Home >>Odisha State

Singapore President Visit: ଆଜି ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି, ୮ଟି ବିଷୟରେ ନିବେଶ ପାଇ: ବୁଝାମଣା ସମ୍ଭାବନା

ଆସନ୍ତା ୨୮ ତାରିଖରୁ ରାଜ୍ୟରେ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି। ସରକାର ଗଠନ ପରେ ଏହା ପ୍ରଥମ ନିବେଶ ସମ୍ମିଳନୀ। ଏହି ପରିପ୍ରେକ୍ଷୀରେ ସିଙ୍ଗାପୁର ରାଷ୍ଟ୍ରପତି ଓ ପ୍ରତିନିଧି ମଣ୍ଡଳୀର ଗସ୍ତ ରାଜ୍ୟରେ ନିବେଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟିଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ସୃଷ୍ଟି କରିବ ବୋଲି ସମ୍ଭାବନା ପ୍ରକାଶ ପାଇଛି।

Advertisement
Singapore President Visit: ଆଜି ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି, ୮ଟି ବିଷୟରେ ନିବେଶ ପାଇ: ବୁଝାମଣା ସମ୍ଭାବନା
Prabhudatta Moharana|Updated: Jan 17, 2025, 07:23 AM IST
Share

Singapore President Visit:ଭୁବନେଶ୍ୱର: ଆଜି  ସିଙ୍ଗାପୁରର ରାଷ୍ଟ୍ରପତି ଥର୍ମନ ଶଣ୍ମୁଗରତ୍ନମ ଓଡ଼ିଶା ଆସୁଛନ୍ତି। ଓଡ଼ିଶାରେ ପୁଞ୍ଜି ନିବେଶ ଏବଂ ବିକାଶୋମ୍ନୁଳକ କାର୍ଯ୍ୟରେ ସିଙ୍ଗାପୁରର ସହଯୋଗ ଲାଗି ତାଙ୍କର ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଗ୍ରହଣ କରାଯାଉଛି। ଏହି ଦୁଇଦିନିଆ ଗସ୍ତ ସମୟରେ ରାଷ୍ଟ୍ରପତି ଥର୍ମନ୍‍ଙ୍କ ଉପସ୍ଥିତିରେ ୮ଟି ଚୁକ୍ତି ସ୍ୱାକ୍ଷର ହେବ। ଏଥିରେ ରହିଛି ଓଡ଼ିଶାରେ ଦକ୍ଷତା ବିକାଶ କେନ୍ଦ୍ର, ସେମି କଣ୍ଡକ୍ଟର ଦକ୍ଷତା ବିକାଶ, ଅକ୍ଷୟଶକ୍ତି ଗବେଷଣା, ଗ୍ରୀନ୍‍ ହାଇଡ୍ରୋଜେନ୍‍ କରିଡର, ଶିଳ୍ପ ପାର୍କ, ଭୁବନେଶ୍ୱରରେ ନୂତନ ସହର ନିର୍ମାଣ, ପେଟ୍ରୋଲିୟମ କ୍ଷେତ୍ରରେ ନିବେଶ ଏବଂ ଓଡ଼ିଶାର ଆର୍ଥିକ ପ୍ରଯୁକ୍ତିଗତ ପରିଚାଳନାକୁ ସୁଦୃଢ଼ୀକରଣ ନିମନ୍ତେ ପ୍ରକଳ୍ପ ବୁଝାମଣା। ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷର ହେବ। 

ଭାରତ-ସିଙ୍ଗାପୁର ମଧ୍ୟରେ କୂଟନୀତିକ ସମ୍ପର୍କ ସ୍ଥାପନର ୬୦ ବର୍ଷ ପୂର୍ତ୍ତି ଅବସରରେ ଶ୍ରୀ ଶଣ୍ମୁଗରତ୍ନମ୍‍ଙ୍କ ଓଡ଼ିଶା ଗସ୍ତ ଅନେକ ମହତ୍ତ୍ୱ ବହନ କରୁଛି। ଦୁପାକ୍ଷିକ ସମ୍ପର୍କ ଏକ ବ୍ୟବସାୟିକ ସମ୍ପର୍କରେ ପରିଣତ ହେବାକୁ ଯାଉଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ସିଙ୍ଗାପୁରଗସ୍ତରେ ମଧ୍ୟ ଅନେକ ବିଷୟରେ ଆଲୋଚନା ହୋଇଥିଲା। ଯାହାକୁ ସୁଫଳ ଦେବା ଲାଗି ରାଷ୍ଟ୍ରପତିଙ୍କ ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି। 

ଆଜି ପୂର୍ବାହ୍ଣରେ ସେ ଭୁବନେଶ୍ୱର ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବ। ଦିନ ୧୧ଟା ୩୦ ମିନିଟ୍‍ ସମୟରେ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ କରିବା କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ଭୁବନେଶ୍ୱରେ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ର ବୁଲି ଦେଖିବେ। ପରେ ଅପରାହ୍ଣରେ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମ ରହିଛି। 
ଆସନ୍ତା କାଲି ସେ ପୁରୀ ଓ କୋଣାର୍କ ଗସ୍ତରେ ଯିବେ। ସେ କୋଣାର୍କ ସୂର୍ଯ୍ୟମନ୍ଦିର, ରଘୁରାଜପୁର ଶିଳ୍ପଗ୍ରାମ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।  

Read More
{}{}