ଏହି ଦିନରେ ମାଙ୍କ ସୁନା ବେଶ ଦର୍ଶନ କଲେ ଘର ଓ ପରିବାରର ମଙ୍ଗଳ ହୋଇଥାଏ।

Read More
{}{}