Hindi News >>Home >>Odisha State

Metro: ଭୁବନେଶ୍ବର ମେଟ୍ରୋ ରୁଟକୁ ନେଇ ଆସିଲା ନୂଆ ଅପଡେଟ୍

Metro: କଟକବାସୀଙ୍କ ପାଇଁ ଖୁସି ଖବର।  ଏଣିକି ଭୁବନେଶ୍ବରରୁ କଟକ ଯାତ୍ରା ହେବ ଆହୁରି ସହଜ। କାହିଁକିନା ଭୁବେଶ୍ବରରୁ ଅତି ସୁଲଭ ଦରରେ ସିଲଭର ସିଟିକୁ ଯାତ୍ରା କରିପାରବେ ଯାତ୍ରୀ। ଭୁବନେଶ୍ବର ଠାରୁ କଟକ ତ୍ରିସୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ (metro train) ଚାଲିବା ପାଇଁ ପୂର୍ବରୁ ଯୋଜନା ହୋଇଥିଲା। କିନ୍ତୁ ଏଥିରେ କିଛିଟା ପରିବର୍ତ୍ତନ ହୋଇଛି । 

Advertisement
Metro: ଭୁବନେଶ୍ବର ମେଟ୍ରୋ ରୁଟକୁ ନେଇ ଆସିଲା ନୂଆ ଅପଡେଟ୍
Zee Odisha Desk|Updated: Dec 29, 2023, 11:42 AM IST
Share

Metro: କଟକବାସୀଙ୍କ ପାଇଁ ଖୁସି ଖବର।  ଏଣିକି ଭୁବନେଶ୍ବରରୁ କଟକ ଯାତ୍ରା ହେବ ଆହୁରି ସହଜ। କାହିଁକିନା ଭୁବେଶ୍ବରରୁ ଅତି ସୁଲଭ ଦରରେ ସିଲଭର ସିଟିକୁ ଯାତ୍ରା କରିପାରବେ ଯାତ୍ରୀ। ଭୁବନେଶ୍ବର ଠାରୁ କଟକ ତ୍ରିସୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ (metro train) ଚାଲିବା ପାଇଁ ପୂର୍ବରୁ ଯୋଜନା ହୋଇଥିଲା। କିନ୍ତୁ ଏଥିରେ କିଛିଟା ପରିବର୍ତ୍ତନ ହୋଇଛି । ତ୍ରିସୁଳିଆ ନୁହେଁ,  କଟକ ବସଷ୍ଟାଣ୍ତ  (କଟକ ନେତାଜୀ ବସ୍ ଟର୍ମିନାଲ୍ ପର୍ଯ୍ୟନ୍ତ) (Cuttack Netaji Bus Terminal ,CNBT) ଚାଲିବ ମେଟ୍ରୋ । ଏ ନେଇ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ରୂପରେଖରେ ପରିବର୍ତ୍ତନ ହୋଇଛି । ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଟ୍ରୋ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। 

ALSO READ: Odisha News: କଳାହାଣ୍ଡି ବିଶ୍ୱବିଦ୍ୟାଳୟ ହେଲା ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ

ପୂର୍ବରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଗଡ଼ିବା ନେଇ ପ୍ରକଳ୍ପ କରାଯାଇଥିଲା । ହେଲେ ବର୍ତ୍ତମାନ ସେଥିରେ ସାମାନ୍ୟ ପରିବର୍ତ୍ତନ ଆସିଛି।  ଏହାକୁ କଟକ ନେତାଜୀ ବସ୍ ଟର୍ମିନାଲ ଯାଏଁ ସମ୍ପ୍ରସାରିତ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଏହି ପଦକ୍ଷେପ ସ୍ୱରୂପ ତ୍ରିଶୁଳିଆ ଓ କଟକର ଜୁଡିସିଆଲ ଏକାଡେମୀକୁ ସଂଯୋଗ କରୁଥିବା ନେତାଜୀ ସେତୁକୁ ଲାଗି ତିଆରି ହେବାକୁ ଥିବା ନୂଆ ସେତୁ ନିର୍ମାଣ ଯୋଜନାରେ କରାଯାଇଛି ପରିବର୍ତ୍ତନ । ଏଥିପାଇଁ ୨୨୦ କୋଟି ଟଙ୍କାର ସେତୁ ଟେଣ୍ଡରକୁ ମଧ୍ୟ ବାତିଲ କରାଯାଇଛି। ଏହା ବଦଳରେ କାଠଯୋଡ଼ି ଉପରେ ବହୁବିଧ ପରିବହନ ବ୍ୟବସ୍ଥା ଥିବା ସେତୁ ନିର୍ମାଣ କରିବାକୁ ଯୋଜନା  କରାଯାଇଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୬ ଲେନ୍ ବିଶିଷ୍ଟ ଏହି ସେତୁ ଉପରେ ରେଳଧାରଣା ରହିବ ଏବଂ ସେଥିରେ ମେ‌ଟ୍ରୋ ଟ୍ରେନ୍‌ ଗଡିବ। ଏହାର ତଳକୁ ବସ୍‌ ତଥା ଅନ୍ୟ ଯାନବାହନ ଚଳାଚଳର ବ୍ୟବସ୍ଥା କରାଯିବ। ଏହି ସେତୁ ପାଇଁ ଡିପିଆର ପ୍ରସ୍ତୁତ କରାଯାଉଛି। ତେବେ ଏହି ସଂପ୍ରାସାରିତ ମେଟ୍ରୋ ପ୍ରକଳ୍ପ ଜୁଡିସିଆଲ ଏକାଡେମୀ , ଶିଶୁ ଭବନ, ହାଇକୋର୍ଟ, ପୁରୀଘାଟ ଦେଇ ନେତାଜୀ ବସ୍‌ ଟର୍ମିନାଲକୁ ଯୋଡ଼ିବ। 

ତେବେ ଆସନ୍ତା ମାସରେ ବିମାନବନ୍ଦରରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପା ଶିଳାନ୍ୟାସ କରାଯିବ ବୋଲି ଜଣା ପଡିଛି । ସେପଟେ ରାଜ୍ୟର ସର୍ବ ପ୍ରଥମ ଆଧୁନିକ ବସ ଟର୍ମିନାଲ ସହ ବିମାନବନ୍ଦର ସିଧାସଳଖ ଯୋଡି ହେବା ଏବଂ ଟୁଇନ ସିଟି ମଧ୍ୟରେ ଗମନାଗମନର ଆଉ ଏକ ମାଧ୍ୟମ ଖୋଲିବାକୁ ଥିବାରୁ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସହରବାସୀ । ପୂର୍ବରୁ  ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପ ମଧ୍ୟରେ ୨୦ଟି ଷ୍ଟେସନ ପ୍ରତିଷ୍ଠା ହେବାକୁ ଥିବା ବେଳେ ଏହି ସଂପ୍ରସାରଣ ପରେ ଷ୍ଟେସନ ସଂଖ୍ୟା ୨୩କୁ ବୃଦ୍ଧି ପାଇବ ବୋଲି ଜଣା ପଡିଛି

Read More
{}{}