Home >>Odisha State

Hirakud: ହୀରାକୁଦରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

Hirakud: ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଫୁଲିବାରେ ଲାଗିଛି। ଆଜି ଖୋଲିଲା ହୀରାକୁଦ ଗେଟ୍ ।  ଜଳଭଣ୍ଡାରରୁ ଛଡ଼ାଗଲା ପ୍ରଥମ ବନ୍ୟାଜଳ । ପରମ୍ପରା ଅନୁଯାୟୀ, ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ଗେଟ୍ ଖୋଲାଯାଇଛି ବୋଲି ସୂଚନା ମିଳିଛି। ତେବେ,ପର୍ଯ୍ୟାୟକ୍ରମେ ୧୨ଟି ଗେଟ୍ ଖୋଲାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। 

Advertisement
Hirakud: ହୀରାକୁଦରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
Narmada Behera|Updated: Jul 06, 2025, 12:18 PM IST
Share

Hirakud: ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଫୁଲିବାରେ ଲାଗିଛି। ଆଜି ଖୋଲିଲା ହୀରାକୁଦ ଗେଟ୍ ।  ଜଳଭଣ୍ଡାରରୁ ଛଡ଼ାଗଲା ପ୍ରଥମ ବନ୍ୟାଜଳ । ପରମ୍ପରା ଅନୁଯାୟୀ, ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ଗେଟ୍ ଖୋଲାଯାଇଛି ବୋଲି ସୂଚନା ମିଳିଛି। ତେବେ,ପର୍ଯ୍ୟାୟକ୍ରମେ ୧୨ଟି ଗେଟ୍ ଖୋଲାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। 
 

ଡ୍ୟାମକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୦ ହଜାର ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ଜଳସେଚନ ଓ ଜଳ ବିଦ୍ୟୁତ ଉତ୍ପାଦନ ପାଇଁ ମୋଟ ୩୪ ହଜାର ୩୧୩ ଘନଫୁଟ ଜଳ ନିଷ୍କାସିତ ହେଉଛି । ଆଜି ସକାଳ ୯ଟା ସୁଦ୍ଧା ଡ୍ୟାମର ଜଳସ୍ତର ୬୦୯ ଦଶମିକ ୩୩ ଫୁଟ ରହିଛି। ପାଣି ବୃଦ୍ଧି ପାଉଥିବାରୁ ହୀରାକୁଦରୁ ପାଣି ଛାଡ଼ିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ତଳି ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି । ମହାନଦୀକୁ ନଯିବା ପାଇଁ ଆଲର୍ଟ କରାଯାଇଛି । ସେହିପରି ମହାନଦୀ ତଟବର୍ତ୍ତୀ ୧୨ଟି ଜିଲ୍ଲାର ଜିଲ୍ଳାପାଳ ଓ ଏସପିଙ୍କୁ ମଧ୍ୟ ସତର୍କ କରାଯାଇଛି ।

Read More
{}{}