Hindi News >>Home >>Odisha State

Prashant Jagdev: ଏସସିବିରୁ ଡିସଚାର୍ଜ ହେଲେ ପ୍ରଶାନ୍ତ ଜଗଦେବ, ଶପଥ ଗ୍ରହଣ ଉତ୍ସବରେ ହେବେ ସାମିଲ

Prashant Jagdev: ଏସସିବିରୁ ଆଜି ସକାଳେ ଡିସଚାର୍ଜ ହୋଇଛନ୍ତି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ଏସସିବି ମେଡିକାଲରୁ ଡିସଚାର୍ଜ କରାଯାଇଛି। ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମରେ ସାମିଲ୍ ହେବେ ପ୍ରଶାନ୍ତ। ଏଥିପାଇଁ ପ୍ରଶାନ୍ତଙ୍କୁ ତିନି ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ଜୁନ୍ ୭ ତାରିଖରେ କୋର୍ଟ ତାଙ୍କୁ ୩ ଦିନ ପାଇଁ ଜାମିନ ପ୍ରଦାନ କରିଥିଲେ। ତାଙ୍କୁ ଜୁନ୍ ୯, ୧୦ ଓ ୧୧ ତାରିଖ ପାଇଁ ଜାମିନ ମିଳିଛି। ଅର୍ଥାତ୍ ଆଜିଠାରୁ  ତାଙ୍କ ଜାମିନ ଅବଧି ଆରମ୍ଭ ହେଉଛି।

Advertisement
Prashant Jagdev: ଏସସିବିରୁ ଡିସଚାର୍ଜ ହେଲେ ପ୍ରଶାନ୍ତ ଜଗଦେବ, ଶପଥ ଗ୍ରହଣ ଉତ୍ସବରେ ହେବେ ସାମିଲ
Zee Odisha Desk|Updated: Jun 09, 2024, 10:09 AM IST
Share

Prashant Jagdev: ଏସସିବିରୁ ଆଜି ସକାଳେ ଡିସଚାର୍ଜ ହୋଇଛନ୍ତି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ଏସସିବି ମେଡିକାଲରୁ ଡିସଚାର୍ଜ କରାଯାଇଛି। ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମରେ ସାମିଲ୍ ହେବେ ପ୍ରଶାନ୍ତ। ଏଥିପାଇଁ ପ୍ରଶାନ୍ତଙ୍କୁ ତିନି ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ଜୁନ୍ ୭ ତାରିଖରେ କୋର୍ଟ ତାଙ୍କୁ ୩ ଦିନ ପାଇଁ ଜାମିନ ପ୍ରଦାନ କରିଥିଲେ। ତାଙ୍କୁ ଜୁନ୍ ୯, ୧୦ ଓ ୧୧ ତାରିଖ ପାଇଁ ଜାମିନ ମିଳିଛି। ଅର୍ଥାତ୍ ଆଜିଠାରୁ  ତାଙ୍କ ଜାମିନ ଅବଧି ଆରମ୍ଭ ହେଉଛି।

ଖୋର୍ଦ୍ଧାରେ ଇଭିଏମ ଭଙ୍ଗା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ ପ୍ରଶାନ୍ତ। ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ହାର୍ଟ ଏବଂ ମେରୁଦଣ୍ଡରେ ସମସ୍ୟା ରହିଥିଲା। ଆଜି ଡସିଚାର୍ଜ ହୋଇଥିବା ବେଳେ ପୁଣି ମାସଟେ ପରେ ଆସି ଚେକଅପ୍ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। 

ସୂଚନା ଥାଉକି, ଇଭିଏମ୍ ଭଙ୍ଗାରୁଜା କରିବା ଅଭିଯୋଗରେ ଗତ ମେ ୨୫ ତାରିଖ ବିଳମ୍ବିତ ରାତିରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଥିଲା। କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ଖୋର୍ଦ୍ଧା ଜେଲ୍‌କୁ ପଠାଇ ଦିଆଯାଇଥିଲା। ଜେଲରେ ଥିବା ବେଳେ ମେ ୨୮ ତାରିଖରେ ଅସୁସ୍ଥ ହୋଇ ପଡ଼ିଥିଲେ ପ୍ରଶାନ୍ତ। ତେଣୁ ମେ ୨୯ ତାରିଖ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ତାଙ୍କ ବ୍ଲଡ୍ ପ୍ରେସର ଓ ସୁଗାର ସ୍ତର ବଢ଼ି ଯାଇଥିବା ଜଣାପଡ଼ି ଥିଲା।
ସେହିପରି ଗତ ମେ ୩୧ ତାରିଖରେ ପ୍ରଶାନ୍ତଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଥିଲା। ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ- ୨ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ। ତେବେ ଜାମିନ ପାଇଁ ସେ ପୁଣି ଆବେଦନ କରିଥିଲେ। ଜୁନ୍ ୭ ତାରିଖରେ କୋର୍ଟ ତାଙ୍କୁ ୩ ଦିନ ପାଇଁ ଜାମିନ ପ୍ରଦାନ କରିଥିଲେ। ତାଙ୍କୁ ଜୁନ୍ ୯, ୧୦ ଓ ୧୧ ତାରିଖ ପାଇଁ ଜାମିନ ମିଳିଛି। ଆଜିଠୁ ତାଙ୍କ ଜାମିନ ଅବଧି ଆରମ୍ଭ ହେଉଛି।ସୂଚନାଯୋଗ୍ୟ, ୨୦୧୪ରେ ବିଜେଡି ଟିକେଟରେ ସେ ବେଗୁନିଆରୁ ଏବଂ ୨୦୧୯ରେ ଚିଲିକାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୨୪ରେ ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ଖୋର୍ଦ୍ଧା ବିଧାନସଭା ଆସନରୁ ବିଜେପି ଟକେଟରେ ନିର୍ବାଚନ ଲଢ଼ି ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ପରାସ୍ତ କରିଛନ୍ତି।

Written by Debabrata

Read More
{}{}