Home >>Odisha State

Odisha News: ଖୁସି ଖବର, ସାତକୋଶିଆକୁ ଆସିବେ ମହାବଳ

Odisha News: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ପୁଣି ଫେରିବ ମହାବଳ। ବାଘଙ୍କ ଗର୍ଜନରେ ପ୍ରକମ୍ପିତ ହେବ ଅନୁଗୁଳ, ନୟାଗଡ ,କଟକ ଓ ବୌଦ୍ଧ ଜିଲ୍ଲାକୁ ଲାଗି ରହିଥିବା ଜଙ୍ଗଲ। 

Advertisement
Odisha News: ଖୁସି ଖବର, ସାତକୋଶିଆକୁ ଆସିବେ ମହାବଳ
Narmada Behera|Updated: Aug 29, 2024, 09:32 AM IST
Share
Odisha News: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ପୁଣି ଫେରିବ ମହାବଳ। ବାଘଙ୍କ ଗର୍ଜନରେ ପ୍ରକମ୍ପିତ ହେବ ଅନୁଗୁଳ, ନୟାଗଡ ,କଟକ ଓ ବୌଦ୍ଧ ଜିଲ୍ଲାକୁ ଲାଗି ରହିଥିବା ଜଙ୍ଗଲ। କେନ୍ଦ୍ରୀୟ ଭାରତ ଲ୍ୟାଣ୍ତସ୍କେପ୍ ଅର୍ଥାତ୍ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଜଙ୍ଗଲରୁ ବାଘ, ବାଘୁଣୀ  ଆଣି ସାତକୋଶିଆରେ ଛାଡିବାକୁ ବନ ବିଭାଗ ଯୋଜନା ପ୍ରସ୍ତୁତ କରିଛି।  ଏନେଇ  ବନ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (NTCA) ଅନୁମୋଦନ କରିଛନ୍ତି।
 
 
 
ବନ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ,  ପୁଣି ଥରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିବାକୁ NTCA ଅନୁମୋଦନ ଦେଇଥିବା ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । ତେବେ ୫ ବର୍ଷରେ ପର୍ଯ୍ୟାୟ କ୍ରମେ ପ୍ରାୟ ୧୪ଟି ବାଘ ଓଡିଶା ଆସିବେ।ସ୍ଥାନୀୟ ବାସିନ୍ଦା ଓ ଜନ ପ୍ରତିନିଧିଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରାଯିବ । କୋର- ଏରିଆରୁ ସମସ୍ତ ଜନ ବସତି ଖାଲି କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।
Read More
{}{}