Hindi News >>Home >>Odisha State

President Odisha Visit: ଆଜି ଓଡ଼ିଶା ଆସୁଛନ୍ତି ମ୍ୟାଡାମ୍ ପ୍ରେସିଡେଣ୍ଟ, ଜାଣନ୍ତୁ କ'ଣ ରହିଛି ଆଜିର କାର୍ଯ୍ୟସୂଚୀ?

President Odisha Visit: ଆଜିଠାରୁ ଚାରି ଦିନିଆ ଓଡି଼ଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Droupadi Murmu Odisha Visit)।  ସେ ମୟୂରଭଂଜ, କେନ୍ଦୁଝର, ଖୋର୍ଦ୍ଧା, କଟକ, ଗଂଜାମ ଓ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
ସୌଜନ୍ୟ- ସୋସିଆଲ ମିଡି଼ଆ
Zee Odisha Desk|Updated: Feb 28, 2024, 06:51 AM IST
Share

President Odisha Visit: ଆଜିଠାରୁ ଚାରି ଦିନିଆ ଓଡି଼ଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Droupadi Murmu Odisha Visit)।  ସେ ମୟୂରଭଂଜ, କେନ୍ଦୁଝର, ଖୋର୍ଦ୍ଧା, କଟକ, ଗଂଜାମ ଓ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୨ ତାରିଖରୁ ଝାରସୁଗୁଡାରୁ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ରାଷ୍ଟ୍ରପତି ତୃତୀୟ ଥର ପାଇଁ ନିଜ ଜନ୍ମମାଟି ମୟୂରଭଂଜ ଜିଲ୍ଲକୁ ଆସୁଛନ୍ତି। ରାଷ୍ଟ୍ରପତି ବାୟୁସେନାକର ଏକ ସ୍ବତନ୍ତ୍ର ବିମାନ ଯୋଗେ  ନୂଆଦିଲ୍ଲୀରୁ ଝାଡଖଣ୍ତର ରାଞ୍ଚି ବିମାନ ବନ୍ଦରରେ ପହଂଚି ସେଠାରୁ ବାୟୁସେନାର ସ୍ବତନ୍ତ୍ର ହେଲିକ୍ୟାପ୍ଟର ଯୋଗେ  ଆସି ଅପରାହ୍ନ ୨ଟା ୩୦ ମିନିଟ୍ ସମୟରେ ଖିଚିଂ ନିକଟ ପାଣ୍ତରଶିଳ ଗାଁରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍ ରେ ପହଚିଂବେ। ସେଠାରୁ ପ୍ରଥମେ ଖିଚିଂ ମନ୍ଦିର ଆସିବେ। 

୨ଟା ୪୦ରୁ ୩ଟା ୪୫ ପର୍ଯ୍ୟନ୍ତ ମାଙ୍କ ଦର୍ଶନ ସହ ଆଳତି କାର୍ଯ୍ୟକ୍ରମ ଥିବା ବେଳେ ପ୍ରସାଦ ସେବନ ମଧ୍ୟ ଅଛି। ପରେ ରାଇରଙ୍ଗପୁର ଆସିବେ। ହେଲିକପ୍ଟର ଯୋଗେ ରାଇରଙ୍ଗପୁର ଦାଣ୍ତବୋଷ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ। ସେଠାରୁ କଡାସୁରକ୍ଷା ବଳୟ ମଧ୍ୟରେ ସ୍ବତନ୍ତ୍ର ବେରିକେଡରେ ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟ ପାଶ୍ବରେ ହେବାକୁ ଥିବା ହଲିଡେ ହୋମର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଭର୍ଚ୍ଚୁଆଲ୍ ମୋଡରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ରାଇରଙ୍ଗପୁରରେ ୨୨୦ ନଂ ଜାତୀୟ ରାଜପଥ ଉପରେ ଦୁଇଲେନ୍ ବିଶିଷ୍ଟ ବାଇପାସ୍ ରୋଡ଼ ନିର୍ମାଣ , ରାଇରଙ୍ଗପୁରରୁ  ଯଶୀପୁର ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥ  ପ୍ରଶସ୍ତିକରଣ, ବାଇଦାପୋଷି ସ୍ଥିତ ସ୍ପୋର୍ଟ କମ୍ପ୍ଲକ୍ସ,  ଓ ଆଦିବାସୀ ରିସର୍ଚ୍ଚ ସେଣ୍ଟରର ଶିଳାନ୍ୟାସ  ଏବଂ ବଡସାହି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଉଦଘାଟନ ଭର୍ଚ୍ଚୁଆଲ୍ ମୋଡରେ କରିବେ ବୋଲି ଜଣାପଡି଼ଛି। 

ପରେ ସେଠାରୁ ରାଇରଙ୍ଗପୁର ସ୍ଥିତ ମହୁଲଡିହା ସ୍ଥିତ ନିଜ ବାସଭବନରେ ପହଂଚି ନିଜ ସମ୍ପର୍କୀୟ ଓ ସ୍ଥାନୀୟ ଲୋକଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ନିଜ ଘରେ ରାତ୍ରି ଭୋଜନ କରିବା ସହ ବିଶ୍ରାମ ନେବେ।  ପରଦିନ ସେ କେନ୍ଦୁଝର ଗସ୍ତ କରିବେ। ରଇସୁଆଁ ହେଲିପ୍ୟାଡରେ ପଂହଚି କଦଳିବାଡି ଗାଁରେ ଆଦିବାସୀଙ୍କୁ ଭେଟିବେ। ସର୍କିଟ୍ ହାଉସରେ ଭୋଜନ କରି ଧରଣୀଧର  ବିଶ୍ବ ବିଦ୍ୟାଳୟ ଠାରେ ଜାତୀୟ ସେମିନାର ଉଦଘାଟନ କରିବେ। ପରେ ଅପରାହ୍ନରେ କେନ୍ଦୁଝରରୁ ଭୁବନେଶ୍ବର ଯିବେ। ଏବଂ ଉତ୍କଳ ବିଶ୍ବ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାଜଭବନରେ ରାତ୍ରି ଯାପନ କରି  ମାର୍ଚ୍ଚ ୧ ତାରିଖରେ ବ୍ରହ୍ମପୁର ଯିବେ। ବ୍ରହ୍ମପୁର ବିଶ୍ବ ବିଦ୍ୟାଳ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। 

ବ୍ରହ୍ମପୁରରୁ ଭୁବନେଶ୍ବର ଆସି ରାଜଭବନରେ ମଧ୍ୟାହ୍ନ ଭୋଜନ କରିବେ।  ଏବଂ କଟକ ଇନଡୋର ଷ୍ଟାଡିୟମକୁ ଯିବେ। ବ୍ରହ୍ମକୁମାରୀଙ୍କ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇ ରାଜଭବନ ଫେରିବେ। ଓ ରାତ୍ରୀ ଯାପନ କରିବେ। ମାର୍ଚ୍ଚ ୨ରେ ରାଷ୍ଟ୍ରପତିଙ୍କ ସମ୍ବଲପୁର ଗସ୍ତ ରହିଛି।   ଭୁବନେଶ୍ବରରୁ ଝାରସୁଗୁଡା,  ବିମାନରେ ଯାଇ ହେଲିକେପ୍ଟରରୁ ସେଠାରୁ ରେଢାଖୋଲ ବ୍ଲକ କଦଳିଗଡ ହାଇସ୍କୁଲ ପଡିଆରେ ଓହ୍ଲାଇବେ। ସେଠାରେ ସନ୍ଥକବି ଭୀମ ଭୋଇଙ୍କୁ ଶ୍ରଦ୍ଧାଞ୍ଚଳୀ ଦେବେ। ଭୀମ ଭୋଇଙ୍କ ଆଶ୍ରମ ମଧ୍ୟ ପରିଦର୍ଶନ କରିବେ।  ଅପରାହ୍ନରେ ସେହି ଦିନ ଝାରସୁଗୁଡାରୁ ଦିଲ୍ଲୀ ଫେରିଯିବେ।

 

 

Read More
{}{}