Home >>Odisha State

Odisha News: ନାଟମଣ୍ଡପର ମରାମତି କାମ ଆରମ୍ଭ, ୧୯ ସୁଦ୍ଧା ସାରିବାକୁ ନିଷ୍ପତ୍ତି

 କାରିଗର ମାନେ ଠିଆ ହୋଇ ମରାମତି କରିବେ। ସ୍ୱତନ୍ତ୍ର ଡିଜାଇନ ଦ୍ୱାରା ପ୍ରସ୍ତୁତ ଷ୍ଟିଲ ବିମ ଲଗାଯିବ। ଦ୍ୱିତୀୟ ଭୋଗ ମଣ୍ଡପ ପରେ ଵିମ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ସନ୍ଧ୍ୟା ୭ଟାପର୍ଯ୍ୟନ୍ତ ଦୈନିକ ମରାମତି କାର୍ଯ୍ୟ ଚାଲିବ।

Advertisement
Odisha News: ନାଟମଣ୍ଡପର ମରାମତି କାମ ଆରମ୍ଭ, ୧୯ ସୁଦ୍ଧା ସାରିବାକୁ ନିଷ୍ପତ୍ତି
Zee Odisha Desk|Updated: Feb 23, 2024, 06:32 PM IST
Share

Odisha News: ପୁରୀ: ଆଜି ଠାରୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଲୁହାଭାରା କଢ଼ାଯାଇ ଷ୍ଟେଜିଙ୍ଗ ବା ମଞ୍ଚ କରାଯାଇଛି। ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ ୧୨୦ ଦିନ ମଧ୍ୟରେ କାର୍ଯ୍ୟ ସାରିବାକୁ ଥିବା ବେଳେ ଏହି କାମକୁ ମାର୍ଚ୍ଚ ୧୯ ସୁଦ୍ଧା ବିମର ଫାଟ ମରାମତି କରି ଷ୍ଟେନଲେସ ବିମ ଲଗାଯିବା ନେଇ ଲକ୍ଷ ରଖାଯାଇଛି ବୋଲି କହିଛନ୍ତି ଏଏସଆଇ ଅଧିକାରୀ। ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନୀତି ସଅଳ ସହ ମରାମତି କିଭଳି ଉତ୍ତମ ସମ୍ମନୟରେ ହେବ ସେ ନେଇ ଆଜି ଭୋର ୩.୧୪ରୁ ଦ୍ୱାର ଫିଟା ଓ ଦିନ ଗୋଟାଏ ସୁଦ୍ଧା ମଧ୍ୟାହ୍ନ ଧୂପ ଶେଷ କରାଯାଇ ନାଟ ମଣ୍ଡପ ବିମ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି।

ଏହି ମରାମତି କାମ ମାର୍ଚ୍ଚ ୧୯ତାରିଖ ମଧ୍ୟରେ ମରାମତି କାର୍ଯ୍ୟ ଶେଷ କରିବା ଲାଗି ଲକ୍ଷ ରଖାଯାଇଛି। ଅପରାହ୍ନ ଗୋଟାଏରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମରାମତି କାର୍ଯ୍ୟ ଶେଷ ହେବ। ପୂର୍ବରୁ ନାଟ ମଣ୍ଡପ ଉପରି ଭାଗରେ ୧୦ରୁ ଊର୍ଦ୍ଧ୍ୱ ପକେଟର ମରାମତି କରାଯାଇଥିଲା। ନାଟ ମଣ୍ଡପ ଓ ଜଗମୋହନ ସଂଯୋଗ ସ୍ଥଳରେ ଯେଉଁ ପାଣି ଲିକେଜ ରହିଥିଲା ତାହାକୁ ସଫା କରି ମରାମତି କରାଯାଇଛି। ସେହିପରି ଗରୁଡ଼ ସ୍ତମ୍ଭର ପୂର୍ବ ପଟେ ନାଟ ମଣ୍ଡପରେ କ୍ୟାପିଟାଲ ବିମର ଫାଟକୁ ଅନୁଧ୍ୟାନ କରାଯାଇଛି ସେଥରେ ଷ୍ଟିଲ ବିମ ସପୋର୍ଟ ପାଇଁ ସ୍ୱତନ୍ତ୍ର ଡିଜାଇନ କରାଯାଇଛି। ସିଂହ ଦ୍ୱାର ଗୁମୁଟରେ ଯେଭଳି ଷ୍ଟିଲ ବିମ ଲଗାଇଛି ସେହି ଆଧାରରେ ନାଟ ମଣ୍ଡପ ବିମର ମରାମତି କରାଯିବ। ଶ୍ରୀମନ୍ଦିର ବୈଷୟିକ କୋରକମିଟି ଓ ଏଏସଆଇର ବୈଷୟିକ ଯନ୍ତ୍ରୀଙ୍କ ଉପସ୍ଥିତରେ ଏହି ମରାମତି କାମ କରାଯାଉଛି। ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ୧୨୦ଦିନ ଭିତରେ ନାଟ ମଣ୍ଡପର ମରାମତି କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ରହିଥିଲା। ନଭେମ୍ବର ୧୬ରୁ ଆରମ୍ଭ ହୋଇଥିଲା ନାଟ ମଣ୍ଡପ ମରାମତି ଓ ସରକ୍ଷଣ କାର୍ଯ୍ୟ। ତେବେ କାର୍ତ୍ତିକ ମାସ ନୀତି ଓ ଦୈନନ୍ଦିନ ଭକ୍ତଙ୍କ ଭିଡ଼ ଯୋଗୁ ମରାମତି କାର୍ଯ୍ୟରେ ବାଧାସୃଷ୍ଟି ହୋଇଥିଲା। 

ତେଣୁ କାର୍ଯ୍ୟର ତ୍ୱରିତ ପାଇଁ ଛତିଶା ନିଯୋଗ ବୈଠକରେ ନୀତି ସଅଳ ଓ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯାଇଛି। ତେବେ ଆଜି ଠାରୁ ମରାମତି କାର୍ଯ୍ୟ କରାଯାଇଛି ସେଥିଲାଗି ନୀତିକାନ୍ତି ସଠିକ ସମୟରେ କରିବା ଲାଗି ଲକ୍ଷ ରଖାଯାଇଛି। ଗତକାଲି ରାତ୍ର ୧.୨୫ରେ ପହୁଡ଼ କରାଯାଇ ଆଜି ଭୋର ୩ଟା୧୪ରେ ଦ୍ୱାର ଫିଟାଯାଇ ୪ଟା ୨୫ରେ ଭିତର ଶୋଧ, ୪.୩୦ରେ ମଙ୍ଗଳ ଆଳତୀ, ଶେଷ ହୋଇ ବିଭିନ୍ନ ନୀତିକାନ୍ତି ବଢି ଦ୍ଵିତୀୟ ଭୋଗ ମଣ୍ଡପ ଶେଷ ହେବ ପରେ ଏଏସଆଇକୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ତେବେ ଵିମ ଗୁଡିକର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ନାଟ ମଣ୍ଡପ ମରାମତି ଲାଗି ଶ୍ରୀମନ୍ଦିରରେ ନୀତିକାନ୍ତି ସଠିକ ସମୟରେ କରାଯାଇଛି।

ତେବେ ମରାମତି ଆରମ୍ଭ ସମୟରେ ଗରୁଡ଼ ସ୍ତମ୍ଭ ଠାରୁ ବାହାର କାଠ ପର୍ଯ୍ୟନ୍ତ ଭକ୍ତଙ୍କ ପ୍ରବେଶ ନିଷେଧ ରହିବ। କିନ୍ତୁ ଭକ୍ତ ମାନେ ସାତ ପାହାଞ୍ଚ, ଗାରଦ, ଘଣ୍ଟି ଦ୍ୱାର ଓ ଜୟ ବିଜୟ ଦ୍ୱାର ଦେଇ ଦର୍ଶନ କରି ପଣ୍ଡା ଦ୍ୱାର ଏବଂ ବେହେରଣ ଦ୍ୱାର ଦେଇ ଭକ୍ତ ପ୍ରସ୍ତାନ କରିବେ । ମାର୍ଚ୍ଚ ୧୯ପର୍ଯ୍ୟନ୍ତ ଏହିଭଳି ଦର୍ଶନ ବ୍ୟବସ୍ଥା ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମରାମତିକୁ ନେଇ ସେବାୟତ ଓ ଶ୍ରୀ ମନ୍ଦିର ପ୍ରଶାସନ ମଧ୍ୟ ରେ କିଭଳି ସମନ୍ୱୟ ରହିବ କହିଛନ୍ତି ବରିଷ୍ଠ ସେବାୟତ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହ ମରାମତି କାର୍ଯ୍ୟ କରିବା ନେଇ ଛତିଶା ନିଯୋଗ ବୈଠକ ର ନିଷ୍ପତି ନିଆଯାଇଥିଲା।

ନିଷ୍ପତି ଅନୁସାରେ ଦିନ ଗୋଟାଏରେ ଏ ଏସଆଇର ସ୍ୱତନ୍ତ୍ର ଟିମ ନାଟମଣ୍ଡପ ମରାମତି ଲାଗି ପ୍ରସ୍ତୁତି ଆରମ୍ଭ କରିଥିଲେ। ଆଜି ପ୍ରଥମ ପର୍ଯ୍ୟୟରେ ନାଟ ମଣ୍ଡପ ନିକଟରେ ଷ୍ଟେଜ ବନ୍ଧା ଯିବ। ଏହା ଉପରେ କାରିଗର ମାନେ ଠିଆ ହୋଇ ମରାମତି କରିବେ। ସ୍ୱତନ୍ତ୍ର ଡିଜାଇନ ଦ୍ୱାରା ପ୍ରସ୍ତୁତ ଷ୍ଟିଲ ବିମ ଲଗାଯିବ। ଦ୍ୱିତୀୟ ଭୋଗ ମଣ୍ଡପ ପରେ ଵିମ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ସନ୍ଧ୍ୟା ୭ଟାପର୍ଯ୍ୟନ୍ତ ଦୈନିକ ମରାମତି କାର୍ଯ୍ୟ ଚାଲିବ।

Read More
{}{}