Home >>Odisha State

Odisha News: ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍ ; କମୁଛି ମୁଣ୍ଡଳି ଜଳସ୍ତର

Odisha News: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଦୁଇଟି ଗେଟ୍। ଉପର ମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ଆଜି ୨ଟି ଗେଟ୍ କୁ  ବନ୍ଦ କରି ଦିଆଯାଇଛି। ଏବେ ୧୮ ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। 

Advertisement
Odisha News: ବନ୍ଦ ହେଲା ହୀରାକୁଦର ୨ଟି ଗେଟ୍ ; କମୁଛି ମୁଣ୍ଡଳି ଜଳସ୍ତର
Narmada Behera|Updated: Jul 31, 2024, 12:28 PM IST
Share

Odisha News: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଦୁଇଟି ଗେଟ୍। ଉପର ମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ଆଜି ୨ଟି ଗେଟ୍ କୁ  ବନ୍ଦ କରି ଦିଆଯାଇଛି। ଏବେ ୧୮ ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଗତ ରବିବାର ଦିନ ପର୍ଯ୍ୟାୟକ୍ରମେ ୨୦ ଟି ଗେଟ ଖୋଲାଯାଇଥିଲା । ପ୍ରାୟ ୧ ଲକ୍ଷ ୫୭ ହଜାର ୨୭୨ କ୍ୟୁସେକ ଜଳ ଏବେ ହୀରାକୁଦରେ ପ୍ରବେଶ କରୁଛି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ଏହାଛଡା ୩ ଲକ୍ଷ ୯ ହଜାର ୭୪୦ କ୍ୟୁସେକ୍ ବନ୍ୟାଜଳ ହୀରାକୁଦରୁ ନିଷ୍କାସିତ ହେଉଛି । ଆଜି ସକାଳ ପ୍ରାୟ ୬ ଟା ସୁଦ୍ଧା ହୀରାକୁଦରେ ଜଳସ୍ତର ୬୧୧.୮୫ ଫୁଟ ରହିଛି ।

ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ହୀରାକୁଦର ୨ଟି ଗେଟ୍‌ ବନ୍ଦ ହେବା ଯୋଗୁଁ ମୁଣ୍ଡଳୀରେ ମହାନଦୀର ଜଳସ୍ତର କମିବାରେ ଲାଗିଛି। ହୀରାକୁଦ ଗେଟ ବନ୍ଦ କାରଣରୁ ମୁଣ୍ଡଳିରେ ମହାନଦୀର ଜଳସ୍ତର କମି ପ୍ରାୟ ୪ ଲକ୍ଷ ୮୦ ହଜାର ୭୨ କ୍ୟୁସେକ ଜଳ ଏବେ ପ୍ରବାହିତ ହେଉଛି । ଆଗାମୀ ଦିନରେ ହୀରାକୁଦରେ ଆହୁରି ଗେଟ ବନ୍ଦ କରାଯାଇପାରେ ବୋଲି ଆଶାକରାଯାଉଛି। ସେପଟେ, ଜଳକା ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ଜଳକା ନଦୀ ଅବବାହିକାରେ ପହଞ୍ଚି ସ୍ଥିତି ଅନୁଧ୍ଯାନ କରିଛନ୍ତି ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ। ନଦୀର ମଥାନୀ ଠାରେ ବିପଦ ସଂକେତ 6.50 ମିଟର ଥିବା ବେଳେ ସକାଳା 10 ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ 6. 32 ମିଟର ରେ ପ୍ରବାହିତ ହେଉଛି। ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ସହ ଜଳକା ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ଅଧିକ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ଯା ଆଶଙ୍କା ରେ ଭୟଭୀତ ଅଛନ୍ତି ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ । ଜଳକା ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା,ମୋରଡା,ଚିତ୍ରଡା,ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ କ୍ରମଶଃ ବଢୁଛି ନଦୀର ଜଳସ୍ତର,ବର୍ତ୍ତମାନ ଯଦି ବନ୍ୟା ହୁଏ । ତାହାହେଲେ ବସ୍ତା ଏବଂ ସଦର‌ ବ୍ଲକ ବ୍ଲକର ପାଖାପାଖି ୧୦ ଟି ପଞ୍ଚାୟତର ଚାଷ‌ କ୍ଷତି ହେବାର ଆଶଙ୍କା କରାଯାଉଛି। ତେବେ ଯେଉଁ ସ୍ଥାନରେ ନଦୀ ବନ୍ଧ ଦୁର୍ବଳ ଅଛି ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା ସହ ବାଲିବସ୍ତା ମହଜୁଦ ରଖା ଯାଇଛି ବୋଲି କହିଛନ୍ତି।

Read More
{}{}