Home >>Odisha State

odisha news: ନିଯୁକ୍ତି ଦାବିରେ କେନ୍ଦୁଝରରେ ଧାରଣା

କେନ୍ଦୁଝର: ଜମିହରା କ୍ଷତିଗ୍ରସ୍ତୁଙ୍କୁ ରେଳ ସାଇଡିଙ୍ଗରେ ନିଯୁକ୍ତି ଦାବିରେ ଆଜି ପୁର୍ନଃବାର ଧାରଣାରେ ବସିଛନ୍ତି ଗୋହାଲଡିହି ଗ୍ରାମବାସୀ।ଓଡିଶା ମାନବାଧିକାର କମିଶନ ଙ୍କ ଆଦେଶ କୁ ଜିଲ୍ଲା ପ୍ରଶାସନ ପାଳନ ନକରି ଏହି ବିବାଦ ସମାଧାନ କରୁନଥିବାରୁ ଜନସାଧାରଣ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଫଳରେ ଆଜି କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ

Advertisement
odisha news: ନିଯୁକ୍ତି ଦାବିରେ କେନ୍ଦୁଝରରେ ଧାରଣା
Abhaya mohanty|Updated: Apr 16, 2025, 12:51 PM IST
Share

odisha news:କେନ୍ଦୁଝର: ଜମିହରା କ୍ଷତିଗ୍ରସ୍ତୁଙ୍କୁ ରେଳ ସାଇଡିଙ୍ଗରେ ନିଯୁକ୍ତି ଦାବିରେ ଆଜି ପୁର୍ନଃବାର ଧାରଣାରେ ବସିଛନ୍ତି ଗୋହାଲଡିହି ଗ୍ରାମବାସୀ।ଓଡିଶା ମାନବାଧିକାର କମିଶନ ଙ୍କ ଆଦେଶ କୁ ଜିଲ୍ଲା ପ୍ରଶାସନ ପାଳନ ନକରି ଏହି ବିବାଦ ସମାଧାନ କରୁନଥିବାରୁ ଜନସାଧାରଣ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଫଳରେ ଆଜି କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଗୋହାଲଡିହି ଗ୍ରାମର ୨୫୦ରୁ ଉର୍ଦ୍ଧ ଜମିହରା କ୍ଷତିଗ୍ରସ୍ତ ନିଯୁକ୍ତି ଦାବିରେ ରେଳସାଇଡିଙ୍ଗ ପ୍ରବେଶ ପଥରେ ଧାରଣାରେ ବସିଛନ୍ତି।

ଦୁଇ ତାରିଖ ରେଳ ସାଇଡିଙ୍ଗକୁ ମାଲ ପରିବୋହନ କରୁଥିବା ଭାରୀଯାନ ଗୁଡିକୁ ଅଟକାଇଥିଲେ।ପୋଲିସ ପ୍ରଶାସନ ପହଞ୍ଚି ଏହାର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ। ମାତ୍ର ୧୫ଦିନ ମଧ୍ୟରେ କୈାଣସି ସମାଧାନ ହୋଇନାହିଁ।ଏଣୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।ମା''ଭରାଳିପାଟ ସଂଗଠନ ବଡବିଲ ଜେ ଏସ ଡବ୍ଲୁ ଖଣିରୁ ରେଳ ସାଇଡିଙ୍ଗ କୁ ମାଲ୍ ପରିବୋହନ କରୁଛି।ତେବେ ପୂ୍ର୍ବ ସରକାର ସମୟରୁ ଦୀର୍ଘ ୫ବର୍ଷ ହେଲାଣି ଗୋହାଲଡିହି ରେଲୱେ ସାଇଡିଙ୍ଗ କଲ୍ୟାଣ ପରିଷଦ ଲୋକମାନଙ୍କୁ ନିଯୁକ୍ତି ଦେବାକୁ ଦାବି କରି ଆସୁଛି।ମାତ୍ର ରାଜନୈତିକ ଚାପରେ ଜିଲ୍ଲା ପ୍ରଶାସନ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି।

ଜମି ଚାଲିଯିଵାରୁ ଲୋକମାନେ ଚାଷବାସ ଚାଲିଯ‍ାଇଛି,ଧୂଳିଧୂଆଁରେ ଗ୍ରାମବାସୀ ଅନିଶ୍ବାସୀ ହୋଇ ପଡିଛନ୍ତି।କୁଅ,ପୋଖରୀ ରେ ଏହା ପ୍ରବାହିତ ହେବା ଯୋଗୁଁ ଲୋକେ ଅଜଣା ରୋଗରେ ପଡି ମୃତ୍ୟୁ ମୁଖରେ ପଡୁଛନ୍ତି।ଭାରୀଯାନ ଗୁଡିକ ରେଲ ସାଇଡିଙ୍ଗ କୁ ମାଲ ପରିବୋହନ କରୁଥିବାରୁ ପଞ୍ଚାୟତ ପ୍ରବେଶ ରାସ୍ତା ମରଣଯନ୍ତା ପାଲଟିଛି।ଚାରିଆଡେ ଖାଲଖମା ଭର୍ତ୍ତୋ ହୋଇଥିବାରୁ ସାଇକେଲ ବାଇକ୍ ଧରି ଯିବା ଦୂରର କଥା ଚଲାପାଦ ବ୍ୟବହାର କରିବା କଷ୍ଟ କର ହୋଇପଡୁଛି।ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ୧୦୮ ଆମ୍ବୁଲ‍ନ୍ସ ରୋଗୀ ଙ୍କୁ ମେଡିକାଲ ନେବାକୁ ସମସ୍ୟାରେ ପଡୁଛି।ତୁରନ୍ତ ଜିଲ୍ଲା ପ୍ରଶାସନ ସମାଧାନ କରିବାକୁ ଦାବି କରିନ୍ତି।ନଚେତ ବିଶାଳ ଜନ ଆନ୍ଦୋଳନ ରେ ଲୋକେ ରାଜରାସ୍ତା କୁ ଓଲ୍ଲାଇବାକୁ ଚେତାବନୀ ଦେଇଛନ୍ତି।

Read More
{}{}