Hindi News >>Home >>Odisha State

Odisha News: ଏହି ଦିନ ଠାରୁ ଆରମ୍ଭ ହେବ ଶାରଳାଙ୍କ ଚନ୍ଦନ ଯାତ୍ରା

Odisha News: ପବିତ୍ର ଅକ୍ଷୟ ତୃତୀୟା ଦିନ ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ଼ ମାଆ ଶାରଳାଙ୍କ ଚନ୍ଦନ ଯାତ୍ରା। ଝଙ୍କଡ଼ ବାସିନୀ ମାଆ ଶାରଳା ନୌକାରେ ଖେଳିବେ ଚାପ। । ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଶାରଳାଙ୍କ ଚନ୍ଦନ ଯାତ୍ରା ଲାଗି ଶାରଳା ମଣ୍ଡଳ କୈବର୍ତ୍ତ ମହାସଂଘ ତରଫରୁ ପାରମ୍ପରିକ ନୌକା ସମର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 

Advertisement
Odisha News: ଏହି ଦିନ ଠାରୁ ଆରମ୍ଭ ହେବ ଶାରଳାଙ୍କ ଚନ୍ଦନ ଯାତ୍ରା
Narayan Behera|Updated: May 06, 2024, 11:52 AM IST
Share

Odisha News: ପବିତ୍ର ଅକ୍ଷୟ ତୃତୀୟା ଦିନ ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ଼ ମାଆ ଶାରଳାଙ୍କ ଚନ୍ଦନ ଯାତ୍ରା। ଝଙ୍କଡ଼ ବାସିନୀ ମାଆ ଶାରଳା ନୌକାରେ ଖେଳିବେ ଚାପ। । ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଶାରଳାଙ୍କ ଚନ୍ଦନ ଯାତ୍ରା ଲାଗି ଶାରଳା ମଣ୍ଡଳ କୈବର୍ତ୍ତ ମହାସଂଘ ତରଫରୁ ପାରମ୍ପରିକ ନୌକା ସମର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 

ALSO READ: Jaga Darsan: ୪ ଘଣ୍ଟା ହୋଇପାରିବନି ଜଗା ଦର୍ଶନ

ଏ-ହି ନୌକା ସମର୍ପଣ ଉତ୍ସବରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିବା ବେଳେ ଏହି ନୌକାକୁ ସୁସଜ୍ଜିତ କରି ଜଗତସିଂହପୁର ଜିଲ୍ଲା ପାରାଦୀପଗଡ ଠାରୁ ଶାରଳାଙ୍କ ପୀଠ ପର୍ଯ୍ୟନ୍ତ ନିଆ ଯାଇଛି। ପ୍ରଥମେ ମାଆଙ୍କ ନୀତିକାନ୍ତି ଅନୁଯାୟୀ ମା ବାସୁଳେଇଙ୍କ ପୂଜାର୍ଚ୍ଚନା କରାଯିବା ପରେ ସୁସଜ୍ଜିତ ନୌକାରେ ମାଆଙ୍କୁ ବିରାଜମାନ କରାଯାଇଥିଲା ବୋଲି କହିଛନ୍ତି ମା''ଶାରଳା କୈବର୍ତ୍ତ ମହାସଂଘର ସଭାପତି ପ୍ରହଲ୍ଲାଦ ବେହେରା। 

ଏ-ହା ଶାରଳା ମଣ୍ଡଳ କୈବର୍ତ୍ତ ମହାସଂଘର ପାରମ୍ପରିକ ନୌକା ଉତ୍ସବ ହୋଇଥିବା ବେଳେ ମା ଶାରଳାଙ୍କ ନିକଟରେ ୨୧ଦିନ ଧରି ଚାପ ଖେଳ ହୋଇଥାଏ। ଏହି ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସୁଛି। ୧୯୮୨ ମସିହାରେ ମା''ଙ୍କ ନିକଟରେ ଉତ୍ସର୍ଗ ହୋଇଥିବା ନୌକା ଭାଙ୍ଗି ଯିବା ପରେ ନୂତନ ନୌକାକୁ ପୂଜାର୍ଚ୍ଚନା କରାଯାଇ ମାଆଙ୍କ ନିକଟକୁ ଉତ୍ସର୍ଗ କରାଯାଇଥିବାରୁ ବହୁ ଆନନ୍ଦର ଦିନ ରହିଛି ବୋଲି କୈବର୍ତ୍ତମାନେ ପ୍ରକାଶ କରିଛନ୍ତି। 

ପବିତ୍ର ଅକ୍ଷୟ ତୃତୀୟା ସମସ୍ତ ଦେବାଦେବୀ ପୀଠରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମାଆ ଶାରଳାଙ୍କ ଚନ୍ଦନଯାତ୍ରାରେ କୈବର୍ତ୍ତ ମାନଙ୍କ ଦ୍ବାରା ସମର୍ପିତ ହୋଇଥିବା ଏହି ନୌକାରେ ମାଆ ନୌକା ବିହାର କରିବେ ବୋଲି କହିଛନ୍ତି କୈବର୍ତ୍ତ ମହାସଂଘ ର ଅକ୍ଷୟ କୁମାର ବେହେରା। ଏହି ନୌକାକୁ କୈବର୍ତ୍ତ ମହାସଂଘର ସଭାପତି ପ୍ରହଲ୍ଲାଦ ବେହେରା ନିଜ ଉଦ୍ୟମରେ ଏହି ନୌକାକୁ ମାଆ ଶାରଳାଙ୍କୁ ସମର୍ପିତ କରିଛନ୍ତି।

Read More
{}{}