Hindi News >>Home >>Odisha State

Train Service: ଏହି ଦିନ ଗଡି଼ବ ପୁରୀ-ଅଯୋଧ୍ୟା ଯାତ୍ରୀବାହୀ ଟ୍ରେନ୍, ଜାଣନ୍ତୁ ସପ୍ତାହରେ କେତେ ଦିନ ମିଳିବ ସେବା ?

Train Service: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟରୁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍  (Vande Bharat Express) ଖୁବଶିଘ୍ର ଚାଲିବାକୁ ଯାଉଛି। ପୁରୀରୁ ସିଧା ସଳଖ ଅଯୋଧ୍ୟାକୁ ଏକ ନୂଆ ଯାତ୍ରୀବାହୀ ଟ୍ରେନ୍ ଗଡି଼ବ। ଆସନ୍ତା ୧୨ ତାରିଖରେ ଏହି ଟ୍ରେନଟି ଉଦଘାଟନ ହେବାକୁ କାର୍ଯ୍ୟକ୍ରମ ରହିଛି ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି।  

Advertisement
Train Service: ଏହି ଦିନ ଗଡି଼ବ ପୁରୀ-ଅଯୋଧ୍ୟା ଯାତ୍ରୀବାହୀ ଟ୍ରେନ୍, ଜାଣନ୍ତୁ ସପ୍ତାହରେ କେତେ ଦିନ ମିଳିବ ସେବା ?
Zee Odisha Desk|Updated: Mar 10, 2024, 06:03 AM IST
Share

Train Service: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟରୁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍  (Vande Bharat Express) ଖୁବଶିଘ୍ର ଚାଲିବାକୁ ଯାଉଛି। ପୁରୀରୁ ସିଧା ସଳଖ ଅଯୋଧ୍ୟାକୁ ଏକ ନୂଆ ଯାତ୍ରୀବାହୀ ଟ୍ରେନ୍ ଗଡି଼ବ। ଆସନ୍ତା ୧୨ ତାରିଖରେ ଏହି ଟ୍ରେନଟି ଉଦଘାଟନ ହେବାକୁ କାର୍ଯ୍ୟକ୍ରମ ରହିଛି ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି।  ଏହି ଟ୍ରେନ୍ ରେ ରାଜ୍ୟବାସୀ ଜଗନ୍ନାଥଧାମରୁ ରାମଲାଲାଙ୍କ ପାଖକୁ ଯାଇ ଦର୍ଶନ କରିବେ। ଏଥିସହ ପର୍ଯ୍ୟଟନ କ୍ଷେତ୍ରକୁ ରେଳ ମାଧ୍ୟମରେ ଯୋଡିବାରେ ଓଡି଼ଶା ଆଉ ପାଦେ ଆଗକୁ ବଢିବ। 

ALSO READ: Shani Grah Gochar 2024: ନକ୍ଷେତ୍ର ପରିବର୍ତ୍ତନ କରିବେ ଶନି, ଧନବାନ୍ ହେବେ ଏହି ୪ ରାଶି

ସୂଚନା ଯୋଗ୍ୟଯେ, ମାର୍ଚ୍ଚ ୧୨ରେ ପୁରୀ ଅଯୋଧ୍ୟା ଯାତ୍ରୀବାହୀ ଟ୍ରେନ୍ ସହ ପୁରୀ ବିଶାଖାପାଟଣା ବନ୍ଦେ ଭାରତ ଟ୍ରେନର ମଧ୍ୟ ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ୨ଟି ଟ୍ରେନର ଶୁଭାରମ୍ଭ କରିବେ। ବନ୍ଦେ ଭାରତ ଟ୍ରେନଟି ପୁରୀରୁ ବାହାରି ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ୍ ଦେଇ ବିଶାଖାପାଟଣାରେ ପହଂଚିବ।   ଏହି ଟ୍ରେନଟି ଶନିବାରକୁ ଛାଡି ବାକି ୬ ଦିନ ଚାଲିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। 

ସେହିପରି, ଆସନ୍ତା ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ( pm narendra modi) ଭିଡିଓ କନଫରେସିଂ ଯୋଗେ ଭୁବନେଶ୍ବର-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସର (Bhubaneswar To Vishakapatnam Vande Bharat Express) ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ, ୮ କୋଚ୍ ବିଶିଷ୍ଟ ଏହି ଟ୍ରେନ୍ ଟି ସୋମବାର ବ୍ୟତିତ ଅନ୍ୟ ଦିନରେ ଚଳାଚଳ କରିବ। ଏହି ଟ୍ରେନର ସମୟ ସାରଣୀ ଚୂଡାନ୍ତ ହୋଇ ନ ଥିଲେ ସୁଧା  ଏହା ଭୁବନେଶ୍ବର, ଖୋର୍ଦ୍ଧା ରୋଡ୍, ବିଜୟନଗରମ୍, ବିଶାଖାପାଟଣାରେ ରହଣୀ କରିବ।  ଯାତ୍ରା ସମୟରେ ଟ୍ରେନର ବେଗ ଘଣ୍ଟାପ୍ରତି ୭୭ କିମି ରହିବ ବୋଲି କୁହାଯାଇଛି। 

 

 

Read More
{}{}