Hindi News >>Home >>Odisha State

Odisha News: ଆଗକୁ ଆହୁରି ବଢିବ ତାତି, ସ୍କୁଲ ସମୟ ବଦଳାଇବାକୁ ଏସଆରସିଙ୍କ ଚିଠି

Odisha News: ରାଜ୍ୟରେ ଆଗକୁ ତାତି ଆହୁରି ବଢିବା ନେଇ ପାଣିପାଗ ବିଭାଗ (Meteorological Department) ପକ୍ଷରୁ ସତର୍କ କରାଯାଇଛି । ତେଣୁ ଏବେ ଠାରୁ ସ୍କୁଲ ସମୟରେ ପରିବର୍ତ୍ତନ କରିବାକୁ ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

Advertisement
Odisha News: ଆଗକୁ ଆହୁରି ବଢିବ ତାତି, ସ୍କୁଲ ସମୟ ବଦଳାଇବାକୁ ଏସଆରସିଙ୍କ ଚିଠି
Zee Odisha Desk|Updated: Mar 19, 2024, 01:19 PM IST
Share

Odisha News: ରାଜ୍ୟରେ ଆଗକୁ ତାତି ଆହୁରି ବଢିବା ନେଇ ପାଣିପାଗ ବିଭାଗ (Meteorological Department) ପକ୍ଷରୁ ସତର୍କ କରାଯାଇଛି । ତେଣୁ ଏବେ ଠାରୁ ସ୍କୁଲ ସମୟରେ ପରିବର୍ତ୍ତନ କରିବାକୁ ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

ଖବର ଅନୁଯାୟୀ, ଆଗମୀ ଦିନରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ (Heat Wave) ଆହୁରି ବଢ଼ିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଥିବା ବେଳେ ସ୍କୁଲ ସମୟରେ ପରିବର୍ତ୍ତନ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର (Special Relief Commissioner) । ଅନ୍ୟପଟେ ସାଧାରଣ ନିର୍ବାଚନକୁ (General Election 2024) ଆଖିରେ ରଖି ଗ୍ରୀଷ୍ମ ପ୍ରବାହ ନେଇ ପଦକ୍ଷେପ ନେବାକୁ ସମସ୍ତ ଜିଲାପାଳଙ୍କୁ ଏସଆରସି (SRC) ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ପାଇଁ ଆବଶ୍ୟକ ପଦକ୍ଷେପ ସହ ପାନୀୟ ଜଳ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଅନ୍ୟପଟେ ଅସ୍ଥାୟୀ ଆଶ୍ରୟସ୍ଥଳୀ, ସ୍କୁଲ ଓ ପବ୍ଲିକ ଶିକ୍ଷାନୁଷ୍ଠାନର ସମୟରେ ପରିବର୍ତ୍ତନ କରାଯାଇଛି। ଉନ୍ନତମାନର ମେଡିକାଲ ଜରୁରୀକାଳୀନ ସେବା ଓ ଜନତାଙ୍କ ସ୍ବାସ୍ଥ୍ୟକୁ ଅଧିକ ଗୁରୁତ୍ୱ ଦେବାକୁ କୁହାଯାଇଛି ।

ପ୍ରତିବର୍ଷ ଗ୍ରୀଷ୍ମ ପ୍ରବାହକୁ (Heat Wave) ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ (Morning School)  କରାଯାଇଥାଏ । ସକାଳ ୭ଟାରୁ ଦିନ ୧୧ଟା ମଧ୍ଯରେ ସ୍କୁଲ ଖୋଲା ରହିଥାଏ । ଗତବର୍ଷ ଅସହ୍ୟ ତାତି ଯୋଗୁଁ ରାଜ୍ୟ ସରକାର (odisha government) ବାଧ୍ୟ ହୋଇ ସମୟ ପୂର୍ବରୁ ଛୁଟି ଘୋଷଣା କରିଥିଲେ । ତେବେ ଚଳିତ ବର୍ଷ ମାର୍ଚ୍ଚ ପହିଲାରୁ ମୁଣ୍ତ ଫଟା ଖରା ହେଉଥିଲେ ମଧ୍ଯ ଏଯାଏଁ ସକାଳୁଆ ଖରା ହୋଇନାହିଁ । ମାର୍ଚ୍ଚ ୧୫ରୁ ୨୦ ଯାଏଁ ସରକାରୀ ସ୍କୁଲରେ ପରୀକ୍ଷା ଚାଲିଥିବାରୁ ସକାଳ ୭ଟାରୁ ୧୧ଟା ଯାଏଁ ସ୍କୁଲ ଖୋଲା ରହୁଛି । ମାତ୍ର ଅନ୍ୟ ବେସରକାରୀ ଓ ଘରୋଇ ସ୍କୁଲ ଏବେ ବି ଦିନ ସାରା ଖୋଲାଯାଉଛି,  ୧୦ଟା ପରେ ପରୀକ୍ଷା ହେଉଛି । ୨୦ ତାରିଖରେ ପରୀକ୍ଷା ଶେଷ ହେବା ପରେ ପୁଣି ୧୦ଟାରୁ ସ୍କୁଲ ଆରମ୍ଭ ହେବ ବୋଲି ଶିକ୍ଷକମାନେ କହୁଛନ୍ତି । ଏତେ ଗରମରେ ପିଲାମାନେ କିପରି ସ୍କୁଲ ଯିବେ ସେନେଇ ଅଭିଭାବକ ପ୍ରଶ୍ନ କରିଛନ୍ତି।

 

Read More
{}{}