Hindi News >>Home >>Odisha State

Odisha News: ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡି଼ଲେ RI,ଆଉ ତା ପରେ...

Odisha News: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ସରକାରୀ।  ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ କେନ୍ଦୁଝର ଯୋଡ଼ା ବ୍ଲକ ବିଲେଇପଦାର ଆରଆଇ (RI) ପିର୍ ମହମ୍ମଦ ଖାଁ। ଏକ ସମ୍ପତ୍ତି ବିକା ମାମଲାର ରିପୋର୍ଟ ଦେବା ପାଇଁ ୨୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ମାଡି଼ ବସିଲା ଭିଜିଲାନ୍ସ ଟିମ୍ (vigilance)।

Advertisement
Odisha News: ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡି଼ଲେ RI,ଆଉ ତା ପରେ...
Zee Odisha Desk|Updated: Jan 06, 2024, 06:25 PM IST
Share

Odisha News: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ସରକାରୀ।  ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ କେନ୍ଦୁଝର ଯୋଡ଼ା ବ୍ଲକ ବିଲେଇପଦାର ଆରଆଇ (RI) ପିର୍ ମହମ୍ମଦ ଖାଁ। ଏକ ସମ୍ପତ୍ତି ବିକା ମାମଲାର ରିପୋର୍ଟ ଦେବା ପାଇଁ ୨୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ମାଡି଼ ବସିଲା ଭିଜିଲାନ୍ସ ଟିମ୍ (vigilance)।

ALSO READ : Puri News: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ କରିବା ପାଇଁ ଜାରି ହେଲା ଡେଡଲାଇନ୍

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍ ବିଲେଇପଦାର ରାଜସ୍ୱ ନିରୀକ୍ଷକ (Revenue Inspector) ପିର୍ ଖାନ ଏକ ଜମି ବିକ୍ରିର ରିପୋର୍ଟ ଦେବା ପାଇଁ ଦେଓଝର ଗାଁର ଦୁଗୁରାଜ ହେମ୍ବ୍ରମ୍ ଙ୍କୁ ୨୦ ହଜାର ଲାଂଚ ମାଗିଥିଲେ। ଲଂଚ ନ ଦେଲେ କାମ ହେବ ନାହିଁ ବୋଲି ରୋକଠୋକ୍ ମଧ୍ୟ  କହିଥିଲେ। ହେଲେ ଉପାୟ ଶୂନ୍ୟ ହୋଇ ଦୁଗୁରାଜ୍ ଭିଜିଲାନ୍ସ ଅଧିକାରୀଙ୍କ ଦ୍ବାରସ୍ତ ହୋଇଥିଲେ। 

ପୂର୍ବ ଯୋଜନା ମୁତାବକ ଆଜି ଆରଆଇ ପିର୍ ଖାନ ନିଜ କାର୍ଯ୍ୟାଳୟରେ ଦୁବୁରାଜଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା। ଲାଞ୍ଚ ନେଇ ଧରାପଡ଼ିବା ପରେ ଭିଜିଲାନ୍ସ ତାଙ୍କର ବଡ଼ବିଲ ତହସିଲ କଲୋନୀ ସ୍ଥିତ ସରକାରୀ ବାସଭବନ ଓ ତେଲକୋଇ ସ୍ଥିତ ପୈତୃକ ଘରେ ଚଢ଼ାଉ କରିଥିଲା। ଏବେବି ଚଢାଉ ଜାରି ରହିଛି। ତେବେ, ଏଠି ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଲାଂଚ ନେଇ ଧରାପଡିବା ପରେ, ସେ ଦୈଡି ପଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ମାଡି଼ ବସିଥିଲେ। 

Read More
{}{}