Hindi News >>Home >>Odisha State

Odisha News: ରଥଯାତ୍ରାରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ...

Odisha News: ଆଗକୁ ଆସୁଛି ରଥଯାତ୍ରା। ଏନେଇ ଉତ୍ସବମୁଖର ସାରା ରାଜ୍ୟ। ଚଳିତ ବର୍ଷ ବିରଳଯୋଗର ଅନୁଷ୍ଠିତ ହେବାକୁ ଯାଉଛି ଶ୍ରୀଗୁଣ୍ତିଚା। ଏଥର ରଥଯାତ୍ରାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଯୋଗଦେବେ ବୋଲି ସୂଚନା ମିଳିଛି।  

Advertisement
Odisha News: ରଥଯାତ୍ରାରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ...
Narmada Behera|Updated: Jun 26, 2024, 08:05 AM IST
Share

Odisha News: ଆଗକୁ ଆସୁଛି ରଥଯାତ୍ରା। ଏନେଇ ଉତ୍ସବମୁଖର ସାରା ରାଜ୍ୟ। ଚଳିତ ବର୍ଷ ବିରଳଯୋଗର ଅନୁଷ୍ଠିତ ହେବାକୁ ଯାଉଛି ଶ୍ରୀଗୁଣ୍ତିଚା। ଏଥର ରଥଯାତ୍ରାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଯୋଗଦେବେ ବୋଲି ସୂଚନା ମିଳିଛି।  ରାଷ୍ଟ୍ରପତିଙ୍କ ବ୍ୟତିତ  ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ, ଅନ୍ୟକେନ୍ଦ୍ରମନ୍ତ୍ରୀ ଓ ପ୍ରମୁଖ ବ୍ୟକ୍ତି ବିଶେଷ ସାମିଲ୍ ହେବେ।  ଏନେଇ ଜିଲ୍ଲାପ୍ରଶାସନ ଓ ପୋଲିସ୍ ନିକଟରେ ଖବର ପହଞ୍ଚିଛି। 

ଏହାକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଷ୍ଟ୍ରପତି ଓ ସ୍ବରାଷ୍ଟ୍ର-ମନ୍ତ୍ରୀ ୭ ତାରିଖରେ ପୁରୀରେ ପହଞ୍ଚିବେ। ଏବଂ ୮ ତାରିଖ ପର୍ଯ୍ୟନ୍ତ ରହିବେ। ୨ ଦିନ ଧରି ରାଷ୍ଟ୍ରପତି ପୁରୀରେ ରହିବେ ବୋଲି ଜଣାପଡିଛି। ପ୍ରତ୍ୟକ ପରି ଚଳିଚ ବର୍ଷ ମଧ୍ୟ ମୋହନ ଚରଣ ମାଝୀ  ଏବଂ ଅନ୍ୟମନ୍ତ୍ରୀମାନେ ସାମିଲ୍ ହେବେ। ସେପଟେ, ଜଣେ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସୂଚନା ମୁତାବକ, ଏପର୍ଯ୍ୟନ୍ତ  ରାଷ୍ଟ୍ରପତିଙ୍କ ଗସ୍ତ ସୂଚୀ ହସ୍ତଗତ ହୋଇନାହିଁ। ରାଷ୍ଟ୍ରପତିଙ୍କ ଗସ୍ତନେଇ ପୂର୍ବରୁ ସୂଚନା ମିଳିଥିଲା। ତେଣୁ ସେ ଆସିପାରନ୍ତି। 

Read More
{}{}