Hindi News >>Home >>Odisha State

Puri Srimandir: ଆଜି ଜଗା ଦର୍ଶନ ପାଇଁ ପୁରୀ ଯାଉଛନ୍ତି କି? ଜାଣି ରଖନ୍ତୁ ଏହି ସବୁ ନିୟମ

Puri Srimandir: ବିଦାୟ ନେଇଛି ପୁରୁଣା ବର୍ଷ ( new year 2024)। ନୂଆ ଆଶା ଓ ଉଦ୍ଦୀପନା ନେଇ ଆସୁଛି ନୂତନ ବର୍ଷ । ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଲାଗିଛି ଖଚାଖଚ୍ ଭିଡ଼। ନୂଆବର୍ଷରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ କିଛି ନୂଆ ନିୟମ ଲାଗୁ କରାଯାଇଛି। 

Advertisement
Puri Srimandir: ଆଜି ଜଗା ଦର୍ଶନ ପାଇଁ ପୁରୀ ଯାଉଛନ୍ତି କି? ଜାଣି ରଖନ୍ତୁ ଏହି ସବୁ ନିୟମ
Zee Odisha Desk|Updated: Jan 01, 2024, 09:36 AM IST
Share

Puri Srimandir: ବିଦାୟ ନେଇଛି ପୁରୁଣା ବର୍ଷ ( new year 2024)। ନୂଆ ଆଶା ଓ ଉଦ୍ଦୀପନା ନେଇ ଆସୁଛି ନୂତନ ବର୍ଷ । ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଲାଗିଛି ଖଚାଖଚ୍ ଭିଡ଼। ଲୋକାରଣ୍ୟ ହୋଇପଡି଼ଛି ଶ୍ରୀମନ୍ଦିର । ଚକାଡୋଳାର ଟିକେ ଦର୍ଶନ ପାଇବା ପାଇଁ ଭକ୍ତଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ରାତି ଗୋଟାଏରୁ  ପହଡ଼ ଖୋଲାଯାଇଛି । ଧାଡି଼ରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ସେହିପରି ନୂଆବର୍ଷରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ  କିଛି ନୂଆ ନିୟମ ଲାଗୁ କରାଯାଇଛି। ଶାଳୀନତା ପୂର୍ଣ୍ଣ ପୋଷାକ ଉପରେ ଗୁରୁତ୍ବ ଦିଆଯାଇଛି। ଆଜିଠାରୁ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ବାଧ୍ୟତାମୂଳକ କରାଯାଇଛି ।  

ALSO READ: Today Horoscope: ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ବର୍ଷର ପ୍ରଥମ ଦିନ?

ସେହିପରି, ଆଜିଠାରୁ ଶ୍ରୀମନ୍ଦିରରେ ପାନଗୁଟଖା ଉପରେ କଟକଣା ଲଗାଯାଇଛି। ପାନଗୁଟଖାକୁ ବ୍ଯାନ୍ କରିଛି ଶ୍ରୀମନ୍ଦିର ପ୍ରଶାସନ (Puri Temple Administration) । ବରାହ ପୁରାଣ ଆଧାରରେ କରାଯାଇଛି କଟକଣା। ଶ୍ରୀମନ୍ଦିର ଭିତରେ କେହି ପାନଗୁଟଖା ଖାଇବେ ନାହିଁ କି ଛାପ ପକାଇ ପାରିବେ ନାହିଁ।  ମନ୍ଦିର ଭିତରେ ସେବାୟତ, ପୋଲିସ, ଭକ୍ତ ଆଦି କେହି ପାନଗୁଟଖା ଖାଇପାରିବେ ନାହିଁ। କି ପାନ ଗୁଟୁଖା ଖାଇ ମନ୍ଦିରକୁ ଯାଇପାରିବେ ନାହିଁ।  ଶ୍ରୀମନ୍ଦିରରେ (Srimandir) ପାନଗୁଟଖା ଉପରେ ପୂର୍ବରୁ ପାଞ୍ଚଶହ ଟଙ୍କା ଜୋରିମାନା କରାଯାଇଥିଲେ ମଧ୍ୟ ବ୍ଯବସ୍ଥା ଗତ ତୃଟି ଯୋଗୁଁ ସଠିକ ଭାବେ କାର୍ଯ୍ଯକାରୀ ହୋଇପାରିନଥିଲା। ତେବେ ଏହା କୌଣସି କଟକଣା ନୁହେଁ ମହାପ୍ରଭୁଙ୍କ ଆଦେଶ ବୋଲି ମାନିବା ଦରକାର ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। 

ଅନ୍ୟପଟେ, ଭକ୍ତଙ୍କ ପାଇଁ ଆଜିଠାରୁ ଏ-ସି ଟନେଲର ବ୍ୟବସ୍ଥା ଆରମ୍ଭ ହୋଉଛି। ଭକ୍ତମାନଙ୍କୁ ଖରାରେ ଘଣ୍ଟା ଘଣ୍ଟା ଧରି ଧାଡି଼ରେ ଅପେକ୍ଷା କରିବାକୁ ପଡିବନି।  କି ଆଉ ଗରମରେ ଛଟପଟ ହେବାକୁ ପଡିବନି। ଆଜି-ଠାରୁ ଏସି ଟନେଲ ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବେ ଭକ୍ତ। ତେବେ, ସେଣ୍ଟ୍ରାଲ ଏସି ଯୁକ୍ତ ଟନେଲରେ ୧୨ଟି ଧାଡିରୁ ଦୁଇଟି ଧାଡି ଦିବ୍ଯାଙ୍ଗ, ବରିଷ୍ଠ ନାଗରିକ ଓ ମହିଳାଙ୍କ ପାଇଁ ରଖାଯାଇଛି। ଦୁଇଟି ଧାଡି ଜରୁରୀ କାଳିନ ସେବା ନିମନ୍ତେ ରିଜର୍ଭ ରଖାଯାଇଛି। 

Read More
{}{}