Hindi News >>Home >>Odisha State

Odisha News: ଏଥର କେନ୍ଦୁଝରରେ ଜମିବ କାଳୀପୂଜା , ମୀନା ବଜାରରେ ଚଟପଟା ଖାଇବାର ମଜା ଉଠାଇବେ ଲୋକେ

Odisha News: କେନ୍ଦୁଝର ପ୍ରସିଦ୍ଧ କାଳୀପୂଜା ମେଳା। କାଳୀପୂଜାରେ ବସିବ ୧ହଜାରରୁ ଅଧିକ ଷ୍ଟଲ୍। ଏ-ବର୍ଷ ୮୪ ବର୍ଷରେ କାଳୀତୀର୍ଥ କାଳୀପୂଜା ପଦାର୍ପଣ କରିଥିବା ବେଳେ, ୫୬ବର୍ଷରେ ପଦାର୍ପଣ କରିଛି ନେତ୍ରାକାଳୀ ପୂଜା। ଏଥିସହ, ୩୮ବର୍ଷରେ ପଦାର୍ପଣ କରିଛି କାଶୀପୁର ମା ଶ୍ମଶାନ କାଳୀଙ୍କର ପୂଜା। 

Advertisement
Odisha News: ଏଥର କେନ୍ଦୁଝରରେ ଜମିବ କାଳୀପୂଜା , ମୀନା ବଜାରରେ ଚଟପଟା ଖାଇବାର ମଜା ଉଠାଇବେ ଲୋକେ
Abhaya mohanty|Updated: Oct 31, 2024, 12:45 PM IST
Share

Odisha News: କେନ୍ଦୁଝର ପ୍ରସିଦ୍ଧ କାଳୀପୂଜା ମେଳା। କାଳୀପୂଜାରେ ବସିବ ୧ହଜାରରୁ ଅଧିକ ଷ୍ଟଲ୍। ଏ-ବର୍ଷ ୮୪ ବର୍ଷରେ କାଳୀତୀର୍ଥ କାଳୀପୂଜା ପଦାର୍ପଣ କରିଥିବା ବେଳେ, ୫୬ବର୍ଷରେ ପଦାର୍ପଣ କରିଛି ନେତ୍ରାକାଳୀ ପୂଜା। ଏଥିସହ, ୩୮ବର୍ଷରେ ପଦାର୍ପଣ କରିଛି କାଶୀପୁର ମା ଶ୍ମଶାନ କାଳୀଙ୍କର ପୂଜା। ମା କାଳୀଙ୍କର ଦର୍ଶନ ସହ ଏଠାରେ ୧୫ଦିନ ଧରି ଚାଲିବ କେନ୍ଦୁଝର ପ୍ରସିଦ୍ଧ କାଳୀପୂଜା ମେଳା। ମେଳାରେ ଅପେରା, ମୀନାବଜାର, ଫୁଡ୍ ବଜାର ଓ ବିଭିନ୍ନ ଦୋଳିର ବେଶ୍ ମଜା ଉଠାଇବେ ଲୋକେ। ଏବର୍ଷ ମୁଖ୍ୟମନ୍ତ୍ରୀ କାଳୀପୂଜାରେ ସାମିଲ୍ ହେବାକୁ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ଆୟୋଜକ।

କେନ୍ଦୁଝର ପ୍ରସିଦ୍ଧ କାଳୀପୂଜା ପାଇଁ ମା ଶ୍ମଶାନ କାଳୀଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର। କାଶୀପୁରଠାରେ ମା ଶ୍ମଶାନ କାଳୀପୂଜା ଏବର୍ଷ ୩୮ବର୍ଷରେ ପଦାର୍ପଣ କରିଥିବା ବେଳେ, ମାଙ୍କୁ ଜୀବନ୍ତ ଗଢି ତୋଳୁଛନ୍ତି କାରିଗର, ଏଥିସହ, ମେଢ, ତୋରଣ ଆଦି ଅତି ଆକର୍ଷଣୀୟ ଢଙ୍ଗରେ ସଜା ହେଉଛି। ଏଠାରେ ୧୦ଦିନ ଧରି ଚାଲିବାକୁ ଥିବା ଏହି ପୂଜାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ, ମାଗଣାରେ ପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଆୟୋଜକ, ପୂର୍ବରୁ ଶ୍ମଶାନ ଥିବା ଏହି ସ୍ଥାନରେ, ମା ଶ୍ମଶାନକାଳୀଙ୍କୁ ଦର୍ଶନ କଲେ ଭକ୍ତର ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି।

ସେପଟେ କାଳୀତୀର୍ଥରେ ମା ଶ୍ୟାମାକାଳୀଙ୍କର ପୂଜା ୮୪ବର୍ଷରେ ପଦାର୍ପଣ କରିଥିବା ବେଳେ, ୫୬ବର୍ଷରେ ପଦାର୍ପଣ କରିଛି ନେତ୍ରାକାଳୀ ପୂଜା। ଏଠାରେ ମା ଶ୍ୟାମାକାଳୀଙ୍କର ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ଶେଷ ହୋଇଥିବା ବେଳେ, ମେଢ ଓ ତୋରଣ ଆକର୍ଷଣୀୟ ଢଙ୍ଗରେ ସଜା ହେଉଛି। ମାକାଳୀଙ୍କର ଦର୍ଶନ ସହ, ଲୋକେ ଏଠାରେ ଅପେରା, ମୀନାବଜାର, ଫୁଡ୍ ବଜାର ଏବଂ ବିଭିନ୍ନ ପ୍ରକାର ଦୋଳି ଖେଳିବାର ମଜା ଉଠାଇବେ। ୧୫ଦିନ ଧରି ଚାଲିବାକୁ ଥିବା ଏହି କାଳୀପୂଜା ମେଳାରେ ବସିବ ୧ହଜାରରୁ ଉର୍ଧ୍ବ ଷ୍ଟଲ୍, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦୁଝର କାଳୀପୂଜାରେ ସାମିଲ୍ ହେବାକୁ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ଆୟୋଜକ।

Read More
{}{}