Home >>Odisha State

ED Raid: ପ୍ରମିଳାଙ୍କ ଭାଇ ଘରେ ଘାଣ୍ଟୁଛି ED, ୨୩୧ କୋଟି ଠକେଇ ଅଭିଯୋଗରେ ରେଡ୍

ED Raid: ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ରେଡ୍‌ କରାଯାଇଛି। ପ୍ରମିଳାଙ୍କ ଭାଇ ହେଉଛନ୍ତି କ୍ଷୀରୋଦ ମଲ୍ଲିକ। କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡିର ରେଡ୍ ଜାରି ରହିଛି। 

Advertisement
ED Raid: ପ୍ରମିଳାଙ୍କ ଭାଇ ଘରେ ଘାଣ୍ଟୁଛି ED, ୨୩୧ କୋଟି ଠକେଇ ଅଭିଯୋଗରେ ରେଡ୍
Narmada Behera|Updated: Dec 18, 2024, 10:39 AM IST
Share

ED Raid: ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ରେଡ୍‌ କରାଯାଇଛି। ପ୍ରମିଳାଙ୍କ ଭାଇ ହେଉଛନ୍ତି କ୍ଷୀରୋଦ ମଲ୍ଲିକ। କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡିର ରେଡ୍ ଜାରି ରହିଛି। ବିଶ୍ବ ଏନଜିଓର ଫାଉଣ୍ଡର ହେଉଛନ୍ତି ପ୍ରମିଳା ମଲ୍ଲିକଙ୍କ ଭାଇ । ମିଳିଥିବା ସୂଚନା ଅନୁସାରେ, ୨୩୧ କୋଟି ଠକେଇ ଅଭିଯୋଗରେ ଇଡିର ଏହି ରେଡ୍ ହୋଇଛି।  ସମ୍ବଲପୁର ଓ ଦିଲ୍ଲୀରେ ରେଡ୍‌ ଇଡି ରେଡ୍ କରିଥିବା ଜଣାପଡିଛି। 

ALSO READ: Gold Rate Today: ଲଗାତର ତୃତୀୟ ଦିନରେ ସୁନା ଦରରେ ହ୍ରାସ, ୫୮ ହଜାର ତଳକୁ ଖସିଲା ରେଟ୍!

ALSO READ: Shani Budh Yuti 2024: ୨୦୨୫-ଜାନୁଆରୀ ୧ ରୁ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ଚାକିରି ଓ ବ୍ୟବସାୟରେ ପାଇବେ ସଫଳତା

ଆଜି ସକାଳୁ କ୍ଷୀରୋଦ ମଲ୍ଲିକଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ସମ୍ବଲପୁରର ତିନିଟି ସ୍ଥାନରେ ଇଡି ଚଢ଼ାଉ କରୁଛି। ଗତ ୨୦୨୪ ନିର୍ବାଚନରେ କ୍ଷୀରୋଦ ମଲ୍ଲିକ ଏହି ସବୁ ଟଙ୍କା ଲଗାଇଥିବା ନେଇ ଅଭିଯୋଗ ଆସିଥିଲା ଏନେଇ ଦିଲ୍ଲୀ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ସୂଚନା ଦିଆଯାଇଛି। ବିଶ୍ବ ଏନଜିଓର ପ୍ରତିଷ୍ଠାତା ଏବଂ ବିଶ୍ବ ଦରବାର ଯାତ୍ରାର ମାଲିକ ହେଉଛନ୍ତି ମୃତ କ୍ଷୀରୋଦ ମଲ୍ଲିକ। ସେ ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରି ନଥିବା କୁହାଯାଉଛି। ନୂଆଦିଲ୍ଲୀର ଗୋଟିଏ ସ୍ଥାନରେ ବି ଇଡି ଚଢ଼ାଉ କରୁଛି।

 

Read More
{}{}