Hindi News >>Home >>Odisha State

Odisha News: ପ୍ରୋଜେକ୍ଟ ବନ୍ଦ, ୟୁନିଟ୍ ବି ବନ୍ଦ

Odisha News:  ଡି ଏମ ଏଫ୍ ଫଣ୍ଡ ମାଧ୍ୟମରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଥିବାରୁ ପ୍ରଥମ ପର୍ଯ୍ୟାୟରେ ଡି ଏମ ଏଫ୍ ଅଞ୍ଚଳରେ ରହିଥିବା ବିଦ୍ୟାଳୟ ଗୁଡ଼ିକୁ ଏଥିରେ ସାମିଲ କରାଯାଇଥିଲା। ବିଶେଷ କରି ପଟାଙ୍ଗି ବ୍ଲକ ର ଆମ୍ଫାବେଲି, ପେଟରୁ, ଗୋଲୁରୁ ଓ କୋଟିଆ ଏହି ୪ ଟି ପଞ୍ଚାୟତ ର ୫୫ ଟି ବିଦ୍ୟାଳୟର ୩ ହଜାର ୬ ଶହ ୬୩ ଜଣ ଛାତ୍ର ଛାତ୍ରୀଙ୍କୁ ମାଣ୍ଡିଆରେ ପ୍ରସ୍ତୁତ ମାଣ୍ଡିଆ ଖିଚିଡି, ମାଣ୍ଡିଆ ଉପମା, ଏବଂ ମାଣ୍ଡିଆ ମିଠା ମିଲ ଯୋଗାଇ ଦିଆଯାଉଥିଲା।

Advertisement
Odisha News: ପ୍ରୋଜେକ୍ଟ ବନ୍ଦ, ୟୁନିଟ୍ ବି ବନ୍ଦ
Priyambada Rana|Updated: Sep 11, 2024, 04:13 PM IST
Share

Odisha News: (ନିରଜ ସତପଥୀ) ୨୦୨୩ ସେପ୍ଟେମ୍ବର ମାସରୁ ପରିକ୍ଷା ମୂଳକ ଭାବେ କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଥିବା ପାଇଲଟ ପ୍ରୋଜେକ୍ଟ ଏବେ ବନ୍ଦ ହୋଇଯାଇଛି। ଏହି ପାଇଲଟ ପ୍ରୋଜେକ୍ଟ ମାଧ୍ୟମରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ ଯୋଗାଇ ଦିଆଯାଇଥିଲା। ପାଇଲଟ ପ୍ରୋଜେକ୍ଟ ଭାବରେ ପ୍ରଥମେ ପଟାଙ୍ଗି ବ୍ଲକର ୪ ଟି ପଞ୍ଚାୟତକୁ ନିଆ ଯାଇଥିଲା।

ଡି ଏମ ଏଫ୍ ଫଣ୍ଡ ମାଧ୍ୟମରେ ଏହି ଖାଦ୍ୟ ଯୋଗାଇ ଦିଆଯାଉଥିବାରୁ ପ୍ରଥମ ପର୍ଯ୍ୟାୟରେ ଡି ଏମ ଏଫ୍ ଅଞ୍ଚଳରେ ରହିଥିବା ବିଦ୍ୟାଳୟ ଗୁଡ଼ିକୁ ଏଥିରେ ସାମିଲ କରାଯାଇଥିଲା। ବିଶେଷ କରି ପଟାଙ୍ଗି ବ୍ଲକ ର ଆମ୍ଫାବେଲି, ପେଟରୁ, ଗୋଲୁରୁ ଓ କୋଟିଆ ଏହି ୪ ଟି ପଞ୍ଚାୟତ ର ୫୫ ଟି ବିଦ୍ୟାଳୟର ୩ ହଜାର ୬ ଶହ ୬୩ ଜଣ ଛାତ୍ର ଛାତ୍ରୀଙ୍କୁ ମାଣ୍ଡିଆରେ ପ୍ରସ୍ତୁତ ମାଣ୍ଡିଆ ଖିଚିଡି, ମାଣ୍ଡିଆ ଉପମା, ଏବଂ ମାଣ୍ଡିଆ ମିଠା ମିଲ ଯୋଗାଇ ଦିଆଯାଉଥିଲା।

ସେମିଳିଗୁଡା ବ୍ଲକ ର ରାଜପୁଟ ପଞ୍ଚାୟତ ଅନ୍ତର୍ଗତ ବଡ ବଡେଙ୍ଗା ଗ୍ରାମ ନିକଟରେ ମିଶନ ଶକ୍ତି ଏବଂ ଇକ୍ରିସାଟ(ICRISAT) ର ମିଳିତ ସହଯୋଗରେ ଗତ ୨୦୨୩ ଫେବୃଆରୀ ମାସରୁ ମିଲେଟ ଶକ୍ତି ପ୍ରସେସିଂ ୟୁନିଟ୍ ଆରମ୍ଭ ହୋଇଥିଲା। ଏହାରି ମାଧ୍ୟମରେ ବିଦ୍ୟାଳୟ ଗୁଡ଼ିକୁ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଯୋଗାଇ ଦିଆଯାଉଥିଲା।

ବିଡମ୍ବନାର ବିଷୟ ଏବେ ଏହି ପାଇଲଟ ପ୍ରୋଜେକ୍ଟ ବନ୍ଦ ହୋଇଯାଇଛି। ନିର୍ବାଚନ ପରେ ସରକାର ବଦଳିବା ପରେ ଏହି ପ୍ରୋଜେକ୍ଟ ବନ୍ଦ ହୋଇ ଯାଇଥିବା ଯୋଗୁଁ ଆଉ ବିଦ୍ୟାଳୟ ଗୁଡ଼ିକୁ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଯୋଗାଇ ଦିଆ ଯାଉ ନାହିଁ। ଅନ୍ୟ ପକ୍ଷରେ ପ୍ରୋଜେକ୍ଟ ବନ୍ଦ ହେବା ପରେ ଏବେ ପ୍ରସେଶିଂ ୟୁନିଟ୍ ବି ବନ୍ଦ ହୋଇପଡ଼ିଛି। ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଏହି ୟୁନିଟ୍ ରେ କାମ କରି ସ୍ୱାବଲମ୍ବୀ ହୋଇ ପାରୁଥିଲେ। ବନ୍ଦ ହେବା ପରେ ସମସ୍ତେ ଜୀବିକା ହରାଇଛନ୍ତି। ଅନ୍ୟ ପକ୍ଷରେ ଚାଷୀ ମାନେ ମାଣ୍ଡିଆ ବିକ୍ରି କରି ପାରୁଥିଲେ। ଯାହା କି ଏବେ ବନ୍ଦ ହୋଇଯାଇଛି।

ପାଇଲଟ ପ୍ରୋଜେକ୍ଟ ସଫଳ ହେଲେ। ସମଗ୍ର କୋରାପୁଟ ଜିଲ୍ଲା ରେ ଥିବା ବିଦ୍ୟାଳୟ ଗୁଡ଼ିକୁ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଯୋଗାଇବାର ଲକ୍ଷ ଥିଲା। ଯାହା କି ବନ୍ଦ ହେବା ଦ୍ବାରା ଲକ୍ଷ ହାସଲ ହୋଇ ପାରିଲା ନାହିଁ। ତେବେ ଏହି ପ୍ରୋଜେକ୍ଟ ପୁଣି ଚାଲିବ ନା ସବୁ ଦିନ ପାଇଁ ବନ୍ଦ ହୋଇ ଯିବ ସମୟ ହିଁ କହିବ।

Read More
{}{}