Hindi News >>Home >>Odisha State

Odisha News: ଜଗତସିଂହପୁର ବଡ଼ବାଗ ଗାଁରେ ବଡ଼ ଅଘଟଣ, ବିସ୍ଫୋରଣରେ ଗୋଟିଏ ପରିବାରର ୨ ମୃତ, ୨ ଗୁରୁତର

Odisha News: ଭୟଙ୍କର ବାଣ ବିସ୍ଫୋରଣରେ ଥରି ଉଠିଲା ଗାଁ, ଭୁଶୁଡି ପଡ଼ିଲା କୋଠା । ଏହି ଛାତିଥରା ବିସ୍ଫୋରଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।   

Advertisement
Odisha News: ଜଗତସିଂହପୁର ବଡ଼ବାଗ ଗାଁରେ ବଡ଼ ଅଘଟଣ, ବିସ୍ଫୋରଣରେ ଗୋଟିଏ ପରିବାରର ୨ ମୃତ, ୨ ଗୁରୁତର
Narayan Behera|Updated: Jan 04, 2025, 08:43 AM IST
Share
Odisha News: ଭୟଙ୍କର ବାଣ ବିସ୍ଫୋରଣରେ ଥରି ଉଠିଲା ଗାଁ, ଭୁଶୁଡି ପଡ଼ିଲା କୋଠା । ଏହି ଛାତିଥରା ବିସ୍ଫୋରଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଜଗତସିଂହପୁର ପୌରାଞ୍ଚଳ ର ବଡବାଗ ଗାଁରେ ଘଟିଛି ଭୟଙ୍କର ବାଣ ବିସ୍ଫୋରଣ । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏକ କୋଠା ଘର ସମ୍ପୂର୍ଣ୍ଣ ଭୁଶୁଡ଼ି ଯିବା ସହ ଘରର ଛାତ ଉଡି ଯାଇଛି। ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଜଗତସିଂହପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। 
 
 
ଖବର ଅନୁସାରେ ଗତ ଶୁକ୍ରବାର ରାତିରେ ଜଗତସିଂହପୁର ପୌରାଞ୍ଚଳ ବଡବାଗ ଗାଁରେ ଭୟଙ୍କର ବାଣ ବିସ୍ଫୋରଣ ଘଟିଥିଲା। ଫଳରେ ପୂରା ଗାଁ ଥରି ଉଠିଥିବା ବେଳେ ବିସ୍ଫୋରଣରେ ଏକ କୋଠା ଘର ଭଶୁଡ଼ି ପଡ଼ିବା ସହ ଘରର ଛାତ ଉଡି ଯାଇଛି। ଏହି ଘର ଭିତରେ ଥିବା ରାକେଶ ଦାସ୍, ଭାଇ ପରେଶ ଦାସ୍ ତାଙ୍କ ପତ୍ନୀ ସସ୍ମିତା ଦାସ୍ ଙ୍କ ସମେତ ୪ ଜଣ ଥିଲେ ବୋଲି ଜଣାପଡ଼ିଛି । ଦୁଇ ଭାଇ ଏବଂ ସେମାନଙ୍କ ସ୍ତ୍ରୀ ଘରେ ଥିବା ସ୍ଥାନୀୟ ଲୋକ କହିଛନ୍ତି । ସମସ୍ତେ ଘର ଭିତରେ ଥିବା ବେଳେ ବାଣ ବିସ୍ଫୋରଣରେ କୋଠା ଘରଟି ଭୁଶୁଡ଼ି ପଡ଼ିଥିଲା। 
 
ତେବେ ବର୍ତ୍ତମାନ ସୁଦ୍ଧା ପରିବାରର ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ବ୍ୟକ୍ତି ଘର କାନ୍ଥ ତଳେ ଚାପି ହୋଇ ରହିଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚି ଥିବା ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ କଟର୍ ମେସିନ ସାହାଯ୍ୟ ରେ କାନ୍ଥ ତଳେ ଚାପି ହୋଇଥିବା ବ୍ୟକ୍ତି ଙ୍କୁ ଉଦ୍ଧାର କରିଥିଲେ। ତେବେ ଘଟଣା କୁ ନେଇ ଜଗତସିଂହପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଚଳାଇଥିବା ବେଳେ ଜଗତସିଂହପୁର ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦଗାତା ଓ ତହସିଲଦାର ତାରିଣୀ ପ୍ରସାଦ ରାୟ ଉକ୍ତ ସ୍ଥାନରେ ରହି ଉଦ୍ଧାର କାର୍ଯ୍ୟ କୁ ତ୍ବରାନ୍ବିତ କରିଛନ୍ତି।
Read More
{}{}